Advertisment

ଛେଳି ଚୋରକୁ ଛେତିଲେ, ଜୋତା ମାଳ ପକାଇ ଗାଁ ଦାଣ୍ଡରେ ବୁଲାଇଲେ

ବସ୍ତା ଥାନା ସାନଖୁଡି ଗାଁର ବଂଶୀଧର ଦାସଙ୍କ ଘରୁ ଶନିବାର ଅପରାହ୍ନରେ କରୁଣାକର ଦାସ ଏକ ଛେଳି ଚୋରି କରିଥିବା ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ଜାଣିପାରି ବଂଶୀଧର ଓ ତାଙ୍କ ପୁଅ ମିଶି କରୁଣାକରକୁ କାବୁ କରିଥିଲେ।

Basta

Basta

Advertisment

ଛେଳି ଚୋରକୁ ନିର୍ଧୁମ ଛେଚିଲେ। ତା’ ବେକରେ ଜୋତାମାଳ ପିନ୍ଧାଇ ଗାଁ ଦାଣ୍ତରେ ବୁଲାଇଲେ। ଏପରି ଘଟଣା ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳରେ ଘଟିଛି। ଯାହାର ଭିଡିଓ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହେବାରେ ଲାଗିଛି। ମୋବାଇଲ୍‌ରୁ ମୋବାଇଲ୍‌ ଘୂରି ବୁଲୁଛି।

Advertisment

ବସ୍ତା ଥାନା ସାନଖୁଡି ଗାଁର ବଂଶୀଧର ଦାସଙ୍କ ଘରୁ ଶନିବାର ଅପରାହ୍ନରେ କରୁଣାକର ଦାସ ଏକ ଛେଳି ଚୋରି କରିଥିବା ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ଜାଣିପାରି ବଂଶୀଧର ଓ ତାଙ୍କ ପୁଅ ମିଶି କରୁଣାକରକୁ କାବୁ କରିଥିଲେ। ପରେ ଗାଁ ଲୋକଙ୍କୁ ଡାକି ବୈଠକ କରିଥିଲେ। ଜବାବ ସବାଲ ବେଳେ କରୁଣାକର ଛେଳି ଚୋରି କରିଥିବା ସାବ୍ୟସ୍ତ ହୋଇଥିଲା। ଏହା ପରେ ଗାଁର ଉତ୍ତ୍ୟକ୍ତ ମହିଳା ଏକଜୁଟ ହୋଇ କରୁଣାକରକୁ ନିର୍ଧୁମ ଛେଚିଥିଲେ।

ମାଡ଼ ମାରିଥିଲେ ମଧ୍ୟ ମହିଳାଙ୍କ ରାଗ ଶାନ୍ତ ପଡ଼ିନଥିଲା। ପରେ କରୁଣାକରଙ୍କ ବେକରେ ଜୋତା ମାଳ ପକାଇଥିଲେ। ତା’ପରେ ଗାଁ ଦାଣ୍ତରେ ତାକୁ ବୁଲାଇଥିଲେ। ଏନେଇ ବସ୍ତା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ପୁଲିସ ଘଟଣାର ତଦନ୍ତ ଚଳାଇଛି।

Advertisment

ତେବେ ଏନେଇ ପୁଲିସ ଓ ଗାଁ ଲୋକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ରିପୋର୍ଟ- ଜଳେଶ୍ୱରରୁ ଅଜିତ ଦାସ

Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe