Advertisment

ନାବାଳିକାଙ୍କୁ ଦୁଷ୍କର୍ମ କରି ଫିଙ୍ଗି ଦେଲେ ସୋଶାଲ ମିଡିଆ ବନ୍ଧୁ

ପୀଡ଼ିତାଙ୍କ ବୟାନ ପରେ ପୁଲିସ୍‌ ଅଭିଯୁକ୍ତଙ୍କୁ ଅଟକ ରଖିଛି। ସେ ମଧ୍ୟ ଜଣେ ନାବାଳକ।

author-image
Hemant Lenka
ଅଦ୍ୟତନ ହୋଇଛି
stop Rape

stop Rape

ସୋଶାଲ ମିଡିଆ ବନ୍ଧୁଙ୍କ ଜଘନ୍ୟକାଣ୍ତ। ନିଜର ନାବାଳିକା ବନ୍ଧୁଙ୍କୁ ସେ କରିଛନ୍ତି ଦୁଷ୍କର୍ମ। ଏହାପରେ ନାବାଳିକାଙ୍କୁ ପରିତ୍ୟକ୍ତ ସ୍ଥାନରେ ଫିଙ୍ଗି ଦେଇ ଚାଲି ଯାଇଛନ୍ତି। ଦିଲ୍ଲୀର ସାଗରପୁର ସ୍ଥିତ ଡାବ୍ରୀ ମେଟ୍ରୋ ଷ୍ଟେସନ ନିକଟରୁ ଅଚେତ ଅବସ୍ଥାରେ ପଡ଼ିଥିବା ନାବାଳିକାଙ୍କୁ ଉଦ୍ଧାର ହେବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।

Advertisment

ଚିକିତ୍ସା ପରେ ହୋଶକୁ ଫେରିଥିବା ପୀଡ଼ିତା ଜଣଙ୍କ ପୁଲିସ୍‌କୁ କହିଛନ୍ତି ଯେ ମଙ୍ଗଳବାର ସେ ମେଟ୍ରୋ ଷ୍ଟେସନ ନିକଟରେ ଅଚେତ ହୋଇଯାଇଥିଲେ। ତେବେ ପୁଲିସ୍‌ ପୂର୍ବରୁ କହିଥିଲା ଯେ ନାବାଳିକାଙ୍କୁ ମାଡ଼ ମରାଯାଇଥିଲା ଓ ତାଙ୍କୁ ମେଟ୍ରୋ ଷ୍ଟେସନ ନିକଟରେ ଫିଙ୍ଗି ଦିଆଯାଇଥିଲା। ପୀଡ଼ିତାଙ୍କ ବୟାନ ପରେ ପୁଲିସ୍‌ ଅଭିଯୁକ୍ତଙ୍କୁ ଅଟକ ରଖିଛି। ସେ ମଧ୍ୟ ଜଣେ ନାବାଳକ।

ପୁଲିସ୍‌ କହିଛି, “ଆମେ ଜାଣିବାକୁ ପାଇଛୁ ଯେ କୋଚିଂ କ୍ଲାସ ଶେଷ ହେବା ପରେ ପୀଡ଼ିତା ଜଣଙ୍କ ତାଙ୍କ ସୋଶାଲ ମିଡିଆ ବନ୍ଧୁଙ୍କୁ ଦେଖା କରିବାକୁ ଯାଇଥିଲେ। ବନ୍ଧୁ ଜଣଙ୍କ ମଧ୍ୟ ନାବଳକ। ତଥାପି ଏହି ଭେଟଘାଟ ସମୟରେ ସେ ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିଲେ। ଏହାପରେ ତାଙ୍କୁ ଏକାନ୍ତ ସ୍ଥାନରେ ଛାଡ଼ି ଚାଲି ଯାଇଥିଲେ।

Advertisment

କୌଣସି ଉପାୟ ନ ପାଇ ପୀଡ଼ିତା ଜଣଙ୍କ ଘରକୁ ଫେରିବା ପାଇଁ ରିକ୍ସା ଭଡ଼ା କରିଥିଲେ। ଏହାପରେ ମେଟ୍ରୋ ଷ୍ଟେସନରେ ପହଞ୍ଚିଥିଲେ। କିନ୍ତୁ ସେଠାରେ ସେ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ।

ଏଥିଯୋଗୁ ସେ ସାମାନ୍ୟ ଆହତ ମଧ୍ୟ ହୋଇଛନ୍ତି। ଲୋକମାନେ ଏହାକୁ ଦେଖିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏହାପରେ ପୁଲିସ୍‌କୁ ପରିବାର ଲୋକ ଖବର ଦେଇଥିଲେ।

Delhi Stop Rape