Advertisment

ବିଡିଓ ପରିଚୟରେ ଲୁଟିଥିଲା ଗହଣା

ବିଡିଓର ପରିଚୟ ଦେଇ ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଅଞ୍ଚଳରୁ ଗହଣା ଓ ଟଙ୍କା ଚୋରି ଘଟଣାରେ ପୁଲିସକୁ ମିଳିଛି ବଡ଼ ସଫଳତା।

author-image
Biswajit Samal
ଅଦ୍ୟତନ ହୋଇଛି
Baleswar

Baleswar

ବିଡିଓର ପରିଚୟ ଦେଇ ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଅଞ୍ଚଳରୁ ଗହଣା ଓ ଟଙ୍କା ଚୋରି ଘଟଣାରେ ପୁଲିସକୁ ମିଳିଛି ବଡ଼ ସଫଳତା।

Advertisment

ଡିସେମ୍ବର ୩୦ ତାରିଖ ଦିନ ଖନ୍ତାପଡ଼ା ଥାନା ଅଞ୍ଚଳର ଦୁଇଜଣ ବ୍ୟକ୍ତି ନିଜକୁ ବିଡିଓର ପରିଚୟ ଦେଇ ଗହଣା ଏବଂ ଟଙ୍କା ଚୋରି କରି ଖସି ଯାଇଥିଲେ। ଏହି ଘଟଣାର ର ତଦନ୍ତ କରି ବାଲେଶ୍ଵର ସଦର ଏସଡିପିଓ ଏବଂ ଖନ୍ତାପଡା ପୁଲିସ୍ ଘଟଣାରେ ମୁଖ୍ୟ ସଂପୃକ୍ତ ଥିବା ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ କରିଛି।

ଗିରଫ ବ୍ୟକ୍ତିଙ୍କ ଠାରୁ ନଗଦ ୫୫ ହଜାର ଟଙ୍କା ଏବଂ ଗୋଟିଏ ନକଲି ବନ୍ଧୁକ ସହ ଚୋରି ହୋଇଥିବା ସମସ୍ତ ଗହଣା ଜବତ ହୋଇଛି। ଦୁଇଜଣ ଅଭିଯୁକ୍ତ ପୂର୍ବରୁ ଗୋଟିଏ ଚୋରି ମାମଲାରେ ୩ ବର୍ଷ ଜେଲରେ ଥିଲେ। ଜେଲରୁ ବାହାରିବା ପରେ ଏମାନେ ୭ଟି ଚୋରି ଘଟଣାରେ ସଂପୃକ୍ତ ଥିଲେ। ଏମାନଙ୍କ ନାମରେ ବିବିନ୍ନ ଥାନାରେ ୧୫୦ ଟି ମାମଲା ରହିଥିବା ବାଲେଶ୍ୱରର ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି।

Advertisment
Loot