Advertisment

ନାବାଳିକା ଛାତ୍ରୀଙ୍କ ସହ ଅସଂଯତ ଅବସ୍ଥାରେ ଥିଲେ ଗୀତ ସାର୍‌, ପିଟିଲେ ୩ ଯୁବକ

ଭିଡିଓରେ ଗୀତ ସାର୍‌ ଓ ନାବାଳିକା ଛାତ୍ରୀଙ୍କୁ ୩ ଜଣ ଯୁବକ ଉଲଗ୍ନ କରିବା ସହ ମାଡ଼ ମାରିବାର ପୂରା ଘଟଣା ରହିଛି। ମାଡ଼ ଖାଇଥିବା ଗୀତ ସାର୍‌ଙ୍କ ବୟସ ୪୦ ବର୍ଷ ବୋଲି ପୁଲିସ କହିଛି।

author-image
Hemant Lenka
Bihar

Bihar

ଧରାପଡ଼ି ଯାଇଛି ଗୀତ ସାର୍‌ଙ୍କ ରାସଲୀଳା। ନାବାଳିକା ଛାତ୍ରୀଙ୍କୁ ଗୀତ ଶିଖାଇବା ନାଁରେ ତାଙ୍କ ସହ ଯୌନ କ୍ରୀଡ଼ା କରୁଥିବା ବେଳେ ରଙ୍ଗେ ହାତ ଧରା ପଡ଼ିଛନ୍ତି ସାର୍‌। ୩ ଜଣ ଯୁବକ ଗୀତ ସାର୍‌ ଓ ଛାତ୍ରୀଙ୍କୁ ଅସଂଯତ ଅବସ୍ଥାରେ ଧରିବା ପରେ ଭଲ ଭାବେ ଉତ୍ତମ ମଧ୍ୟମ ଦେଇଛନ୍ତି। ଦୁଇ ଜଣଙ୍କୁ ଉଲଗ୍ନ କରି ସେମାନେ ପ୍ରବଳ ପିଟିଛନ୍ତି। ବିହାରରେ ଏପରି ଘଟଣା ଘଟିଥିବା ବେଳେ ଏହାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି।

Advertisment

ଭିଡିଓରେ ଗୀତ ସାର୍‌ ଓ ନାବାଳିକା ଛାତ୍ରୀଙ୍କୁ ୩ ଜଣ ଯୁବକ ଉଲଗ୍ନ କରିବା ସହ ମାଡ଼ ମାରିବାର ପୂରା ଘଟଣା ରହିଛି। ମାଡ଼ ଖାଇଥିବା ଗୀତ ସାର୍‌ଙ୍କ ବୟସ ୪୦ ବର୍ଷ ବୋଲି ପୁଲିସ କହିଛି। ଏସ୍‌ପି ଯୋଗେନ୍ଦ୍ର କୁମାର କହିଛନ୍ତି, “ପୀଡ଼ିତାଙ୍କ ବୟାନ ଆଧାରରେ ଗୀତ ସାର୍‌ଙ୍କୁ ଗିରଫ କରାଯାଇଛି। ସେ ବଳ ପୂର୍ବକ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଉଥିଲେ। ପୋକ୍ସୋ, ଅନୁସୂଚିତ ଜାତି ଓ ଜନଜାତି ଆଇନ, ଆଇଟି ଆକ୍ଟର ଧାରା ୬୭ବି ଓ ଆଇପିସିର ଧାରା ୩୭୬ ଅନୁଯାୟୀ ଅଭିଯୁକ୍ତଙ୍କ ନାଁରେ ମାମଲା ହୋଇଛି।”

ପୁଲିସ ଗୀତ ସାର୍‌ଙ୍କୁ ଗିରଫ କରିଥିବା ତାଙ୍କୁ ଓ ଛାତ୍ରୀଙ୍କୁ ମାଡ଼ ମାରିଥିବା ୩ ଯୁବକଙ୍କୁ ଧରିବାକୁ ସକ୍ଷମ ହୋଇନାହିଁ। ସେମାନଙ୍କୁ ଧରିବା ପାଇଁ ପୁଲିସ୍‌ ଜୋରଦାର ଉଦ୍ୟମ କରୁଛି। ପ୍ରାଥମିକ ତଦନ୍ତରୁ ଘଟଣାଟି ଗୁରୁବାର ଘଟିଥିବା ଜଣାପଡ଼ିଛି।

Advertisment

ପୁଲିସ୍‌ ଭିଡିଓକୁ ଯାଞ୍ଚ କରିବା ସହ ଘଟଣାସ୍ଥଳରୁ ମିଳିଥିବା ଦୁଇ ଜଣଙ୍କ କପଡ଼ାକୁ ଜବତ କରି ଫରେନ୍ସିକ ଯାଞ୍ଚ ପାଇଁ ପଠାଇଛି। ପୀଡ଼ିତାଙ୍କ ମେଡିକାଲ ଟେଷ୍ଟ କରାଯାଇଥିବା ବେଳେ ମାଜିଷ୍ଟ୍ରେଟଙ୍କ ନିକଟରେ ତାଙ୍କ ବୟାନ ଖୁବଶୀଘ୍ର ରେକର୍ଡ କରାଯିବ ବୋଲି ଜଣାପଡ଼ିଛି।

Bihar