Advertisment

ନିଜ ଭୁଲ ବୁଝି ପାରୁନି ଭାଇ, ହୁଏତ ମୁଁ ଯିବା ପରେ...

ନାବାଳିକାଙ୍କ ବଡ଼ ଭାଇ ସବୁବେଳେ ନିଶାଗ୍ରସ୍ତ ରହୁଥିବା ବେଳେ ଏବେ ଜେଲ୍‌ରେ ଅଛନ୍ତି। ଅନ୍ୟପଟେ, ନିଜ ବାପାମା’ଙ୍କ ସହ ଘରେ ରହୁଥିଲେ ବି ସବୁବେଳେ ତାଙ୍କୁ ଭାଇଙ୍କ ଅନୁପସ୍ଥିତି ବାଧୁଥିଲା।

Murder

Murder

Advertisment

‘କହି କହି ଭାଇ ଭଲ ବାଟକୁ ଫେରିଲାନି। ସବୁବେଳେ ନିଶାରେ ଚୁର ରହି ଠିକ୍‌ଭୁଲ୍‌ ଜାଣି ପାରିଲାନି। ଏପରିକି ନ ଜାଣି ବି ଧୀରେ ଧୀରେ ଅପରାଧ ଦୁନିଆରେ ପଶିବାକୁ ଲାଗିଲା। ଭାଇ ଅବାଟରେ ଯାଉଥିବା ବେଳେ ବାପାମା’ଙ୍କ ଆଖିର ଲୁହ ସହି ହେଉନି। ମୁଁ ବୁଝାଇ ବୁଝାଇ ଭାଇ ଶୁଣିଲାନି। ତେଣୁ ହୁଏତ ମୁଁ ଚାଲିଯିବା ପରେ ସେ ନିଜ ଭୁଲ୍‌ ବୁଝି ପାରିବ ସେଥିପାଇଁ ଏପରି ଚରମ ପଦକ୍ଷେପ ନେଉଛି। ’ ନିଜ ସୁଇସାଇଡ ନୋଟରେ ଏପରି ଭାବେ ଛାତି ତଳର କୋହକୁ ଲେଖି ଝୁଲି ପଡ଼ିଛନ୍ତି ଜଣେ ୧୬ ବର୍ଷୀୟା ଛାତ୍ରୀ। ଏପରି ଏକ ସମ୍ବେଦନଶୀଳ ଘଟଣା ଉତ୍ତରପ୍ରଦେଶର ଗାଜିଆବାଦରେ ଘଟିଛି।

Advertisment

ନାବାଳିକାଙ୍କ ବଡ଼ ଭାଇ ସବୁବେଳେ ନିଶାଗ୍ରସ୍ତ ରହୁଥିବା ବେଳେ ଏବେ ଜେଲ୍‌ରେ ଅଛନ୍ତି। ଅନ୍ୟପଟେ, ନିଜ ବାପାମା’ଙ୍କ ସହ ଘରେ ରହୁଥିଲେ ବି ସବୁବେଳେ ତାଙ୍କୁ ଭାଇଙ୍କ ଅନୁପସ୍ଥିତି ବାଧୁଥିଲା। ଭାଇ କି କହି କହି ନ ଶୁଣିବାରୁ ଶେଷରେ ନାବାଳିକା ନିଜ ଜୀବନ ହାରିବାକୁ ନିଷ୍ପତ୍ତି ନେଲେ।

ଘରେ କେହି ନ ଥିବା ସୁଯୋଗରେ ନାବାଳିକାଜଣକ ନିଜ ସୁଇସାଇଡ ନୋଟକୁ କାନ୍ଥରେ ଟଙ୍ଗାଇ ଫ୍ୟାନ୍‌ରେ ଝୁଲି ପଡ଼ିଥିଲେ। ଘରୁ ବାହାରକୁ ଯାଇଥିବା ତାଙ୍କ ମା’ ଘରେ ପହଞ୍ଚି କବାଟ ବାଡ଼େଇବାରୁ ସେ ଆଉ କବାଟ ଖୋଲି ନ ଥିଲେ।  ପାଖପଡ଼ୋଶୀ ଏ ନେଇ ପୁଲିସ୍‌କୁ ଖବର ଦେଇଥିଲେ।

Advertisment

ପୁଲିସ୍‌ ଘରର କବାଟ ଭାଙ୍ଗି ନାବାଳିକାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ସୁଇସାଇଡ ନୋଟ ଜବତ କରିଛି।

Suicide Family Dispute
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe