Advertisment

ଅଇଁଠା ଥାଳି ବାଜିଯିବାରୁ ୱେଟରଙ୍କୁ ହତ୍ୟା, ୩ ଅଭିଯୁକ୍ତ ଗିରଫ

ନଭେମ୍ବର ୧୮ ତାରିଖରେ ଅଙ୍କୁର ବିହାର ଥାନା ସ୍ଥିତ ଏକ ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

କିଛିଦିନ ତଳେ ଉତ୍ତର ପ୍ରଦେଶର ଅଙ୍କୁର ବିହାର ଥାନା ସ୍ଥିତ ଏକ ଜଙ୍ଗଲରୁ ଜଣେ ଯୁବକଙ୍କ ମୃତଦେହ ଠାବ କରିଥିଲା ପୁଲିସ। ପୁଲିସ ଏହି ମାମଲାର ଏକ ଆଶ୍ଚର୍ଯ୍ୟକର ଖୁଲାସା କରିଛି। ସାମାନ୍ୟ କଥାରୁ ଜଣେ ୱେଟରଙ୍କୁ ହତ୍ୟା କରାଯାଇଥିବା କହିଛି ପୁଲିସ। ପୁଲିସର କହିବା ଅନୁସାରେ, ୱେଟର ଜଣକ ନେଇ ଯାଉଥିବା ଅଇଁଠା ଥାଳି ଜଣେ ବ୍ୟକ୍ତିଙ୍କ ଦେହରେ ବାଜି ଯିବାରୁ ତାଙ୍କୁ ଏପରି ନିର୍ମମ ଭାବେ ହତ୍ୟା କରାଯାଇଛି।

Advertisment

ସୂଚନା ଅନୁସାରେ, ନଭେମ୍ବର ୧୮ ତାରିଖରେ ଅଙ୍କୁର ବିହାର ଥାନା ସ୍ଥିତ ଏକ ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ପରେ ସେ ଜଣେ ୱେଟର ଏବଂ ତାଙ୍କ ନାମ ପଙ୍କଜ ବୋଲି ଜଣା ପଡିଥିଲା। ପଙ୍କଜଙ୍କୁ ନଭେମ୍ବର ୧୭ରେ ହତ୍ୟା କରାଯାଇଥିଲା। ଏହି ଦିନ ସେ ଗାଜିଆବାଦର ସିଜିଏସ ଭାଟିକାର ଏକ ବିବାହ ଉତ୍ସବରେ ୱେଟର ଭାବେ କାର୍ଯ୍ୟ କରିଥିଲେ।

ଏହି ସମୟରେ ଅଇଁଠା ଥାଳିନେଇ ଯିବା ସମୟରେ ଋଷଭ ଏବଂ ତାଙ୍କ ବନ୍ଧୁଙ୍କ ଦେହରେ ବାଜି ଯାଇଥିଲା। ଏହାକୁ ନେଇ ସେମାନେ ପଙ୍କଜଙ୍କ ଉପରେ ପାଟିତୁଣ୍ଡ କରିଥିଲେ। ପଙ୍କଜ ମଧ୍ୟ ସେମାନଙ୍କୁ ବିରୋଧ କରିଥିଲେ ଏବଂ ଯୁକ୍ତିତର୍କ କରିଥିଲେ। ଏତିକିରେ ଋଷଭ ଏବଂ ତାଙ୍କ ସାଙ୍ଗ ରାଗିଯାଇଥିଲେ। ଫଳରେ ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ମାରପିଟ୍ ଲାଗିବା ସମୟରେ ତଳେ ପଡିଯାଇଥିଲେ ପଙ୍କଜ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ପଙ୍କଜଙ୍କର ମୃତ୍ୟୁ ଘଟିଥିଲା। ଧରା ପଡିଯିବା ଭୟରେ ପଙ୍କଜ ଏବଂ ତାଙ୍କର ଦୁଇ ସାଙ୍ଗ ମୃତଦେହକୁ ଜଙ୍ଗଲରେ ଫିଙ୍ଗି ଦେଇଥିଲେ।

Advertisment

ପୁଲିସ ତଦନ୍ତ କରିବା ପରେ ହତ୍ୟାର ପର୍ଦ୍ଦାଫାସ କରିଛି। ପଙ୍କଜଙ୍କ ସମେତ ତାଙ୍କ ଦୁଇ ସାଙ୍ଗକୁ ଗିରଫ କରି ନ୍ୟାୟିକ ହେପାଜତକୁ ପଠାଇ ଦେଇଛି ପୁଲିସ। 

Murder Crime Ghaziabad Waiter Murder Case