Advertisment

ନଦୀକୁ ଡେଇଁବା ପୂର୍ବରୁ ଝିଅ ପଚାରିଥିଲା; ବାପା ଆମେ କାହିଁକି ମରିବା?

ଚନ୍ଦନ ଓ ତାଙ୍କ ଝିଅ ନଦୀ ଡେଇଁବା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

ଅଦ୍ୟତନ ହୋଇଛି
Bhadrak

Bhadrak

Advertisment

“ଦେଇ ଲୋ ମୁଁ ଆଉ ବଞ୍ଚିବିନି। ମୋ ଝିଅକୁ ଗାଡ଼ିରେ ବହୁ ଦୂରକୁ ନେଇ ପଳାଇଆସିଛି। ପାଣିରେ ଡେଇଁ ମୁଁ ଓ ମୋ ଝିଅ ମରିଯିବି ଲୋ। ମୁଁ ବଞ୍ଚିବାକୁ ଚାହୁଁନାହିଁ। ତୁ କାହାରିକୁ କିଛି କହିବୁନି ଲୋ।” ଅଢ଼େଇ ବର୍ଷର ଝିଅକୁ ଧରି ନଦୀକୁ ଡେଇଁବାର କିଛି ସମୟ ପୂର୍ବରୁ ଏପରି କହିଥିଲେ ଚନ୍ଦନ।

Advertisment

ଅନ୍ୟପକ୍ଷରେ ବାପା ପିଉସୀଙ୍କ ସହ କଥା ହେଉଥିବା ବେଳେ ଝିଅଟି ତାର ଖନେଇ ଖନେଇ କହି ହଉଥିଲା “ବାପା, ଶୀଘ୍ର ଚାଲ ବୁଲିବାକୁ। ଫୋନ ଟା କାଟୁନ। ବାପା ପିଉସୀ ନାନିକୁ ମରିବା କଥା କହୁଥିବା ବେଳେ ଝିଅଟି ତାର ବାପାକୁ କହୁଥିଲା,“ ବାପା ତୁମେ କାହିଁକି ମରିବ। ଆମେ କାହିଁକି ମରିବା ବୋଲି ପ୍ରଶ୍ନ କରୁଥିଲା।

ନିଷ୍ପାପ ଶିଶୁଟି କ’ଣ ଜାଣିଛି ତା’ର ବାପା ତାକୁ ନେଇ ନଦୀକୁ ଡେଇଁବାକୁ ଯାଉଛି। ସେ ଜାଣିଛି ସେ ତାର ବାପା ସହ ବାଇକ୍‌ରେ ବସି କୁରକୁରେ ଖାଇବାକୁ ଆସିଛି। ମନ ଖୁସିରେ ବାପା ସହ ବୁଲୁଛି। ହେଲେ ସେ ଜାଣି ନାହିଁ ଏ ଖୁସି ଆଉ ତା’ ପାଇଁ କିଛି ମିନିଟରେ ସରିଯିବ।  ଝିଅ ପ୍ରଶ୍ନରେ ବାପା ଚୁପ ରହୁଥିଲା। ବୁଲିବାକୁ ଚାଲ ବୋଲି କହୁଥିଲା।

Advertisment

ଭଦ୍ରକ ଜିଲ୍ଲା ଵାଲିପୋଖରୀ ପଞ୍ଚାୟତ ପରମାନନ୍ଦପୁର ଗାଁର ଚନ୍ଦନ ସାହୁ ଓ ତାଙ୍କ ଅଢ଼େଇ ବର୍ଷର ଝିଅ ନଦୀକୁ ଡେଁଇବା ପୂର୍ବରୁ ନିଜ ବଡ଼ ଭଉଣୀକୁ ଫୋନ କରିଥିଲେ। ଫୋନ୍‌ରେ ନିଜ ଭଉଣୀକୁ ନିଜ ଝିଅକୁ ଧରି ନଦୀକୁ ଡେଇଁବାକୁ ଯାଉଛି ବୋଲି କହିଥିଲେ। ଯାହାର ଅଡିଓ ଭାଇରାଲ ଏବେ ହେଉଛି।

ଗତକାଲି ରାତି ପ୍ରାୟ ସେଢ଼େ ୯ଟା ସମୟରେ ଚନ୍ଦନ ଓ ତାଙ୍କ ନାବାଳିକା ଝିଅ ମଟର ସାଇକେଲରେ ଆସି ପୋଲ ଉପରେ ରହିଥିଲେ। ସେଠାରେ ଚନ୍ଦନ ବାଇକ୍, ମୋବାଇଲ୍ ଓ ଜୋତା ରଖି ବାପଝିଅ ନଦୀକୁ ଡେଇଁ ପଡ଼ିଥିଲେ। ସ୍ଥାନୀୟ ଲୋକେ ଏନେଇ ପୁଲିସ୍ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ବାପଝିଅଙ୍କୁ ଆଖପାଖରେ ଖୋଜି ଖୋଜି କରିଥିଲେ, ହେଲେ ପାଇ ନଥିଲେ। ଅନ୍ଧାର ପାଇଁ ନଦୀ ଭିତରେ ଖୋଜା ଖୋଜି କରିନଥିଲେ। ଆଜି ସକାଳଠାରୁ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରୁଛନ୍ତି। ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ।

ଚନ୍ଦନ ଓ ତାଙ୍କ ଝିଅ ନଦୀ ଡେଇଁବା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ନିଖୋଜ ଚନ୍ଦନ ସୁରତରେ ଚାକିରି କରୁଥିଲେ। ମାସେ ତଳେ ପତ୍ନୀ ଲକ୍ଷ୍ମୀପ୍ରିୟା ସେଠାରେ ଆତ୍ମହତ୍ୟା କରିବା ପରେ ଅଢ଼େଇ ବର୍ଷର ଝିଅକୁ ଧରି ଗାଁକୁ ଚାଲି ଆସିଥିଲେ। ତେବେ ମାନସିକ ଅବସାଦ ନା ଅନ୍ୟ କେଉଁ କାରଣରୁ ନଦୀକୁ ଡେଇଁବା ଭଳି ଚରମ ନିଷ୍ପତ୍ତି ନେଲେ ତାର କାରଣ ଜଣା ପଡ଼ିନାହିଁ।

ଚନ୍ଦନଙ୍କ ମା’ କହିଛନ୍ତି, ସନ୍ଧ୍ୟା ବେଳେ ପୁଅ ଆମ ଘର ପାଖରେ ଏକ ପିଲା ସହ ବସି କଥା ହେଉଥିଲା। ପରେ ତାର ଝିଅକୁ ଆସି ଖଇଦେଇଥିଲା। ପରେ ଝିଅକୁ ନେଇ ବାଇକ୍‌ରେ ବୁଲିବାକୁ ଯାଇଥିଲା। ଘଣ୍ଟେ ଭିତରେ ଘରକୁ ଫେରି ଆସିବ ବୋଲି କହିଥିଲା। ପୁଅ ଆସିବା ଡେରି ହେବାରୁ ମୁଁ ତାକୁ ଫୋନ୍ କରିଥିଲେ। ବାପାମୁଁ ମରିବାକୁ ଯାଉଛୁ ବୋଲି ମୋ ନାତୁଣୀ ମୋତେ କହିଥିଲା। ତା ପରେ ମୋବାଇଲ ସୁଇଚ ଅପ୍ ହୋଇଯାଇଥିଲା। ପରେ ପୁଅ ଓ ନାତୁଣୀ ନଦୀକୁ ଡେଇଁ ପଡ଼ିଥିବା ଖବର ପାଇଥିଲି।

Bhadrak News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe