Advertisment

ରାଉରକେଲାରେ ଲଜ୍ଜା; ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ଗତ ୧୭ ତାରିଖରେ ବିଶ୍ରା ଛକ ନିକଟରୁ ଉଠାଇ ନେଇଥିଲେ ଅଭିଯୁକ୍ତ।

Rape

Rape

Advertisment

ରାଉରକେଲାରେ ଘଟିଛି ଲଜ୍ଜାଜନକ ଘଟଣା। ଯୌନ ପିପାସୁମାନେ ନାବାଳିକାଙ୍କୁ ଛାଡ଼ି ନାହାନ୍ତି। ଜଣେ ନାବାଳିକାଙ୍କୁ ରାସ୍ତାରୁ ଉଠାଇ ନେଇ ୩ ଧରି ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଯୌନ ପିପାସୁଙ୍କ କବଳରୁ ଖସି ଆସି ଉଦିତ ନଗର ଥାନାରେ ଅଭିଯୋଗ କରିଛନ୍ତି ନାବାଳିକା।

Advertisment

ଗତ ୧୭ ତାରିଖରେ ନାବାଳିକା ଜଣଙ୍କ ବିଶ୍ରା ଛକ ନିକଟରେ ବୁଲୁଥିଲେ। ଏହି ସମୟରେ ନାବାଳିକାଙ୍କ ପୁରୁଷ ବନ୍ଧୁଙ୍କ ସମେତ ୩ ଜଣ ଯୁବକ ନାବାଳିକାଙ୍କୁ ଉଠାଇ ନେଇଥିଲେ। ପରେ ବିଶ୍ରା ଅଞ୍ଚଳରେ ଏକ ଘରେ ବନ୍ଦ ରଖି ୩ ଧରି ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

୧୯ ତାରିଖ ଦିନ ଅର୍ଥାତ ଗତକାଲି ନାବାଳିକା ଜଣଙ୍କ ଯୌନ ପିପାସୁଙ୍କ କବଳରୁ ଖସି ଆସି ଉଦିତ ନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏହି ଘଟଣାର ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। 

Advertisment

ସୂଚନାଯୋଗ୍ୟ, ଗତ ୨ ମାସ ଭିତରେ ରାଉରକେଲାରେ ବିର୍ସା ମୁଣ୍ଡା  ଥାନା ଓ ରଘୁନାଥ ପାଲି ଥାନା ଅଞ୍ଚଳରେ ସମାନ ଘଟଣା ଘଟିଥିଲା। ନାବାଳିକାଙ୍କୁ ଉଠାଇ ଆଣି ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ପୁଣି ଜଣେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିବା ପରେ ରାଉରକେଲା ପୁଲିସ ପାଇଁ ଚ୍ୟାଲେଞ୍ଜିଂ ହୋଇଛି।

Rourkela Gang Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe