ମନ୍ଦିର ଯିବା ବେଳେ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ। ଏପରି ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜୟପୁର ସହରର ଇରିଗେଶନ କଲୋନୀରେ। ଏନେଇ ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି।
ଆଜି ସକାଳେ ମହିଳା ଜଣଙ୍କ ଚାଲିଚାଲି ମନ୍ଦିରକୁ ଯାଉଥିଲେ। ଏହି ସମୟରେ ୪ରୁ୫ ଜଣ ଲୁଟେରା ତାଙ୍କୁ ପିଛା କରିଥିଲେ। ପରେ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇ ଚମ୍ପଟ ମାରିଥିଲେ। ଏନେଇ ମହିଳା ଜଣଙ୍କ ଚିତ୍କାର କରିଥିଲେ।
Also Read
ମହିଳାଙ୍କ ପାଟିଶୁଣି ସ୍ଥାନୀୟ ଲୋକେ ଲୁଟେରାଙ୍କ ପିଛା କରିଥିଲେ। ପରେ ସ୍ଥାନୀୟ ଲୋକେ ଲୁଟେରାଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ। ପରେ ସ୍ଥାନୀୟ ଲୋକେ ଲୁଟେରାମାନଙ୍କୁ ଧରି ପୁଲିସ ଜିମାରେ ଦେଇଥିଲେ। ପୁଲିସ ଲୁଟେରାଙ୍କୁ ଧରି ପଚରାଉଚରା କରୁଛି ଓ ତଦନ୍ତ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ସିବିଆଇର ବଡ଼ ରେଡ୍: ୩ ଗିରଫ
ଗତକାଲି ଭୁବନେଶ୍ୱରର ମେ ଫେୟାର୍ ହୋଟେଲ ସାମ୍ନାରେ ଏଖ ମର୍ସିଡିଜ୍ କାରରୁ ପ୍ରାୟ କୋଟିଏ ଟଙ୍କା ଜବତ କରିଥିଲା ସିବିଆଇ।
Crime
ଭୁବନେଶ୍ୱରରେ CBI ରେଡ୍, କୋଟିଏରୁ ଅଧିକ ଟଙ୍କା ଜବତ
ଆଜି ରାତି ପ୍ରାୟ ୯ଟା ବେଳେ ନୟାପଲ୍ଲୀରେ ଏକ ହୋଟେଲ ସମ୍ମୁଖରେ ଗୋଟିଏ ନାଲି ରଙ୍ଗର ମର୍ସିଡ୍ଜ କାର୍ ଛିଡ଼ା ହୋଇଥିଲା। ଗାଡ଼ି ନମ୍ୱର OD-05-9999।
Crime
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା ଧମକ
ଦୁର୍ବୃତ୍ତ ନିଜକୁ ଆଇଏସ୍ଆଇଏସ୍ ଆତଙ୍କୀ ବୋଲି ଦାବି କରିଛି। ମେସେଜ୍ ଆସିଥିବା ନମ୍ବରଟିର ଲୋକେସନ୍ ରାଜସ୍ଥାନର ଆଜମେର ବୋଲି ଜଣାପଡିଛି।
Crime
୩ମାସ ପରେ ବି ଆରମ୍ଭ ହୋଇନି ବିଭାଗୀୟ ତଦନ୍ତ, କୁଟ୍ଟେ ଓ ଆଶିଷ ସିଂଙ୍କୁ ମିଳିଲା କି କ୍ଲିନଚିଟ୍ ?
ରାଜ୍ୟ ଗୃହ ବିଭାଗର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୁପ୍ତ ରଖିବା ସର୍ତ୍ତରେ କହିଛନ୍ତି ଯେ, ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ ପାଳନ କରି ୧୯୯୭ ବ୍ୟାଚ୍ ଆଇପିଏସ୍ ଡିଏସ୍ କୁଟ୍ଟେଙ୍କୁ ଅଗଷ୍ଟ ୨୧ତାରିଖରେ ଓ ୨୦୦୪ ବ୍ୟାଚ୍ ଆଇପିଏସ୍ ଆଶୀଷ ସିଂଙ୍କୁ ଅଗଷ୍ଟ ୬ତାରିଖରେ କାରଣଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା ।