Advertisment

ସ୍ତ୍ରୀର ରାଗ ଶାଳୀ ଉପରେ ସୁଝାଇଲା ଭିଣୋଇ

ପରିବାର ଲୋକେ ବାସୁମତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

Crime

Crime

Advertisment

ସ୍ତ୍ରୀର ରାଗ ଶାଳୀ ଉପରେ ସୁଝାଇଲା ଭିଣୋଇ। ଶାଳୀକୁ ଟାଙ୍ଗିଆରେ ହାଣିଲା। ଏପରି ହୃଦୟବିଦାରକ ଘଟଣା ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅଞ୍ଚଳରେ ଘଟିଛି।

Advertisment

ଲାଠୋର ଥାନା କୁରୁଆଝେର ଗାଁ ସୁରେଶ ତାଣ୍ଡି କଣ୍ଟାବାଞ୍ଜି ଥାନା କୁଲିଆଦରୋ ଗାଁର ବିଜୟ କୁମ୍ଭାରଙ୍କ ବଡ଼ ଝିଅକୁ ବିବାହ କରିଥିଲେ। ବାହାଘର ପରେ ପାରିବାରି ସଂସାର ଠିକ୍‌ଠାକ୍‌ ଥିଲା। ହେଲେ ଆଜି ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ବିଜୟ ଏକ ଟାଙ୍ଗିରେ ତାଙ୍କ ପତ୍ନୀଙ୍କୁ ଆକ୍ରମଣ କରିବାକୁ ଆସୁଥିଲେ। ହେଲେ ତାଙ୍କୁ ବିରୋଧ କରିଥିଲେ ଶାଳୀ ବାସୁବତୀ କୁମ୍ଭାର। ତେଣୁ ଟାଙ୍ଗିଆ ଚୋଟଟି ତାଙ୍କ ଦେହରେ ବାଜିଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ।

ପରିବାର ଲୋକେ ବାସୁମତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଏନେଇ ଅଭିଯୋଗ ପରେ କଣ୍ଟାବାଞ୍ଜି ଥାନା ପୁଲିସ ମାମଲା ରୁଜୁ କରି ମେଡ଼ିକାଲ୍‌ରେ ପହଞ୍ଚି ପଚରାଉଚରା କରୁଛି। ସେପଟେ କିନ୍ତୁ ସୁରେଶଙ୍କ ପତ୍ତା ମିଳୁନି। ଘଟଣାର ତଦନ୍ତ ଚଳାଇଛି ପୁଲିସ୍‌।

Advertisment

ରିପୋର୍ଟ- କଣ୍ଟାବାଞ୍ଜିରୁ ଅନ୍ତିମ ପାଣିଗ୍ରାହୀ

Crime Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe