ରାଉରକେଲାରେ ଘଟିଛି ଲଜ୍ଜାଜନକ ଘଟଣା। ଯୌନ ପିପାସୁମାନେ ନାବାଳିକାଙ୍କୁ ଛାଡ଼ି ନାହାନ୍ତି। ଜଣେ ନାବାଳିକାଙ୍କୁ ରାସ୍ତାରୁ ଉଠାଇ ନେଇ ୩ ଧରି ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଯୌନ ପିପାସୁଙ୍କ କବଳରୁ ଖସି ଆସି ଉଦିତ ନଗର ଥାନାରେ ଅଭିଯୋଗ କରିଛନ୍ତି ନାବାଳିକା।
ଗତ ୧୭ ତାରିଖରେ ନାବାଳିକା ଜଣଙ୍କ ବିଶ୍ରା ଛକ ନିକଟରେ ବୁଲୁଥିଲେ। ଏହି ସମୟରେ ନାବାଳିକାଙ୍କ ପୁରୁଷ ବନ୍ଧୁଙ୍କ ସମେତ ୩ ଜଣ ଯୁବକ ନାବାଳିକାଙ୍କୁ ଉଠାଇ ନେଇଥିଲେ। ପରେ ବିଶ୍ରା ଅଞ୍ଚଳରେ ଏକ ଘରେ ବନ୍ଦ ରଖି ୩ ଧରି ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
୧୯ ତାରିଖ ଦିନ ଅର୍ଥାତ ଗତକାଲି ନାବାଳିକା ଜଣଙ୍କ ଯୌନ ପିପାସୁଙ୍କ କବଳରୁ ଖସି ଆସି ଉଦିତ ନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏହି ଘଟଣାର ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
ସୂଚନାଯୋଗ୍ୟ, ଗତ ୨ ମାସ ଭିତରେ ରାଉରକେଲାରେ ବିର୍ସା ମୁଣ୍ଡା ଥାନା ଓ ରଘୁନାଥ ପାଲି ଥାନା ଅଞ୍ଚଳରେ ସମାନ ଘଟଣା ଘଟିଥିଲା। ନାବାଳିକାଙ୍କୁ ଉଠାଇ ଆଣି ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ପୁଣି ଜଣେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିବା ପରେ ରାଉରକେଲା ପୁଲିସ ପାଇଁ ଚ୍ୟାଲେଞ୍ଜିଂ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।