Advertisment

ପୁଲିସ୍‌ ମାରିଛି ପୋଷ୍ଟର- ଅଭିଯୁକ୍ତକୁ ଧରାଇ ଦିଅ, ଲକ୍ଷେ ଟଙ୍କା ନିଅ

ସଂପୃକ୍ତ ଅଭିଯୁକ୍ତର ୨ଟି ଫଟୋ ଜାରି କରିଛି ସମ୍ବଲପୁର ପୁଲିସ୍‌। କୌଣସି ବ୍ୟକ୍ତି ଅଭିଯୁକ୍ତ ସମ୍ପର୍କରେ ସୂଚନା ଦେଲେ ତାଙ୍କୁ ଲକ୍ଷେ ଟଙ୍କା ପୁରସ୍କାର ରାଶି ଦିଆଯିବ ବୋଲି ପୁଲିସ କହିଛି।

Police Poster

Police Poster

Advertisment

‘ଅଭିଯୁକ୍ତକୁ ଧରାଇ ଦିଅ, ଲକ୍ଷେ ଟଙ୍କା ପୁରସ୍କାର ରାଶି ନିଅ। ’ ସମ୍ବଲପୁରର ବଜାରଘାଟରେ ଏପରି ଏକ ପୋଷ୍ଟର ମାରି ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଖୋଜୁଛି ଜିଲ୍ଲା ପୁଲିସ। ଏଥିସହ ଏ ସମ୍ପର୍କରେ କୌଣସି ସୂଚନା ଦେଇ ଅଭିଯୁକ୍ତଙ୍କୁ ଧରାଇଦେଲେ ପୁରସ୍କାର ରାଶି ସମ୍ପର୍କରେ ବି ଘୋଷଣା କରିଛି।

Advertisment

ସଂପୃକ୍ତ ଅଭିଯୁକ୍ତର ୨ଟି ଫଟୋ ଜାରି କରିଛି ସମ୍ବଲପୁର ପୁଲିସ୍‌। କୌଣସି ବ୍ୟକ୍ତି ଅଭିଯୁକ୍ତ ସମ୍ପର୍କରେ ସୂଚନା ଦେଲେ ତାଙ୍କୁ ଲକ୍ଷେ ଟଙ୍କା ପୁରସ୍କାର ରାଶି ଦିଆଯିବ ବୋଲି ପୁଲିସ କହିଛି।

ଅଭିଯୁକ୍ତଙ୍କୁ ଦେଖିଲେ ଏହି ନମ୍ବରରେ ଯୋଗାଯୋଗ କରିବା ଲାଗି ପୁଲିସ ପକ୍ଷରୁ ସର୍ବସାଧାରଣଙ୍କୁ କୁହାଯାଇଛି। ତେବେ ତଦନ୍ତରେ ବାଧା ନ ଉପୁଜିବା ଲାଗି ଅଭିଯୁକ୍ତର ନାଁ କି ସେ କେଉଁ ମାମଲାରେ ସଂପୃକ୍ତ ସେ ନେଇ ପୁଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।

Advertisment

ଏ ସମ୍ପର୍କରେ ସୂଚନା ଦେବା ଲାଗି ପୋଲିସ ପକ୍ଷରୁ ୮୯୨୬୯-୮୭୬୯୫ ଏବଂ ୮୯୨୬୯-୮୭୬୯୩ ନଂ ବିଶିଷ୍ଟ ଦୁଇଟି ମୋବାଇଲ୍ ନମ୍ବର ଜାରି କରାଯାଇଛି। ସୂଚନାଦାତାଙ୍କୁ ପୁରସ୍କାର ରାଶି ମିଳିବା ସହ ତାଙ୍କ ପରିଚୟ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଗୋପନ ରଖାଯିବ ବୋଲି କହିଛି ପୁଲିସ୍‌।

Police Sambalpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe