Advertisment

ବୁଦା ମୂଳରୁ ମିଳିଲା ଉଲ୍ଲଗ୍ନ ଯୁବତୀଙ୍କ ମୃତଦେହ; ଦୁଷ୍କର୍ମ ପରେ ହତ୍ୟା!

ସ୍ଥାନୀୟ ଲୋକେ ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଦେଖି ଥାନାକୁ ଖବର ଦେଇଥିଲେ। ସାଇଣ୍ଟିକ୍‌ ଟିମ୍‌ ସହ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।

author-image
Manoranjan Sial
undefined

Girl

ନଦୀ କୂଳ ବୁଦା ମୂଳରୁ ମିଳିଲା ଉଲ୍ଲଗ୍ନ ଯୁବତୀଙ୍କ ରକ୍ତାକ୍ତ ମୃତଦେହ। ପାରିପାର୍ଶ୍ୱିକ ଚିତ୍ରକୁ ଦେଖିଲେ ଦୁଷ୍କର୍ମ ପରେ ଯୁବତୀଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ତେବେ ଯୁବତୀଙ୍କ ପରିଚୟ ଜଣାପଡ଼ି ନାହିଁ। କେନ୍ଦୁଝର ପୁଲିସ୍‌ ଯୁବତୀଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

Advertisment

ହରିଚନ୍ଦନପୁର ଥାନା ସିଂହବିଲା ଗାଁ ବାଇପାସ୍‌ ଦେଇ ବୋହି ଯାଇଛି ମୂଷଳ ନଦୀ। ସେହି ନଦୀର କୂଳରେ ଥିବା ଏକ ବୁଦା ମୂଳେ ଜଣେ ଯୁବତୀଙ୍କ ଅର୍ଦ୍ଧ ଉଲ୍ଲଗ୍ନ ମୃତଦେହ ପଡ଼ିଥିଲା। ପାଟିରୁ ରକ୍ତ ବୋହିବାର ଚିହ୍ନ ଥିଲା। ଯୁବତୀଙ୍କ ରଙ୍ଗ ଶ୍ୟାମଳ। ସେ ଧଳା ପୋଷାକ ପିନ୍ଧିଛନ୍ତି। ତାଙ୍କ ଡାହାଣ ହାତରେ ନାଲି ଫିତା ବନ୍ଧା ହୋଇଥିବା ବେଳେ ବାମ ମଣିବନ୍ଧରେ କଳା ରଙ୍ଗର ମାଳିର ପିନ୍ଧିଛନ୍ତି।

ସ୍ଥାନୀୟ ଲୋକେ ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଦେଖି ଥାନାକୁ ଖବର ଦେଇଥିଲେ। ସାଇଣ୍ଟିକ୍‌ ଟିମ୍‌ ସହ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି। ବର୍ତ୍ତମାନ ସୁଦ୍ଧା ଯୁବତୀଙ୍କ ପରିଚୟ ମିଳିପାରି ନାହିଁ। ପାରିପାର୍ଶିକ ପରିସ୍ଥିତିକୁ ଦେଖିଲେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି।

Advertisment

ରିପୋର୍ଟ- କେନ୍ଦୁଝରରୁ ପ୍ରଣୟ ପାଣି

Murder Rape Crime Story