Advertisment

ଅଷ୍ଟମ ଶ୍ରେଣୀର ଛାତ୍ରୀକୁ ଶିକ୍ଷକଙ୍କ ଦୁଷ୍କର୍ମ, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

କ୍ରୀଡ଼ା ପ୍ରତିଯୋଗିତାକୁ ନେଇଯିବାକୁ କହି ଶିକ୍ଷକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
Girl

Girl

Advertisment

କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାକୁ ନେଇ ଦେଶବ୍ୟାପୀ ଚାଲିଥିବା ଅସନ୍ତୋଷ ମଧ୍ୟରେ ଏପରି ଆଉ ଏକ ମାମଲା ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶର ଜଣେ ଶିକ୍ଷକ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରୀଙ୍କ ମୃତ୍ୟୁ ଘଟି ଥିବାବେଳେ ଅଭିଯୁକ୍ତ ଶିକ୍ଷକ ଫେରାର୍ ଅଛନ୍ତି। 

Advertisment

ସୂଚନା ଅନୁସାରେ, ଗତବର୍ଷ ଡିସେମ୍ବର ୩୦ ତାରିଖରେ ଏହି ଘଟଣା ଘଟିଥିଲା। ଅଭିଯୁକ୍ତ ବିଶାମ୍ବର ସାର୍ ଜଣେ କ୍ରୀଡ଼ା ପ୍ରଶିକ୍ଷକ। ସେ ଛାତ୍ରୀଙ୍କୁ ଏକ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେବାକୁ କହି ତାଙ୍କ ଘରକୁ ନେଇଥିଲେ ଏବଂ ସେଠାରେ ତାଙ୍କ ସହ ଦୁଷ୍କର୍ମ କରିଥିଲେ। କିନ୍ତୁ ଛାତ୍ରୀ ଜଣକ ଏ ବାବଦରେ ଘରେ କାହାକୁ ଜଣାଇ ନଥିବା ତାଙ୍କ ପରିବାର ଲୋକ କହିଛନ୍ତି।

ପରିବାର ଲୋକେ କହିଛନ୍ତି ଯେ, ନିୟମିତ ଭାବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରୁ ତାଙ୍କୁ ଛତିଶଗଡର ଜଣେ ସମ୍ପର୍କୀୟଙ୍କ ଘରକୁ ପଠାଇ ଦିଆଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲେ ମଧ୍ୟ ସ୍ୱାସ୍ଥ୍ୟରେ ଉନ୍ନତି ନ ଆସିବାରୁ ମାଇଁଙ୍କୁ ସବୁ କଥା କହିଥିଲେ। ଫଳରେ ତାଙ୍କୁ ପୁନର୍ବାର ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା। ଡାକ୍ତରଖାନାରେ ୨୦ ଦିନ ରହିବା ପରେ ଶେଷରେ ତାଙ୍କର ମୃତ୍ୟୁ ଘଟିଛି। 

Advertisment

ଛାତ୍ରୀଙ୍କ ପରିବାର ଲୋକ କହିଛନ୍ତି ଯେ, ଘଟଣା ବାବଦରେ ଜଣା ପଡିବା ପରେ ଅଭିଯୁକ୍ତ ବିଶାମ୍ବର କାହାକୁ କିଛି ନ କହିବା ପାଇଁ ୩୦ ହଜାର ଟଙ୍କା ଦେଇଥିଲେ। ସେମାନେ ମଧ୍ୟ ଲୋକ ଲଜ୍ଜା ଭୟରେ କାହାକୁ କହିନଥିଲେ। କିନ୍ତୁ ଝିଅର ସ୍ୱାସ୍ଥ୍ୟ ଦିନକୁ ଦିନ ଖରାପ ହେବାରୁ ଶେଷରେ ଜୁଲାଇ ୧୦ରେ ଉତ୍ତର ପ୍ରଦେଶ ବଲ୍ଲିଆ ଥାନାରେ ଏତଲା ଦେଇଥିଲେ।

ପୁଲିସ ପୋକ୍ସୋ ଆକ୍ଟ ଆଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସେପଟେ ଅଭୋଯଗ ପରେ ଶିକ୍ଷକ ବିଶାମ୍ବର ଫେରାର୍ ହୋଇ ଯାଇଛନ୍ତି। ପୁଲିସ ୨ଟି ଟିମ୍ ଗଠନ କରି ତାଙ୍କୁ ଖୋଜାଖୋଜି କରୁଛି। 

UP Police UP Rape News Teacher Raped Student
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe