Advertisment

ରାଉରକେଲାରେ ଲଜ୍ଜା; ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ଗତ ୨୧ ତାରିଖରେ ରାଉରକେଲାର ବିର୍ସା ମୁଣ୍ଡା ଅଞ୍ଚଳରେ ୨ ଜଣ ନାବାଳିକାଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
Rape

Rape

ରାଉରକେଲାରେରେ ଘଟିଛି ଲଜ୍ଜାଜନକ ଘଟଣା। ଯୌନ ପିପାସୁମାନେ ନାବାଳିକାଙ୍କୁ ଛାଡ଼ି ନାହାନ୍ତି। ଜଣେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ୫ଜଣ ସଂପୃକ୍ତ ଥିବାରଘୁନାଥପାଲି ଥାନାରେ ଅଭିଯୋଗ ହୋଇଛି। ନାବାଳିକାଙ୍କ ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। 

Advertisment

ଅଭିଯୋଗ ଅନୁସାରେ, ଗତକାଲି ରାତିରେ ରଘୁନାଥପାଲି ଥାନା ନିକଟରେ ଥିବା ଏକ ରେଷ୍ଟୁରାଣ୍ଟକୁ ନାବାଳିକା ନିଜର ୨ ପୁରୁଷ ବନ୍ଧୁଙ୍କ ସହ ଯାଇଥିଲେ। ପରେ ୨ ପୁରୁଷ ବନ୍ଧୁ ନାବାଳିକାଙ୍କୁ ପ୍ଲାଣ୍ଟ ସାଇଟ ଥାନା ଅଞ୍ଚଳକୁ ଆଣି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ୨ ପୁରୁଷ ବନ୍ଧୁଙ୍କ ସମେତ ୫ ଜଣ ଯୁବକ ସଂପୃକ୍ତ ଥିବା ଥାନାରେ ଅଭିଯୋଗ ହୋଇଛି। ପୁଲିସ ଅଭିଯୁକ୍ତ ଯୁବକଙ୍କୁ ଧରିବାକୁ ଖୋଳତାଡ ଆରମ୍ଭ କରିଛି ଓ ଘଟଣାର ତଦନ୍ତ କରୁଛି।

ସୂଚନାଯୋଗ୍ୟ, ଗତ ୨୧ ତାରିଖରେ ରାଉରକେଲାର ବିର୍ସା ମୁଣ୍ଡା ଅଞ୍ଚଳରେ ୨ ଜଣ ନାବାଳିକାଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। କିଛି ଯୁବକ ୨ ନାବଳିକାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ପୁଲିସ ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା ଚଳାଇଥିବା ବେଳେ ପୁଣି ରାଉରକେଲାରେ ଜଣେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିଛି। ଯାହା ପୁଲିସ ପାଇଁ ଚ୍ୟାଲେଞ୍ଜିଂ ହୋଇଛି।

Advertisment
Rourkela Gang Rape