Advertisment

ବାଇକ୍‌ରେ ଆସିଲେ; ମହିଳାଙ୍କ ବେକରୁ ସୁନା ଚେନ ନେଇ ଚମ୍ପଟ ମାରିଲେ

ଆଜି ଭୋର ୫ଟା ୩୦ ସମୟରେ ଅଞ୍ଜୁ ବେହେରା ନାମକ ଜଣେ ମହିଳା ନିଜ ଘର ପାଖରେ ମର୍ଣ୍ଣିଂ ୱାକ୍‌ କରୁଥିଲେ।

ଅଦ୍ୟତନ ହୋଇଛି
Loot

Loot

Advertisment

ଘର ଆଗରୁ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇ ଚମ୍ପଟ ମାରିଲେ ଲୁଟେରା। ଏପରି ଘଟଣା ଘଟିଛି କଟକ ସଦର ଥାନା ବାଲିକୁଦା ଜଗନ୍ନାଥ କଲୋନୀରେ।

Advertisment

ଆଜି ଭୋର ୫ଟା ୩୦ ସମୟରେ ଅଞ୍ଜୁ ବେହେରା ନାମକ ଜଣେ ମହିଳା ନିଜ ଘର ପାଖରେ ମର୍ଣ୍ଣିଂ ୱାକ୍‌ କରୁଥିଲେ। ଏହି ସମୟରେ ୩ ଜଣ ଯୁବକ ଏକ ବାଇକ୍ ଆସି ମାରଣାସ୍ତ୍ର ଦେଖାଇ ଭୟବୀତ କରିଥିଲେ। ଅଞ୍ଜୁ ଭୟବୀତ ହୋଇ ନିଜ ଘର ନିକଟକୁ ଦୌଡ଼ି ପଳାଇ ଆସିଥିଲେ। ହେଲେ ଲୁଟେରା ମାନେ ତାଙ୍କୁ ଛାଡ଼ି ନଥିଲେ। ଅଞ୍ଜୁଙ୍କ ପଛେ ପଛେ ଆସି ଘର ସାମ୍ନାରୁ ମାରଣାସ୍ତ୍ର ଦେଖାଇ ସୁନା ଚେନ୍ ନେଇ ଚମ୍ପଟ ମାରିଥିଲେ।

ପୂରା ଘଟଣା ରାସ୍ତାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଏନେଇ ଅଞ୍ଜୁ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି। 

Advertisment

Loot Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe