Advertisment

ଗର୍ଭବତୀ ପତ୍ନୀଙ୍କୁ ଉଲଗ୍ନ କରି ବୁଲାଇବା ଘଟଣା: ପୀଡ଼ିତାଙ୍କୁ ମିଳିବ ୧୦ ଲକ୍ଷ ଟଙ୍କା ଓ ସରକାରୀ ଚାକିରି

ନିଜେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଆଜି ପୀଡ଼ିତା ଓ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ। ଏହାପରେ ସେ କ୍ଷତିପୂରଣ ଓ ସରକାରୀ ଚାକିରି ସମ୍ପର୍କରେ ଘୋଷଣା କରିଛନ୍ତି।

author-image
Hemant Lenka
Ghelot

Ghelot

ରାଜସ୍ଥାନରେ ଜଣେ ୨୧ ବର୍ଷୀୟ ଆଦିବାସୀ ବର୍ଗର ଗର୍ଭବତୀ ମହିଳାଙ୍କୁ ଉଲଗ୍ନ କରି ବିଚ୍‌ ରାସ୍ତାରେ ବୁଲାଇବା ଘଟଣାକୁ ନେଇ ପୂରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି।

Advertisment

ମହିଳାଙ୍କ ସହ ତାଙ୍କ ସ୍ୱାମୀ ସମେତ ଶାଶୁ ଘର ଲୋକ ଏପରି କାଣ୍ଡ ଭିଆଇଥିଲେ। ରାଜସ୍ଥାନର ପ୍ରତାପଗଡ଼ ଜିଲ୍ଲାର ଧରିୟାବଦର ପହାଡ଼ା ଗାଁରେ ଘଟିଛି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ଏହି ଘଟଣାକୁ ନେଇ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ଘେରିବାରେ ଲାଗିଛନ୍ତ। ଏସବୁ ଭିତରେ ରାଜସ୍ଥାନ ସରକାର ପୀଡ଼ିତାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ପୀଡ଼ିତାଙ୍କୁ ସରକାର ୧୦ ଲକ୍ଷ ଟଙ୍କା ସହ ଚାକିରି ଦେବେ ବୋଲି କହିଛନ୍ତି।

Advertisment

ନିଜେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଆଜି ପୀଡ଼ିତା ଓ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ। ଏହାପରେ ସେ କ୍ଷତିପୂରଣ ଓ ସରକାରୀ ଚାକିରି ସମ୍ପର୍କରେ ଘୋଷଣା କରିଛନ୍ତି।

ସେ ନିଜ ଏକ୍ସ(ପୂର୍ବରୁ ଟ୍ୱିଟର) ଆକାଉଣ୍ଟରେ ଲେଖିଛନ୍ତି ଯେ “ଧରିୟାବାଦରେ ଘଟିଥିବା ଅମାନବୀୟ କୁକର୍ମ ଅତ୍ୟନ୍ତ ନିନ୍ଦନୀୟ। ଆଜି ଧରିୟାବାଦରେ ପହଞ୍ଚି ପୀଡ଼ିତାଙ୍କୁ ଭେଟିଛି। ପ୍ରଶାସନ ଓ ପୂରା ପ୍ରଦେଶ ଏହି ସମ୍ବେଦଶୀଳ ସମୟରେ ତାଙ୍କ ସହ ରହିଥିବା ମୁଁ ତାଙ୍କୁ କହିଛି।

ରାଜସ୍ଥାନର ଏହି ଝିଅ ବହୁତ ସାହାସୀ ଓ ସେ ଏପରି ଭୟଙ୍କର ଘଟଣାକୁ ବେଶ ଦମ୍ଭର ସହ ସାମ୍ନା କରିଛନ୍ତି। ଏମାନେ ଗୋଟିଏ ଗରିବ ଆଦିବାସୀ ପରିବାର। ସେମାନଙ୍କ ସ୍ଥିତି ମୁଁ ସ୍ତବ୍ଧ ହୋଇଯାଇଛି। ପୀଡ଼ିତାଙ୍କୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଓ ସରକାରୀ ଚାକିରି ଦେବାକୁ ଘୋଷଣା କରାଯାଉଛି। ଏହା ତାଙ୍କ ସାମାଜିକ ଓ ଆର୍ଥିକ ସୁରକ୍ଷାକୁ ଅଧିକ ବ୍ୟବସ୍ଥିତ କରିବ।”

ଅଗଷ୍ଟ ୩୧ରେ ଧରିୟାବାଦରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଓ ଶାଶୁ ଘର ଲୋକ ମାଡ଼ ମାରିଥିଲେ। ଏହାପରେ ତାଙ୍କୁ ଉଲ୍ଲଗ୍ନ କରି ଗାଁ ଦାଣ୍ଡରେ ଚଲାଇଥିଲେ। ପୀଡ଼ିତା ଜଣକ ବର୍ଷେ ପୂର୍ବେ ବିବାହ କରିଥିବା ବେଳେ ଏବେ ସେ ଗର୍ଭବତୀ ଅଛନ୍ତି।

ମାତ୍ର ଇତି ମଧ୍ୟରେ ଗାଁର ଅନ୍ୟ ଜଣେ ଯୁବକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ୪ ଦିନ ତଳେ ମହିଳାଜଣକ ନିଜ ପ୍ରେମିକଙ୍କ ସହ ଫେରାର ହେବାକୁ ଘରୁ ପଳାଇଥିଲେ। ହେଲେ ତାଙ୍କ ଶାଶୁ ଘର ଲୋକେ ଏହାର ସୂଚନା ପାଇ ତୁରନ୍ତ ତାଙ୍କର ପିଛା କରି କାବୁ କରି ନେଇଥିଲେ।

ଏହାପରେ ଉକ୍ତ ଗର୍ଭବତୀ ମହିଳାଙ୍କୁ ଶାଶୁ ଘର ଲୋକେ ଗାଁକୁ ଆଣିଥିଲେ ଓ ତାଙ୍କ ଉପରେ ଆରମ୍ଭ ହୋଇଥିଲା ପାଶବିକ ଅତ୍ୟାଚାର । ସର୍ବସମ୍ମୁଖରେ ମହିଳାଙ୍କ ସ୍ୱାମୀ ତାଙ୍କୁ ନିବସ୍ତ୍ର କଲେ। ଏହାପରେ ତାଙ୍କୁ ମାରପିଟ କରାଯିବା ସହ ପୂରା ଗାଁରେ ବୁଲା ଯାଇଥିଲା। 

Crime Ashok Gehlot Rajasthan