Advertisment

Murder: ନବାଳିକାଙ୍କ ତଣ୍ଟି କାଟିଲେ, ହାତ ଗୋଡ଼ ଭାଙ୍ଗିଲେ, ନାକରେ ବାଲି ପୂରାଇଲେ

ଜଣେ ନାବାଳିକାଙ୍କୁ ଅପହରଣ କରାଯିବା ପରେ ତାଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଛି। ତାଙ୍କ ହାତଗୋଡ଼ ଭାଙ୍ଗି ଦିଆଯାଇଥିବା ବେଳେ ନାକର ଦୁଇ ପୁଡ଼ାରେ ବାଲି ପୂରାଇ ଏହାକୁ ବନ୍ଦ କରିଦିଆଯାଇଛି।

author-image
Hemant Lenka
UP

representational image

ବର୍ବରତାର ସବୁ ସୀମା ଟପି ଯାଇଛି। ମଣିଷ ପାଲଟି ଯାଇଛି ରାକ୍ଷାସ। ଉତ୍ତର ପ୍ରଦେଶ(Uttar Pradesh)ର ବାହରୈଚ ଠାରେ ଜଣେ ୧୫ ବର୍ଷୀୟ ଝିଅ ସହ ଯାହା ଘଟିଛି, ତା’କୁ ଜାଣିଲେ ଆପଣଙ୍କ ଲୋମ ମଧ୍ୟ ଟାଙ୍କୁରି ଉଠିବ। ରାଗରେ ଆପଣ ମଧ୍ୟ ଘଟଣାକୁ ଛି’ଛି କରିବେ।

Advertisment

ଜଣେ ନାବାଳିକାଙ୍କୁ ଅପହରଣ କରାଯିବା ପରେ ତାଙ୍କୁ ତଣ୍ଟି କାଟି ହତ୍ୟା(Murder) କରାଯାଇଛି। ତାଙ୍କ ହାତଗୋଡ଼ ଭାଙ୍ଗି ଦିଆଯାଇଥିବା ବେଳେ ନାକର ଦୁଇ ପୁଡ଼ାରେ ବାଲି ପୂରାଇ ଏହାକୁ ବନ୍ଦ କରିଦିଆଯାଇଛି। ଏଥିରୁ ନାବାଳିକାଙ୍କୁ କେମିତି ନିର୍ଯାତନା ଦିଆଯାଇଛି, ସେକଥା ସ୍ପଷ୍ଟ ଜଣାପଡ଼ୁଛି।

୨ ଦିନ ତଳେ ନାବାଳିକା ଜଣଙ୍କ ହଠାତ ଘରୁ ନିଖୋଜ ହୋଇ ଯାଇଥିଲେ। ପରିବାର ଲୋକ ଦିନ ତମାମ ତାଙ୍କୁ ଖୋଜି ଥିଲେ। ଶେଷରେ ନିରାଶ ହେବା ପରେ ନାବାଳିକାଙ୍କ ଭାଇ ରବିବାର ପୁଲିସ୍‌ରେ ୩ ଜଣଙ୍କ ବିରୋଧରେ ଅପହରଣ ଅଭିଯୋଗ ଦାଲ କରିଥିଲେ। ପୁଲିସ୍‌ ଅଭିଯୁକ୍ତଙ୍କୁ ଧରିବା ସହ ନାବାଳିକାଙ୍କୁ ଖୋଜୁ ଥିବା ବେଳେ ଆଜି ସାମ୍ନାକୁ ଆସିଛି ବିଚଳିତ କରିବା ଭଳି ଘଟଣା। 

Advertisment

ନାବାଳିକାଙ୍କ କ୍ଷତାକ୍ତ ମୃତଦେହ(Crime) ତାଙ୍କ ଘର ପାଖରେ ଥିବା ଗୋଟିଏ ବଗିଚା ନିକଟରୁ ମିଳିଛି। ତାଙ୍କ ମୃତଦେହ ଯେଉଁ ଅବସ୍ଥାରେ ମିଳିଛି, ତା’କୁ ଦେଖିବା ପରେ ସମସ୍ତଙ୍କ ଲୋମ ଟାଙ୍କୁରି ଉଠିଛି। 

ହତ୍ୟାକରୀମାନେ ନାବାଳିକାଙ୍କ ତଣ୍ଟି କାଟି ଦେଇଛନ୍ତି। ତାଙ୍କ ଦୁଇ ହାତ ଓ ଗୋଡ଼କୁ ମୋଡ଼ି ଭାଙ୍ଗି ଦେଇଛନ୍ତି। ତାଙ୍କ ନାକର ଦୁଇ ପୁଡ଼ାରେ ବାଲି ଓ ଅଠା ମାରି ବନ୍ଦ କରି ଦେଇଛନ୍ତି। ପରିବାର ଲୋକ ମୃତଦେହକୁ ଦେଖି ସ୍ତବ୍ଧ ହୋଇଯାଇଥିବା ବେଳେ ହତ୍ୟା ପୂର୍ବରୁ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ କରିଛନ୍ତି। ପରିବାର ଜଣେ ସଦସ୍ୟ ମୃତଦେହ ପାଖରେ ବସି ଦୁଷ୍କର୍ମ କରାଯାଇଥିବା ଚିତ୍କାର କରୁଥିବାର ହୃଦୟ ବିଦାରକ ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି। 

ମତହିପୁରୱାର ସର୍କଲ ଅଫିସର ହର୍ଷିତା ତିୱାରୀ କହିଛନ୍ତି ଯେ ମୃତଙ୍କ ଭାଇ କରିଥିବା ଅଭିଯୋଗ ଆଧାରରେ ୩ ଜଣଙ୍କ ବିରୋଧରେ ମାମଲା କରାଯାଇଥିଲା। ସେମାନଙ୍କୁ ଗିରଫ କରାଯାଇ ସାରିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠା ଯାଇଥିବା ବେଳେ ପୁଲିସ୍‌ ସବୁ ଦିଗରୁ ଘଟଣାକୁ ତଦନ୍ତ କରୁଥିବା ସେ କହିଛନ୍ତି। 

Murder Uttar Pradesh Crime