Advertisment

କଳଙ୍କିତ ହେଲା ସଂପର୍କ; ନାବାଳିକା ଝିଅକୁ ଗର୍ଭବତୀ କଲା ବାପା

ଅଭିଯୁକ୍ତ ବାପାକୁ ଗତକାଲିଠୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

author-image
Tapaswini Nayak
Pregnant girl

Pregnant girl

କଳଙ୍କିତ ହେଲା ବାପା ଝିଅର ସମ୍ପର୍କ। ନାବାଳିକା ଝିଅକୁ ଦୁଷ୍କର୍ମ କରି ଗର୍ଭବତୀ କଲା ପିଶାଚ ବାପା। ବଲାଙ୍ଗିର ଜିଲ୍ଲାରେ ଏଭଳି ଲଜ୍ଜାକର ଘଟଣା ଘଟିଛି। ପୁଲିସ ଅଭିଯୁକ୍ତ ବାପାକୁ ଅଟକ ରଖିଛି।

Advertisment

ଅଭିଯୁକ୍ତ ଛଦ୍ମ ନାମ (କୁନା) ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟ ସବୁବେଳେ ଝଗଡ଼ା ହେଉଥିଲା। ଏଥିପାଇଁ ସ୍ତ୍ରୀ ୭ବର୍ଷ ହେବ ବାପ ଘରେ ରହୁଥିଲେ। କୁନାଙ୍କ ୨ ପୁଅ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ବେଳେ ବାପା ଓ ୧୬ ବର୍ଷୀୟ ଝିଅ ଘରେ ରହୁଥିଲେ। କୁନା ନିଜ ଝିଅକୁ ଦୁଷ୍କର୍ମ କରୁଥିଲେ। ଏହାରି ଭିତରେ ନାବାଳିକା ଝିଅଟି ଗର୍ଭବତୀ ହୋଇଥିଲା। ଝିଅଟି ଗର୍ଭବତୀ ଥିବା ଗ୍ରାମବାସୀ ଜାଣିବାକୁ ପାଇଥିଲେ। ଏନେଇ ଗାଁର ଆଶା କର୍ମୀଙ୍କୁ ଜଣାଇଥିଲେ। ଆଶାକର୍ମୀ ଘଟଣା ସଂପର୍କରେ ବେଲପଡ଼ା ସିଡିପିଓଙ୍କୁ ଅବଗତ କରାଇଥିଲେ।

ସିଡିପିଓ ଘଟଣାର ସତ୍ୟାସତ ଜାଣିବା ପରେ ବେଲପଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ପୁଲିସ ନାବାଳିକା ଉଦ୍ଧାର କରି ଗର୍ଭ ଟେଷ୍ଟ କରିଥିଲା। ରିପୋର୍ଟ ପଜେଟିଭ ଆସିବା ପରେ ନାବାଳିକାଙ୍କୁ ପୁଲିସ ବଲାଙ୍ଗିର ସଖୀ ସେଣ୍ଟର ରଖିଛି। ଏଥିସହ ଅଭିଯୁକ୍ତ ବାପାକୁ ଗତକାଲିଠୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

Advertisment
Bolangir