Advertisment

ପାକିସ୍ତାନରେ ହେବ ସାଧାରଣ ନିର୍ବାଚନ, ସାମନାକୁ ଆସିଲା ତାରିଖ

ପାକିସ୍ତାନ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ନିର୍ବାଚନ ଅଧିକାରୀ ପାକିସ୍ତାନ ରାଷ୍ଟ୍ରପତିଙ୍କ ସହ ବିଶେଷ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି।

author-image
Niharika Rout
Meeting

Meeting

ସାଧାରଣ ନିର୍ବାଚନକୁ ନେଇ ପାକିସ୍ତାନରେ ଲାଗି ରହିଥିବା ଅନିଶ୍ଚିତତାରେ ପୂର୍ଣ୍ଣଛେଦ ପଡ଼ିଛି। ସାମନାକୁ ଆସିଛି ପାକିସ୍ତାନ ନିର୍ବାଚନ ତାରିଖ ।ଆସନ୍ତା ବର୍ଷ ଫେବୃଆରୀ ୮ରେ ହେବ  ପାକିସ୍ତାନରେ ହେବ ସାଧାରଣ ନିର୍ବାଚନ।

Advertisment

ପାକିସ୍ତାନ ରାଷ୍ଟ୍ରପତି ଆରିଫ୍ ଆଲଭି ଓ ପାକିସ୍ତାନ ନିର୍ବାଚନ କମିଶନ ୨୦୨୪ ଫେବୃଆରୀ ୮ତାରିଖରେ ନିର୍ବାଚନ କରିବା ଲାଗି ରାଜି ହୋଇଛନ୍ତି। ଏ ନେଇ ସୋଶାଲ ମିଡିଆ ଏକ୍ସ ଯୋଗେ ମଧ୍ୟ ପାକିସ୍ତାନ ରାଷ୍ଟ୍ରପତି ସୂଚନା ଦେଇଛନ୍ତି।

ପାକିସ୍ତାନ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ନିର୍ବାଚନ ଅଧିକାରୀ ପାକିସ୍ତାନ ରାଷ୍ଟ୍ରପତିଙ୍କ ସହ ବିଶେଷ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥିସହ ଘୋର ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ପାକିସ୍ତାନରେ ନିର୍ବାଚନକୁ ନେଇ ଲାଗିରହିଥିବା ସସ୍‌ପେନ୍ସ ଦୂର ହୋଇଛି। 

Advertisment

ଆସନ୍ତା ଫେବୃଆରୀ ୧୧ ତାରିଖରେ ପାକିସ୍ତାନରେ ନିର୍ବାଚନ ହେବ ବୋଲି ରାଷ୍ଟ୍ରପତିଙ୍କ ସହ ବୈଠକର କିଛି ଘଣ୍ଟା ପୂର୍ବରୁ ପାକିସ୍ତାନ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଜଣାଇଥିଲେ ନିର୍ବାଚନ ଆୟୋଗଙ୍କ ଓକିଲ। ତେବେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ନିର୍ବାଚନ ଆୟୋଗ ସିକନ୍ଦର ସୁଲତାନ ରାଜା, ଆଟର୍ଣ୍ଣି ଜେନେରାଲ ମନସୁର ଉସ୍ମାନ ଅବାନ ଓ ନିର୍ବାଚନ ଆୟୋଗଙ୍କ ଅନ୍ୟ ୪ ଜଣ ସଦସ୍ୟ ରାଷ୍ଟ୍ରପତିଙ୍କୁ ଭେଟି ଏ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ଆଲୋଚନାରେ ସର୍ବସମ୍ମତି କ୍ରମେ ଫେବୃଆରୀ ୮ ତାରିଖରେ ନିର୍ବାଚନ ପାଇଁ ସ୍ଥିର କରାଯାଇଛି।

ଗତ ଅଗଷ୍ଟ ୯ ତାରିଖରେ ପାକିସ୍ତାନ ରାଷ୍ଟ୍ରପତି ନ୍ୟାସନାଲ ଆସେମ୍ଲି ଭାଙ୍ଗି ଦେଇଥିଲେ। ଏହା ପରଠାରୁ ପାକିସ୍ତାନବାସୀ ନିର୍ବାଚନ ଅପେକ୍ଷାରେ ରହିଥିଲେ। 

Pakistan Election