Advertisment

ମନ୍ଦିର ଯାଉଥିଲେ ମହିଳା; ଝାମ୍ପି ନେଲେ ସୁନା ଚେନ୍‌

ପୁଲିସ ଲୁଟେରାଙ୍କୁ ଧରି ପଚରାଉଚରା କରୁଛି ଓ ତଦନ୍ତ କରୁଛି

ଅଦ୍ୟତନ ହୋଇଛି
Loot

Loot

Advertisment

ମନ୍ଦିର ଯିବା ବେଳେ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ। ଏପରି ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜୟପୁର ସହରର ଇରିଗେଶନ କଲୋନୀରେ। ଏନେଇ ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି।

Advertisment

ଆଜି ସକାଳେ ମହିଳା ଜଣଙ୍କ ଚାଲିଚାଲି ମନ୍ଦିରକୁ ଯାଉଥିଲେ। ଏହି ସମୟରେ ୪ରୁ୫ ଜଣ ଲୁଟେରା ତାଙ୍କୁ ପିଛା କରିଥିଲେ। ପରେ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇ ଚମ୍ପଟ ମାରିଥିଲେ। ଏନେଇ ମହିଳା ଜଣଙ୍କ ଚିତ୍କାର କରିଥିଲେ।

ମହିଳାଙ୍କ ପାଟିଶୁଣି ସ୍ଥାନୀୟ ଲୋକେ ଲୁଟେରାଙ୍କ ପିଛା କରିଥିଲେ। ପରେ ସ୍ଥାନୀୟ ଲୋକେ ଲୁଟେରାଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ। ପରେ ସ୍ଥାନୀୟ ଲୋକେ ଲୁଟେରାମାନଙ୍କୁ ଧରି ପୁଲିସ ଜିମାରେ ଦେଇଥିଲେ। ପୁଲିସ ଲୁଟେରାଙ୍କୁ ଧରି ପଚରାଉଚରା କରୁଛି ଓ ତଦନ୍ତ କରୁଛି।

Advertisment
Loot Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe