Advertisment

ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର

ନୂଆପଡା ଗାଁର ବାସୁଦେବ ସାହୁଙ୍କ ଝିଅ ପ୍ରିୟଙ୍କା ସାହୁ ଯାଜପୁର ରୋଡ୍‌ରେ ଥିବା ଏକ ହୋଟେଲରେ କାମ କରନ୍ତି। ଅନ୍ୟ ମହିଳାଙ୍କ ସହ ସେ ପାଣିକୋଇଲି ଥାନା ସନ୍ତରା ଗାଁରେ ଏକ ଭଡ଼ା ଘରେ ରହୁଥିଲେ।

ଅଦ୍ୟତନ ହୋଇଛି
Girl

Girl

Advertisment

ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଯାଜପୁର ଜିଲ୍ଲାରୁ ଆସିଛି ଏପରି ଅଭିଯୋଗ। ପୁଲିସ୍‌ ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି।

Advertisment

ନୂଆପଡା ଗାଁର ବାସୁଦେବ ସାହୁଙ୍କ ଝିଅ ପ୍ରିୟଙ୍କା ସାହୁ ଯାଜପୁର ରୋଡ୍‌ରେ ଥିବା ଏକ ହୋଟେଲରେ କାମ କରନ୍ତି। ଅନ୍ୟ ମହିଳାଙ୍କ ସହ ସେ ପାଣିକୋଇଲି ଥାନା ସନ୍ତରା ଗାଁରେ ଏକ ଭଡ଼ା ଘରେ ରହୁଥିଲେ। ଆଜି ସକାଳେ ସମସ୍ତେ କାମ କରିବା ପାଇଁ ହୋଟେଲ୍‌କୁ ଯାଇଥିଲେ। ହେଲେ ପ୍ରିୟଙ୍କା ଯାଇନଥିଲେ। ଭଡ଼ା ଘରେ ଏକାକୀ ରହିଥିଲେ। ଅପରାହ୍ନରେ ସାଥୀ ମହିଳାମାନେ ହୋଟେଲ୍‌ରୁ ଭଡ଼ା ଘରକୁ ଫେରିଥିଲେ। ସେତେବେଳେ ସେମାନେ ପ୍ରିୟଙ୍କାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ।

ମହିଳାମାନେ ଏନେଇ ପ୍ରିୟାଙ୍କ ପରିବାର ଲୋକ ଓ ପାଣିକୋଇଲି ଥାନାକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଏନେଇ ନମ୍ବର 147/24ରେ ଏକ ମାମଲା ରୁଜୁ କରିଛି। ପୁଲିସ୍‌ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି। ସେପଟେ ପରିବାର ଲୋକ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ପ୍ରିୟଙ୍କାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି।

Advertisment

ରିପୋର୍ଟ- ଯାଜପୁରରୁ ଜନ୍ମେଜୟ ଦାଶ

Suicide Jajpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe