Advertisment

ଘର ଭିତରେ ଝୁଲୁଛି ଯୁବତୀଙ୍କ ମୃତଦେହ

ଘରେ ଝିଅର ମୃତଦେହ ଝୁଲୁଥିବା ଜାଣିପାରି ଅଞ୍ଜଳିଙ୍କ ବାପା ଓ ମାଆ ଘରକୁ ଫେରିଥିଲେ। ଏଥିସହ ପୁଲିସ୍‌କୁ ଖବର ଦେଇଥିଲେ। କଣ୍ଟାବାଞ୍ଜି ଥାନା ପୁଲିସ ଗାଁରେ ପହଞ୍ଚିଥିଲା। ଯୁବତୀ ଜଣକ ଲାଲ ରଙ୍ଗର ଓଢଣୀରେ ଝୁଲୁଥିବା ଦେଖିବାକୁ ପାଇଥିଲେ।

author-image
Manoranjan Sial
Balangir

Balangir

ଘରେ ବାପା-ମାଆ କେହି ନଥିଲେ। ହେଲେ ଘର ଭିତରୁ ଝୁଲୁଛି ଜଣେ ଯୁବତୀଙ୍କ ମୃତଦେହ। ଏହା ଆତ୍ମହତ୍ୟା ନା ହତ୍ୟାକାଣ୍ଡ ଜଣାପଡ଼ି ନାହିଁ। ଏପରି ହୃଦୟବିଦାରକ ଘଟଣା ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅଞ୍ଚଳରେ ଘଟିଥିବା ଦେଖିବାକୁ ମିଳିଛି।

Advertisment

କଣ୍ଟାବାଞ୍ଜି ଥାନା ଡୁମେରଚୁଆଁ ଗାଁର ଅଞ୍ଜଳି ନାଗଙ୍କ ବାପା, ମାଆ କାମ କରିବା ପାଇଁ ଯାଇଥିଲେ। ଆଉ ଭାଇ କୌଣସି କାମରେ ବାହାରକୁ ଯାଇଥିଲେ। ତେଣୁ ଘରେ ଏକାକୀ ଥିଲେ ଅଞ୍ଜଳି। ମଧ୍ୟାହ୍ନରେ ଘରକୁ ଫେରିଥିଲେ ତାଙ୍କ ଭାଇ। ଅଞ୍ଜଳିଙ୍କୁ ବହୁ ଡାକିଥିଲେ। ମାତ୍ର ସେ କବାଟ ଖୋଲିନଥିଲେ। ଏପରିକି କୌଣସି ଉତ୍ତର ଦେଇନଥିଲେ। ଘରର ଆଜବେଷ୍ଟସ୍‌ ଛାତରେ ଦେଖିଲା ବେଳକୁ ସେ ଝୁଲି ପଡ଼ିଛନ୍ତି।

ଘରେ ଝିଅର ମୃତଦେହ ଝୁଲୁଥିବା ଜାଣିପାରି ଅଞ୍ଜଳିଙ୍କ ବାପା ଓ ମାଆ ଘରକୁ ଫେରିଥିଲେ। ଏଥିସହ ପୁଲିସ୍‌କୁ ଖବର ଦେଇଥିଲେ। କଣ୍ଟାବାଞ୍ଜି ଥାନା ପୁଲିସ ଗାଁରେ ପହଞ୍ଚିଥିଲା। ଯୁବତୀ ଜଣକ ଲାଲ ରଙ୍ଗର ଓଢଣୀରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ତେବେ ଏହା ଆତ୍ମହତ୍ୟା ନା ହତ୍ୟା, ତାହା ଜଣାପଡ଼ି ନାହିଁ। ଯଦି ଆତ୍ମହତ୍ୟା ବୋଲି କୁହାଯାଉଛି, ତାହା ହେଲେ କ’ଣ ପାଇଁ?

Advertisment

ତେବେ ଏନେଇ ପରିବାର ଲୋକ ବା ପୁଲିସ୍‌ର ପ୍ରତିକ୍ରିୟା ମିଳିପାରି ନାହିଁ। ପୁଲିସ ଛାନ୍‌ଭିନ ଚଳାଉଛି।

ରିପୋର୍ଟ-କଣ୍ଟାବାଞ୍ଜିରୁ ଅନ୍ତିମ ପାଣିଗ୍ରାହୀ

Balangir Crime