Advertisment

ଦୁଇଟି ସ୍ତ୍ରୀରେ ବି ମନ ବୁଝିଲାନି; ଯୁବତୀଙ୍କୁ ଗର୍ଭବତୀ କରି ତଣ୍ଟିଚିପି ଦେଲେ

ସତ୍ୟବାନର ପୂର୍ବରୁ ଦୁଇଜଣ ସ୍ତ୍ରୀ ରହିଥିବା ବେଳେ ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ବଡ ଇନ୍ଦୁପୁର ଗ୍ରାମର ଜଣେ ଯୁବତୀଙ୍କୁ ନିଜ ପ୍ରେମ ଜାଲରେ ଫସାଇଥିଲା।

Arrested

Arrested

Advertisment

ଘରେ ଦୁଇ ଦୁଇଟି ସ୍ତ୍ରୀ ଥାଇ ବି ମନ ବୁଝିଲାନି। ମିଠା ମିଠା କଥା କହି ଜଣେ ଯୁବତୀଙ୍କୁ ପ୍ରଥମେ ପ୍ରେମ ଜାଲରେ ଫସାଇଲେ। ତା’ ପରେ ବିବାହ ପ୍ରତିଶ୍ରୁତି ଦେଇ ଗର୍ଭବତୀ କରାଇଲେ। ଯୁବତୀ ଜଣଙ୍କ ୨ମାସର ଗର୍ଭବତୀ ଥିବା ଜାଣିବା ପରେ ତଣ୍ଟିଚିପି ମାରିଦେଇ ଆତ୍ମହତ୍ୟା ରୁପ ଦେଲା ଅଭିଯୁକ୍ତ। କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ସୋୟାବାଲି ଜଙ୍ଗଲରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ପର୍ଦ୍ଦାଫାସ କରିଛି ବଡବିଲ ପୁଲିସ। ଏହା ହତ୍ୟାକାଣ୍ଡ ହୋଇଥିବା ବେଳେ ପୁଲିସ ଏହି ଘଟଣାର ଅଭିଯୁକ୍ତ ତଥା ମୃତ ଯୁବତୀଙ୍କ ପ୍ରେମୀ ସତ୍ୟବାନ୍ ବେହେରାକୁ ଗିରଫ କରିଛି।

Advertisment

ସତ୍ୟବାନର ପୂର୍ବରୁ ଦୁଇଜଣ ସ୍ତ୍ରୀ ରହିଥିବା ବେଳେ ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ବଡ ଇନ୍ଦୁପୁର ଗ୍ରାମର ଜଣେ ଯୁବତୀଙ୍କୁ ନିଜ ପ୍ରେମ ଜାଲରେ ଫସାଇଥିଲା। ବିବାହର ପ୍ରତିଶ୍ରୁତି ଦେଇ ତା’ ସହିତ ଶାରୀରିକ ସମ୍ପର୍କ ରଖିଥିଲା। ଯୁବତୀ ଜଣକ ୨ ମାସର ଗର୍ଭବତୀ ହେବାରୁ  ସତ୍ୟବାନକୁ ବିବାହ କରିବାକୁ ଚାପ ଦେଇ ଆସୁଥିଲେ। ହେଲେ ସତ୍ୟବାନ ଯୁବତୀଙ୍କୁ ବିବାହ କରିବାକୁ ଅରାଜି ଥିଲେ।

ଏଥିପାଇଁ ଯୁବତୀଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା ଅଭିଯୁକ୍ତ। ଯୋଜନା ମୁତାବକ ବିବାହର ପ୍ରତିଶ୍ରୁତି ଦେଇ ଏପ୍ରିଲ ୫ ତାରିଖ ରାତିରେ ଅଭିଯୁକ୍ତ ସତ୍ୟବାନ ଯୁବତୀଙ୍କୁ ତାଙ୍କ ଘରୁ ଆଣି ଥିଲା। ବଡବିଲ ଶାନ୍ତବହାଳ ସ୍ଥିତ ଶିବ ମନ୍ଦିରରେ ଦୁହେଁ ରାତ୍ରୀ ଯାପାନ କରିଥିଲେ। ଭୋର୍ ପ୍ରାୟ ୩ଟା ବେଳେ  ଅଭିଯୁକ୍ତ ସତ୍ୟବାନ୍ ପ୍ରେମିକାକୁ ଜଟେଶ୍ୱର ମନ୍ଦିର ନିକଟ ଜଙ୍ଗଲକୁ ନେଇଯାଇ ସେଠାରେ ଯୁବତୀଙ୍କ ତଣ୍ଟି ଚିପି ହତ୍ୟା କରିଥିଲା। ହତ୍ୟା ପରେ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଅଭିଯୁକ୍ତ ସତ୍ୟବାନ୍ ଯୁବତୀଙ୍କ ମୃତଦେହକୁ ଏକ ଗଛରେ ଟାଙ୍ଗିଦେଇ ଫେରାର ମାରିଥିଲା।

Advertisment

୯ ତାରିଖରେ ପୁଲିସ ଯୁବତୀଙ୍କ ମୃତଦେହକୁ ଜଙ୍ଗଲରୁ ଉଦ୍ଧାର କରିଥିଲା। ଏହା ସହ ଘଟଣାର ତଦନ୍ତ କରିଥିଲା। ବୁଧବାର ସତ୍ୟବାନ୍ ବେହେରାକୁ ପୁଲିସ ଗିରଫ କରିଥିଲା। ପୁଲିସ ଆଗରେ ସତ୍ୟବାନ ସବୁ ସତ ଓଗାଳିଥିଲା। ପରେ ପୁଲିସ ଅଭିଯୁକ୍ତର ସିନ୍ ରିକ୍ରିଏସନ୍ କରିବା ସହ କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ଏନେଇ ପୁଲିସ କୌଣସି ପ୍ରତିକ୍ରିୟା ମିଳିନାହିଁ।

Sudargarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe