Advertisment

ରାତି ଅଧରେ ଜଳିଲା ରୋଷେଇ ଘର, ଫାଟିଲା ଗ୍ୟାସ୍‌ ସିଲିଣ୍ଡର

ରାତି ଅଧରେ ରୋଷେଇ ଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ଫଳରେ ଫାଟିଗଲା ଗ୍ୟାସ୍‌ ଟାଙ୍କି । ଏଥିଯୋଗୁ ରୋଷେଇ ଘରର ଆଜବେଷ୍ଟସ୍‌ ଉଡ଼ିଯିବା ସହ ସମସ୍ତ ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଛି।

Fire

Fire

Advertisment

ରାତି ଅଧରେ ରୋଷେଇ ଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ଫଳରେ ଫାଟିଗଲା ଗ୍ୟାସ୍‌ ଟାଙ୍କି । ଏଥିଯୋଗୁ ରୋଷେଇ ଘରର ଆଜବେଷ୍ଟସ୍‌ ଉଡ଼ିଯିବା ସହ ସମସ୍ତ ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଛି। ମାତ୍ର ରୋଷେଇ ଘରକୁ ଲାଗିଥିବା ଘରେ ଅନ୍ୟମାନେ ଶୋଇଥିବା ବେଳେ ସେମାନେ ଏଥିରୁ ରକ୍ଷା ପାଇ ଯାଇଛନ୍ତି। ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଡାଙ୍ଗୁରା ଗାଁରେ ବିଳମ୍ବିତ ରାତ୍ରି ରେ ଗଙ୍ଗାଧର ସେନାପତିଙ୍କ ଘରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଛି।

Advertisment

ଗତକାଲି ବିଳମ୍ବିତ ରାତିରେ ଗଙ୍ଗାଧରଙ୍କ ରୋଷେଇ ଘରେ ଥିବା ଗ୍ୟାସ୍‌ ଫାଟିବାକୁ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା। ଏଥିସହ ଘରକୁ ନିଆଁ ବ୍ୟାପିବାରୁ ଗଙ୍ଗାଧରଙ୍କ ପରିବାର ସଦସ୍ୟ ଉଠି ପଡ଼ିଥିଲେ। ଏହାପରେ ସେମାନେ ରୋଷେଇ ଘର ଜଳୁଥିବା ଦେଖିବାକୁ ପାଇଥିଲେ।

ଏହାପରେ ତୁରନ୍ତ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ବହୁ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଛନ୍ତି। ଏହି ଅଗ୍ନିକାଣ୍ଡରେ ରୋଷେଇ ଘର ସମ ସମସ୍ତ ଜିନିଷପତ୍ର ସମ୍ପୂର୍ଣ୍ଣ ଜଳି ଯାଇଛି।

Advertisment

କିଛି ଦିନ ପୂର୍ବରୁ ଗଙ୍ଗାଧରଙ୍କ କୁଟା ଗଦାରେ କେହି ନିଆଁ ଲଗାଇ ଦେଇଥିଲେ । ଏବେ ପୁଣି ଥରେ ତାଙ୍କ ନିଆଁ ଲାଗି ତାଙ୍କ ରୋଷେଇ ଘର ସମ୍ପୂର୍ଣ୍ଣ ଛାରଖାର ହୋଇ ଯାଇଛି। ତେଣୁ କେହି ପୂର୍ବ ଶତ୍ରୁତାରୁ ଏପରି କରୁଥିବା ସନ୍ଦେହ କରି ଏହାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସେ ଦାବି କରିଛନ୍ତି।

ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତଙ୍କ ପତ୍ତା ପାଇ ପାରିନି।

Puri Gas Cylinder Blast Fire Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe