Advertisment

ପ୍ରେମିକଙ୍କ ଘରେ ନିଆଁ ଲଗାଇଦେଲେ ପ୍ରେମିକାଙ୍କ ପରିବାର ଲୋକ!

ଯୁବତୀଙ୍କ ପରିବାର ଲୋକେ ବାରମ୍ୱାର ଭୁତପଡ଼ା ଆସି ପୀତାମ୍ବରଙ୍କ ପରିବାରକୁ ଧମକ ଚମକ ଦେଇଯାଉଥିଲେ। ଯେଉଁଥିପାଇଁ ପୀତାମ୍ବରଙ୍କ ପରିବାର ଲୋକେ ଘର ଛାଡ଼ି ବାହାରେ ରହୁଥିଲେ।

Fire

Fire

Advertisment

ପ୍ରେମରେ ଫସାଇ ପ୍ରେମିକାଙ୍କୁ ନେଇଗଲେ ପ୍ରେମିକ। ଏଥିରେ ଉତ୍‌କ୍ଷିପ୍ତ ହୋଇ ପ୍ରେମିକଙ୍କ ଘରେ ନିଆଁ ଲଗାଇଦେଲେ ପ୍ରେମିକାଙ୍କ ପରିବାର ଲୋକ! ଏପରି ଅଭିଯୋଗ କେନ୍ଦୁଝର ଜିଲ୍ଲାରୁ ଆସିଛି। ଏନେଇ ଅଭିଯୋଗ ପରେ ପୁଲିସ୍‌ ଘଟଣାର ତଦନ୍ତ ଚଳାଇଛି।

Advertisment

ହାଟଡ଼ିହି ବ୍ଲକ୍‌ ଇଞ୍ଚୋଳ ପଞ୍ଚାୟତ ଭୁତପଦା ଗାଁର ପୀତାମ୍ବର ଯେନାଙ୍କ ପୁଅ କିଛିଦିନ ତଳେ ବନ୍ତ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। ପରବର୍ତ୍ତୀ ସମୟରେ ସେ ଯୁବତୀଙ୍କୁ ସାଥୀରେ ନେଇଯାଇଥିଲେ। ଝିଅଘର ଲୋକେ ଏ ନେଇ ବନ୍ତ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ପୀତାମ୍ବରଙ୍କ ପରିବାର ଲୋକଙ୍କୁ ଉଠାଇ ନେଇ ପଚରା ଉଚୁରା କରିଥିଲା। ଏପରିକି ଝିଅକୁ ଆଣି ଛାଡିବା ପାଇଁ କହିଥିଲା।

ଅନ୍ୟପକ୍ଷରେ ଯୁବତୀଙ୍କ ପରିବାର ଲୋକେ ବାରମ୍ୱାର ଭୁତପଡ଼ା ଆସି ପୀତାମ୍ବରଙ୍କ ପରିବାରକୁ ଧମକ ଚମକ ଦେଇଯାଉଥିଲେ। ଯେଉଁଥିପାଇଁ ପୀତାମ୍ବରଙ୍କ ପରିବାର ଲୋକେ ଘର ଛାଡ଼ି ବାହାରେ ରହୁଥିଲେ। ଶନିବାର ରାତିରେ ପୀତାମ୍ବରଙ୍କ ସ୍ତ୍ରୀ ମନୋରମା ଘରେ ଏକୁଟିଆ ଥିଲେ। ତେବେ ବିଳମ୍ୱିତ ରାତିରେ ଝିଅଘର ଲୋକେ ଆସି କବାଟ ଭାଙ୍ଗି ମନୋରମାଙ୍କୁ ମାରଧର କରିଥିବା ଅଭିଯୋଗ ହୋଇଛି। ଏଥିସହ ଘରୁ ସୁନାରୁପା ଲୁଟି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି।

Advertisment

ଗାଁ ଲୋକେ ନିଆଁକୁ ଆୟତ୍ତ କରିଥିଲେ। ମନୋରମା ଏନେଇ ନନ୍ଦିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ନିଆଁ ଲଗାଇଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ନନ୍ଦିପଦା ଥାନା ପୁଲିସ୍‌ ନଂ ୮୬/୨୦୨୪ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ରିପୋର୍ଟ- ଆନନ୍ଦପୁରରୁ ମୁନ୍ନା ସିଂ

Kendujhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe