କରମା ପୂଜା ଦେଖିବାକୁ ଆସିଥିବା ବେଳେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ଏହି ଘଟଣାରେ ୩ ଜଣ ସଂପୃକ୍ତ ଥିବା କୁତ୍ରା ଥାନାରେ ଅଭିଯୋଗ ହୋଇଛି।
ଏହି ୩ ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ ନାବାଳକ ଥିବା ଜଣାଯାଇଛି। ସେମାନଙ୍କ ଘର ବୀରମିତ୍ରପୁର ଥାନା ରାଇବଗା ଅଞ୍ଚଳରେ ବୋଲି ଜଣାଯାଇଛି।
Also Read
୧୬ ତାରିଖ ରାତିରେ ଯୁବତୀ ଜଣଙ୍କ ରାଜଗାଙ୍ଗପୁରକୁ କରମା ପୂଜା ଦେଖିବାକୁ ଆସିଥିଲେ। ଏହି ସମୟରେ ଯୁବତୀଙ୍କ ଜଣଙ୍କ ଗଣ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଯୁବତୀ ଜଣଙ୍କ ଘଟଣା ସଂପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ୧୭ ତାରିଖରେ ପରିବାର ଲୋକେ କୁତ୍ରା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୁକ୍ତଙ୍କୁ ଧରିବାକୁ ଖୋଳତାଡ଼ ଆରମ୍ଭ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ପଶ୍ଚିମବଙ୍ଗରୁ ଆଳୁ ଆସୁନି! କିନ୍ତୁ ଆସୁଛି ଚୋରା ମହୁଲ
ପଶ୍ଚିମବଙ୍ଗରୁ ଏକ ମହୁଲ ବୋଝେଇ ପିକ୍ଅପ୍ ଭ୍ୟାନ୍ ବେଆଇନ୍ ଭାବେ ଓଡ଼ିଶା ଭିତରେ ପ୍ରବେଶ କରୁଥିଲା। ମୟୂରଭଞ୍ଜ ଜିଲ୍ଲା ଅବକାରୀ ୟୁନିଟ୍ ଉକ୍ତ ମହୁଲ ବୋଝେଇ ଭ୍ୟାନ୍ଟିକୁ ପିଛା କରିଥିଲା।
Crime
ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍ ଓ ଲକ୍ଷେ ପାଞ୍ଚ ହଜାର ଟଙ୍କା ଜରିମାନା
ପୀଡ଼ିତାଙ୍କ ବଡ଼ ଭଉଣୀ ଏନେଇ ଟିକାବାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ୍ ମାମଲା ରୁଜୁ କରିଥିଲା। ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଧନେଶ୍ୱର କହଁରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୁଲିସ୍।
Crime
ରେଲୱେ ଷ୍ଟେସନରୁ ୬୦ କେଜି ରୁପା ଜବତ; ଜଣେ ଅଟକ
ରାଉରକେଲାରୁ ରାଞ୍ଚି ଏତେ ପରିମାଣର ରୁପା ଯାଉଥିଲା ବୋଲି ସୂଚନା ମଳିଛି।
Crime
ଗାଈମାରି ବାଛନ୍ଦ ହେଲେ, ଫାଇନ ଦେଇ ଶୁଦ୍ଧି ହେଲେ, ମାମଲା ଥାନାରେ
ଏ ସଂପର୍କରେ ବଲାଙ୍ଗିର ସଦର ପୁଲିସ ଖବର ପାଇବା ପରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।