Advertisment

‘Sorry Maa, I Quit’ ଲେଖି ଝୁଲି ପଡ଼ିଲେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଛାତ୍ର ଘନଶ୍ୟାମ!

ଘନଶ୍ୟାମ ଭଲ ପଢ଼ିବା ସହିତ ଭଲ ଖେଳାଖେଳି ବି କରୁଥିଲେ ବୋଲି ତାଙ୍କର ସହପାଠୀମାନେ କହିଛନ୍ତି।

author-image
Jitendra Garnayak
Suicide

Suicide

ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଟିଏଫ୍ ହଷ୍ଟେଲର ୩୮ ନମ୍ବର ରୁମ୍‌ରୁ ଗତକାଲି ସନ୍ଧ୍ୟାରେ ଯୁକ୍ତ ୩ ବାଣିଜ୍ୟର ଶେଷ ବର୍ଷର ଛାତ୍ର ଘନଶ୍ୟାମ କରୁଆଁଙ୍କ ମୃତଦେହ ମିଳିଥିବା ବେଳେ ପୁଲିସ୍ ସେଠାରୁ ଏକ ହାତ ଲେଖା ଚିଠି ପାଇଛି। ଏହାକୁ ଘନଶ୍ୟାମଙ୍କ ସୁଇସାଇଡ୍ ନୋଟ୍ ବୋଲି କୁହାଯାଉଛି, ଯାହା ସେ ତାଙ୍କ ମା’ଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି।

Advertisment

ଇଂରାଜୀରେ Sorry Maa, I Quit ଶୀର୍ଷକ ଥିବା ଏହି ଚିଠିରେ ସେ ଲେଖିଛନ୍ତି, ମାଁ ମୁଇଁ ତତେ ଖୋବ୍ ଭଲ୍‌ ପାଏସି। ମାଁ ମୁଇଁ ଭିତରୁ ଭାଙ୍ଗି ପଡ଼ିଛେଁ ଗୋ। ବହୁତ୍‌ ଟେ ଏଗ୍‌ଜାମ ଦେଲି, କେନ୍‌ଟା ବି କ୍ଲିୟର ନାଇଁ ହେବାର। ମୋତେ ଖୋବ୍ ଖରାପ ଲାଗୁଛି ଗୋ। ଖାଲି ଓଡ଼ିଶା ପୁଲିସ୍ କ୍ଲିୟର ହେଇଥିଲା, ବେନ୍‌ଟା ମୁଇଁ ଜାନି କରି ଜଏନ୍ ନାଇଁ କଲି। ମର ଇ ଷ୍ଟେପ୍ ନେବାର ପଛରେ କାହାର୍ ବି ହାତ ନାଇନ। ମୁଇଁ ପୁଲିସ୍ ଡିପାର୍ଟମେଣ୍ଟଙ୍କୁ ରିକ୍ୱେଷ୍ଟ କର୍‌ମି ଯେ ମୋର ଡେଥ୍ ପରେ ମୋର ପରିବାର, ମୋର ମାଁ, ବାପାଙ୍କୁ ହଇରାଣ ନାଇ କରାଯାଉ। ମାଁ, ଦାଦା, ବାପା ଭଲ ସେ ଥିବା।

ପୁଲିସ୍ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଘଟଣାର ସବୁ ଦିଗକୁ ନେଇ ତଦନ୍ତ କରୁଛି।

Advertisment

ଗତକାଲି କଲେଜରେ ଘନଶ୍ୟାମଙ୍କର ଏକ ପରୀକ୍ଷା ଥିଲା। ସେ ପରୀକ୍ଷା ଦେଇଥିଲେ। ହଷ୍ଟେଲରେ ଆସି ଖିଆପିଆ କରିଥିଲେ। ତେବେ ଅପରାହ୍ନ ପ୍ରାୟ ୫ଟା ବେଳକୁ ସେ ରୁମ୍ କବାଟ ଖୋଲି ନଥିଲେ। ଏନେଇ ତାଙ୍କ ସହପାଠୀମାନେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ। ହଷ୍ଟେଲ କର୍ତ୍ତୃପକ୍ଷ ପହଞ୍ଚିବା ପରେ ତାଙ୍କର ଝୁଲନ୍ତା ମୃତଦେହ ଠାବ କରାଯାଇଥିଲା। ଏନେଇ ସମ୍ବଲପୁର ଟାଉନ୍ ଥାନା ପୁଲିସ୍‌କୁ ଖବର ଦିଆଯାଇଥିଲା। ତା’ସହିତ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ କରିଛି।

Suicide