Advertisment

ଜାତକ ବାହାନାରେ ଜ୍ୟୋତିଷ ପାଖକୁ ଗଲେ ଦୁଇ ଯୁବକ, ନିଶା ଦେଇ ଘରେ ବୁଲାଇଲେ କଳାକନା

ଜ୍ୟୋତିଷ ତାଙ୍କ ଜାତକ ଦେଖିବାରେ ବ୍ୟସ୍ତ ଥିବା ବେଳେ ଦୁଇ ଯୁବକଜଣକ କୋଲ୍ଡ ଡ୍ରିଙ୍କ୍ସରେ କିଛି ନିଶା ଦ୍ରବ୍ୟ ମିଶାଇ ତାଙ୍କୁ ପିଇବାକୁ ଦେଇଥିଲେ। ଏହାପରେ ଜ୍ୟୋତିଷଜଣକ ବେହୋସ ହୋଇ ଯାଇଥିବା ବେଳେ ଦୁଇ ଯୁବକ ତାଙ୍କ ଘରେ କଳାକନା ବୁଲାଇଦେଲେ।

Astrologer

Astrologer

Advertisment

ପ୍ରେମିକା ନାରାଜ ଥିବାରୁ ଜାତକ ଦେଖାଇବାକୁ ଜ୍ୟୋତିଷଙ୍କ ଶରଣ ପଶିଲେ ଯୁବକ । ଜ୍ୟୋତିଷ ତାଙ୍କ ଜାତକ ଦେଖିବାରେ ବ୍ୟସ୍ତ ଥିବା ବେଳେ ଦୁଇ ଯୁବକଜଣକ କୋଲ୍ଡ ଡ୍ରିଙ୍କ୍ସରେ କିଛି ନିଶା ଦ୍ରବ୍ୟ ମିଶାଇ ତାଙ୍କୁ ପିଇବାକୁ ଦେଇଥିଲେ। ଏହାପରେ ଜ୍ୟୋତିଷଜଣକ ବେହୋସ ହୋଇ ଯାଇଥିବା ବେଳେ ଦୁଇ ଯୁବକ ତାଙ୍କ ଘରେ କଳାକନା ବୁଲାଇଦେଲେ। ଏପରି ଏକ ଚାଞ୍ଚଲ୍ୟକର ଘଟଣା ଉତ୍ତରପ୍ରଦେଶର କାନପୁର ଜିଲ୍ଲାରେ ଘଟିଛି। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

କାନପୁରର ଗୋବିନ୍ଦନଗରରେ ରହୁଥିବା ଜ୍ୟୋତିଷ ତରୁଣ ଶର୍ମାଙ୍କ ଅଭିଯୋଗ ଅନୁଯାୟୀ, ୪ ଦିନ ପୂର୍ବେ କୃଷ୍ଣା ଠାକୁର ଓ କାର୍ତ୍ତିକ ପରିହାର ନାମକ ଦଇ ଯୁବକ ତାଙ୍କ ନିକଟରେ ପହଞ୍ଚିଥିଲେ। ଏହାପରେ ଗର୍ଲଫ୍ରେଣ୍ଡ ନାରାଜ ଥିବାରୁ ମନାଇବାର ଉପାୟ ବତାଇବାକୁ ନିଜ ଜାତକ ଦେଖାଇଥିଲେ। ଉଭୟଙ୍କୁ ଅକ୍ଟୋବର ୨ ତାରିଖରେ ଆସିବାକୁ କହିଥିଲି।

ନିର୍ଦ୍ଧାରିତ ତାରିଖ ଅନୁଯାୟୀ ସେମାନେ ଗତ ୨ ତାରିଖରେ ପହଞ୍ଚିଥିଲେ। ଏହାପରେ ବହୁ ସମୟ କଥାବାର୍ତ୍ତା କରି ନିଜ ସମସ୍ୟା କହିଥିଲେ। ଇତି ମଧ୍ୟରେ ବ୍ୟାଗରୁ ଏକ କୋଲ୍ଡଡ୍ରିଙ୍କ୍ସ ବୋତଲ ବାହାର କରି ଗ୍ଲାସରେ ପିଇବାକୁ ଦେଲେ। ତାହାକୁ ପିଇବା ପରେ ମୁଁ ବେହୋସ ହୋଇଗଲି ବୋଲି କହିଛନ୍ତି ତରୁଣ ଶର୍ମା।

Advertisment

ଏହାର ସୁଯୋଗ ନେଇ ଉଭୟ ଯୁବକ ଘରେ ଥିବା ଲକ୍ଷାଧିକ ଟଙ୍କାର କ୍ୟାସ୍‌, ସୁନଗହଣା, ଦୁଇ ମୋବାଇଲ ସହ ବହୁ ମୂଲ୍ୟବାନ ଜିନିଷ ଚୋରି କରି ନେଇଛନ୍ତି। ଏଥଇସହ ଘରେ ଲାଗିଥିବା ସିସିଟିଭିକୁ ବି ନେଇ ଯାଇଛନ୍ତି ବୋଲି ଜ୍ୟୋତିଷଜଣକ ଥାନାରେ ଅଭିଯୋଗ କରିଛନ୍ତି।

ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ଏଥିସହ ଆଖପାଖର ସିସିଟିଭି ଯାଞ୍ଚ କରୁଛି। ଖୁବ୍‌ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି ।

Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe