/odisha-reporter/media/post_attachments/uploadimage/library/16_9/16_9_0/Accused_1723272832.jpg)
Accused
ପ୍ରେମରେ ପଡ଼ି ଯାଇଥିଲେ ଯୁବକଯୁବତୀ। ଉଭୟ ପରସ୍ପରକୁ ଅନ୍ଧ ପରି ପ୍ରେମ କରୁଥିବା ବେଳେ ବିବାହ କରି ଘର ବସାଇବାକୁ ବି ନିଷ୍ପତ୍ତି ନେଇଥିଲେ। ମାତ୍ର ହଠାତ୍ ସମ୍ପର୍କରେ ଆସିଲା ଝଡ଼ ଓ ଉଭୟଙ୍କ ରାସ୍ତା ଅଲଗା ହୋଇଗଲା। ମାତ୍ର ନିଜ ପ୍ରେମକୁ ଭୁଲି ପାରି ନ ଥିବା ଯୁବତୀ ପାଲଟିଗଲେ ହିଂସ୍ର। ପ୍ରତାରଣାର ପ୍ରତିଶୋଧ ନେବାକୁ ପ୍ରେମିକଙ୍କ ଘରେ ନିଆଁ ଲଗାଇଲେ। ଏପରି ଏକ ଚକିତ କରିବା ପରି ଘଟଣା ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଧିନ ରୁକୁଣାଦେଇପୁର ଗାଁରେ ଘଟିଛି।
ରୁକୁଣାଦେଇପୁର ଗ୍ରାମର ଜ୍ୟୋସ୍ନାରାଣୀ ମହାପାତ୍ରଙ୍କ ପୁଅ ପ୍ରଭାତ ମହାପାତ୍ର ଦୀର୍ଘ ଦିନ ଧରି ଭଦ୍ରକ ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। କୌଣସି କାରଣବଶତଃ ତିକ୍ତତା ଆସିବାରୁ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଏବେ ପ୍ରଭାତ ରାଜ୍ୟ ବାହାରେ କାମ କରୁଥିବା ବେଳେ ଯୁବତୀଜଣକ ନିଜ ଗାଁରେ ରହୁଛନ୍ତି।
ଗତକାଲି ଅପରାହ୍ନ ସମୟରେ ଯୁବତୀଜଣକ ନିଜର ବାନ୍ଧବୀଙ୍କ ସହ ସ୍କୁଟିରେ ପ୍ରଭାତଙ୍କ ଘର ସମ୍ମୁଖରେ ପହଞ୍ଚିଥିଲେ। ପ୍ରଥମେ ସେ ପ୍ରଭାତଙ୍କ ପରିବାର ଲୋକଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୂଲଜ କରିବା ସହ ଜ୍ୟୋସ୍ନାରାଣୀ ଏବଂ ତାଙ୍କ ଝିଅକୁ ଆକ୍ରମଣ କରିଥିବା ଜ୍ୟୋସ୍ନାରାଣୀ ଅଭିଯୋଗ କରିଛନ୍ତି। ଏହା ପରେ ଯୁବତୀଜଣକ ପ୍ରଭାତଙ୍କ ଘର ଚାଳରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ।
ଗ୍ରାମବାସୀ ତୁରନ୍ତ ନିଆଁକୁ ଆୟତ୍ତ କରିବାରୁ ବେଶି କ୍ଷୟକ୍ଷତି ହୋଇନି। ଏହାପରେ ସେମାନ ଦୁଇ ଯୁବତୀକୁ କାବୁ କରି ବାସୁଦେବପୁର ପୁଲିସକୁ ଖବର ଦେଇଥିଲେ। ପୁଲିସ ଦୁଇ ଯୁବତୀଙ୍କୁ ଥାନାକୁ ଆଣି ଅଟକ ରଖିବା ସହ ପଚରାଉଚରା ଚଳାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
