Advertisment

ରାତିରେ ଡାକିଲେ ମହିଳା, ବିଅର ବୋତଲ ଧରି ଘରେ ପହଞ୍ଚିଲେ ପ୍ରେମିକ

ଯୋଜନା ମୁତାବକ, ସେଦିନ ରାତିରେ ମଦ ପିଇବା ପାଇଁ ଫୋନ୍‌ କରି ଡାକିଥିଲେ ସୁମିତ୍ରା। ପ୍ରେମିକାଠାରୁ ଫୋନ୍‌ କଲ ପାଇବା ପରେ ଗୋଟିଏ ବିଅର୍‌ ବୋତଲ ଧରି ସୁମିତ୍ରାଙ୍କ ଘରେ ପହଞ୍ଚିଥିଲେ ରାହୁଲ୍‌। ସେଠାରେ ଉଭୟ ମିଶି ମଦ ପିଇଥିଲେ।

ଅଦ୍ୟତନ ହୋଇଛି
Lataput

Lataput

Advertisment

ରାତିରେ ଡାକିଲେ ମହିଳା। ପ୍ରେମିକାଙ୍କ ଫୋନ୍‌ କଲ ପାଇ ବିଅର ବୋତଲ ଧରି ଧାଇଁଲେ ପ୍ରେମିକ। ରାତି ଅଧ ଯାଏଁ ବିଅର ପିଇଲେ। ହେଲେ ବିଶ୍ୱାସରେ ବିଷ ଦେଲେ ପ୍ରେମିକା। ବିଅର ଗ୍ଲାସରେ ବିଷ ମିଶାଇ ପ୍ରେମିକକୁ ପିଇବାକୁ ଦେଇଥିଲେ। ପ୍ରେମିକାଙ୍କ ହାତରୁ ବିଷ ମିଶା ବିଅର ପିଇ ଦେଇଥିଲେ ପ୍ରେମିକ। ଏପରି ଏକ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅଞ୍ଚଳରେ।

Advertisment

ପୂରା ଘଟଣା ଏମିତି। ମାଛକୁଣ୍ଡ ଥାନା ଅନକାଡେଲି ଗାଁର ରାହୁଲ୍‌ ହନ୍ତାଳ। ସେ ଟେଣ୍ଟ ହାଉସ୍‌ରେ କାମ କରୁଥିଲେ। ସେହି ଗାଁର ସୁମିତ୍ରା ଦିନଙ୍କ ପ୍ରେମରେ ସେ ପଡ଼ିଥିଲେ। ସୁମିତ୍ରା ମଧ୍ୟ ରାହୁଲଙ୍କ ପ୍ରେମରେ ଉବୁଟୁବୁ ହେଉଥିଲେ। ସ୍ୱାମୀ ଥାଉ ଥାଉ ରହୁଲଙ୍କ ପ୍ରେମରେ ପଡ଼ିଥିଲେ ସୁମିତ୍ର। ଆଉ ତା’ପରେ ରାହୁଲ୍‌ଙ୍କ ପାଖରେ ନିଜକୁ ସମର୍ପି ଦେଇଥିଲେ ସୁମିତ୍ରା। ଇଏ ପ୍ରେମ ସମ୍ପର୍କ ଲୁଚା ଛପାରେ ଚାଲିଥିଲା। ହେଲେ ଚୋରା ପିରତୀ ବେଶୀ ଦିନ ଚାଲି ପାରିଲା ନାହିଁ। ବର୍ଷକ ପରେ ଉଭୟଙ୍କ ପ୍ରେମ ସମ୍ପର୍କ ଗାଁ ଲୋକଙ୍କ ତୁଣ୍ଡରେ ଶୁଣିବାକୁ ମିଳିଲା।

ଶେଷରେ ସୁମିତ୍ରାଙ୍କ ପ୍ରେମ ସମ୍ପର୍କର ଖବର ଯାଇ ସ୍ୱାମୀ ମୁନ୍ନା ଦିନଙ୍କ ପାଖରେ ପହଞ୍ଚିଥିଲା। ସେ ପତ୍ନୀଙ୍କୁ ବୁଝାଇଥିଲେ। ଏହା ପରେ ରାହୁଲଙ୍କଠାରୁ ଦୂରେଇ ଯାଇଥିଲେ ସୁମିତ୍ରା। ହେଲେ ରାହୁଲ୍‌ ପୁରୁଣା ଦିନର କଥାକୁ ଭୁଲି ପାରିନଥିଲେ। ଶୟନେ ସପନେ ସୁମିତ୍ରାଙ୍କୁ ଖୋଜୁଥିଲେ। ମୁନ୍ନାଙ୍କ ଅନୁପସ୍ଥିତିରେ ସୁମିତ୍ରାଙ୍କୁ ଦେଖା କରିବାକୁ ଯାଉଥିଲେ। ହେଲେ ସୁମିତ୍ରା ବିରୋଧ କରିଥିଲେ। ପରେ ସୁମିତ୍ରା ଏନେଇ ନିଜ ସ୍ୱାମୀ ମୁନ୍ନାଙ୍କୁ କହିଥିଲେ। ଏହା ପରେ ରାହୁଲଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ ସ୍ୱାମୀ-ସ୍ତ୍ରୀ।

Advertisment

ଗତ ମଙ୍ଗଳବାର ଥିଲା ଦଶହରା। ଯୋଜନା ମୁତାବକ, ସେଦିନ ରାତିରେ ମଦ ପିଇବା ପାଇଁ ଫୋନ୍‌ କରି ଡାକିଥିଲେ ସୁମିତ୍ରା। ପ୍ରେମିକାଠାରୁ ଫୋନ୍‌ କଲ ପାଇବା ପରେ ଗୋଟିଏ ବିଅର୍‌ ବୋତଲ ଧରି ସୁମିତ୍ରାଙ୍କ ଘରେ ପହଞ୍ଚିଥିଲେ ରାହୁଲ୍‌। ସେଠାରେ ଉଭୟ ମିଶି ମଦ ପିଇଥିଲେ। ସେହି ସମୟରେ ମଦରେ ମୂଷା ମରା ବିଷ ମିଶାଇ ଦେଇଥିଲେ ସୁମିତ୍ରା। ଆଉ ସେହି ମଦକୁ ପିଇଦେଇଥିଲେ ରାହୁଲ୍‌। ଯାହାଫଳରେ ଘଟଣା ସ୍ଥଳରେ ରାହୁଲଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ସୁମିତ୍ରା ନିଜ ସ୍ୱାମୀଙ୍କୁ ଡାକିଥିଲେ। ରାତିର ଅନ୍ଧକାରରେ ରାହୁଲଙ୍କ ମୃତଦେହକୁ ଘରଠାରୁ ୧୦୦ ମିଟର ଦୂରରେ ଥିବା ଏକ ଅପରିତ୍ୟକ୍ତ ସ୍ଥାନରେ ଫିଙ୍ଗି ଦେଇଥିଲେ ସ୍ୱାମୀ-ସ୍ତ୍ରୀ।

୨୪ ତାରିଖ ରାତିରେ ପୁଅ ଘରକୁ ନଆସିବାରୁ ବାପା ଚାରିଆଡେ ଖୋଜାଖୋଜି କରିଥିଲେ। ମାତ୍ର ପୁଅର ପତ୍ତା ପାଇନଥିଲେ। ଏନେଇ ମାଛକୁଣ୍ଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ତଦନ୍ତ ବେଳେ ରାହୁଲଙ୍କ ମୃତଦେହ ଜବତ କରିଥିଲା ପୁଲିସ୍‌।

ତଦନ୍ତ ବେଳେ ପୁଲିସ୍‌ର ସନ୍ଦେହୀ ଆଖି ସୁମିତ୍ରାଙ୍କ ଉପରେ ଯାଇଥିଲା। ତେଣୁ ପୁଲିସ୍‌ ସୁମିତ୍ରାଙ୍କୁ ହେପାଜତକୁ ନେଇ ଘନଘନ ଜେରା କରିଥିଲା। ଜେରା ବେଳେ ସବୁ ସତ ମାନିଥିଲେ ସୁମିତ୍ରା। ମଦରେ ବିଷ ଦେଇ ମାରିଥିବା ସ୍ୱୀକାର କରିଥିଲେ ସେ। ଏହି ହତ୍ୟାକାଣ୍ଡରେ ସୁମିତ୍ରାଙ୍କୁ ତାଙ୍କ ସ୍ୱାମୀ ସହଯୋଗ କରିଥିଲେ। ଏହା ପରେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ୍। 

ରିପୋର୍ଟ-ଲମତାପୁଟରୁ ଜଗତ ଜୀବନ

Murder Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe