Advertisment

ଧରମ ବାପା ଥିଲେ; ସ୍ୱାମୀ କରିବାକୁ ଚାହୁଁଛି !

୨୫ ବର୍ଷୀୟ ଯୁବତୀଙ୍କୁ ଧରମ ଝିଅ କରିଥିଲେ। ପରେ ତାଙ୍କୁ ନିଜଘରକୁ ନେଇ ଯାଇଥିଲେ। ନିଜ ଝିଅ ଠାରୁ ଅଧିକ ଯତ୍ନ ନେଉଥିଲେ। ହେଲେ କିଛି ଦିନର ରହଣୀ ଭିତରେ ସେ ଧରମ ଝିଅ ଉପରେ ପାପ ନଜର ପକାଇ ଥିଲେ। ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ପାଇଁ ଚାହିଁ ଥିଲେ।

Balasore

Balasore

Advertisment

ଅଜବ ଏ ସମ୍ପର୍କ। ଧରମ ଝିଅକରି ଘରକୁ ନେଇଥିଲେ। ନିଜ ଝିଅଠାରୁ ଅଧିକ ଯତ୍ନ ନେବେ ବୋଲି କଥା ଦେଇଥିଲେ। ହେଲେ ନିରୋଳାରେ ପାଇ ଝିଅ ସହିତ ଶାରୀରିକ ସମ୍ପର୍କ ରଖିଲା। ବାରମ୍ବାର ଝିଅ ସହିତ ଧରମ ବାପ ରଖୁଥିଲେ ଶାରୀରିକ ସମ୍ପର୍କ। ଏବେ ଝିଅ କହୁଛି, ମୁଁ ଧରମ ବାପାକୁ ବାହା ହେବି। ମୁଁ ତାଙ୍କୁ ସ୍ୱାମୀ କରିବାକୁ ଚାହୁଁଛି ବୋଲି ଯୁବତୀ ଜଣକ କହିଛନ୍ତି।

Advertisment

ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅଞ୍ଚଳର ଅନନ୍ତ ପ୍ରଧାନ ଜଣଙ୍କ ଘର ଜଗୁଆଳି। ସେ ଜଣେ ୨୫ ବର୍ଷୀୟ ଯୁବତୀଙ୍କୁ ଧରମ ଝିଅ କରିଥିଲେ। ପରେ ତାଙ୍କୁ ନିଜଘରକୁ ନେଇ ଯାଇଥିଲେ। ନିଜ ଝିଅ ଠାରୁ ଅଧିକ ଯତ୍ନ ନେଉଥିଲେ। ହେଲେ କିଛି ଦିନର ରହଣୀ ଭିତରେ ସେ ଧରମ ଝିଅ ଉପରେ ପାପ ନଜର ପକାଇ ଥିଲେ। ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ପାଇଁ ଚାହିଁ ଥିଲେ।

ହେଲେ ବାପାର ସମ୍ମାନ ଦେଉଥିବା ଯୁବତୀ ଜଣକ ଧରାଛୁଆଁ ଦେଇ ନଥିଲେ। ପରବର୍ତ୍ତି ସମୟରେ ଘର ଭିତରେ ଯୁବତୀଙ୍କୁ ଏକୁଟିଆ ପାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ବରମ୍ବାର ତାଙ୍କୁ ଦୁଷ୍କର୍ମ କରିଥିବା ପୀଡିତା ଅଭିଯୋଗ କରିଛନ୍ତି। ଜଳେଶ୍ୱର ଥାନାରେ ପୀଡିତା ଏନେଇ ଅଭିଯୋଗ କରିଥିଲେ। ପୀଡିତାଙ୍କ ଅଭିଯୋଗ ଅଧାରରେ ପୁଲିସ ମାମଲା ରୁଜୁକରି ମଙ୍ଗଳବାର ଅଭିଯୁକ୍ତ ଅନନ୍ତ ପ୍ରଧାନକୁ କମର୍ଦ୍ଦା ଅଞ୍ଚଳରୁ ଗିରଫ କରିଛି।

Advertisment

ରିପୋର୍ଟ- ଜଳେଶ୍ୱରରୁ ଅଜିତ କୁମାର ଦାସ

Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe