Advertisment

ଯାତ୍ରୀଙ୍କ ହେୟାର୍ କ୍ଲିପରୁ ୨୦ ଲକ୍ଷ ଟଙ୍କାର ସୁନା ଜବତ

ହାଇଦ୍ରାବାଦ ରାଜୀବ ଗାନ୍ଧି ବିମାନ ବନ୍ଦରରୁ ବିପୁଳ ପରିମାଣର ସୁନା ଜବତ। ହେୟାର୍ କ୍ଲିପରେ ଅତି ଚତୁରତାର ସହ ଚାଲାଣ ହେଉଥିଲା ସୁନା।

ଅଦ୍ୟତନ ହୋଇଛି
Seized Gold

Seized Gold

Advertisment

ହାଇଦ୍ରାବାଦ ରାଜୀବ ଗାନ୍ଧି ବିମାନ ବନ୍ଦରରୁ ବିପୁଳ ପରିମାଣର ସୁନା ଜବତ। ହେୟାର୍ କ୍ଲିପରେ ଅତି ଚତୁରତାର ସହ ଚାଲାଣ ହେଉଥିଲା ସୁନା। ଚଢ଼ାଉ କରି ସୀମା ଶୁଳ୍କ ଅଧିକାରୀ ୩୯୭ ଗ୍ରାମର ସୁନା ଜବତ କରିଛନ୍ତି। ଇଣ୍ଡିଗୋ ବିମାନରେ ଶାରଜାରୁ ଆସୁଥିବା ଯାତ୍ରୀଙ୍କଠାରୁ ଏହି ସୁନା ଜବତ ହୋଇଛି। ଜବତ ସୁନାର ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ସୂଚନା ଦେଇଛି କଷ୍ଟମ୍ ବିଭାଗ।

Advertisment

ସୂଚନା ଅନୁସାରେ, ଆଜି ସକାଳେ ରାଜୀବ ଗାନ୍ଧି ବିମାନ ବନ୍ଦରରେ ଚଢ଼ାଉ ସମୟରେ ଏହି ସୁନା ଜବତ କରାଯାଇଛି। ଅତି ଚତୁରତାର ସହ ରୋଡିୟମ-ଆବୃତ୍ତ ହେୟାର୍ କ୍ଲିପରେ ସୁନା ଚାଲାଣ କରୁଥିଲେ ଯାତ୍ରୀ। ଏଥିର ୨୨ ଓ ୧୮ କ୍ୟାରେଟର ରିଙ୍ଗ୍ ସମେତ ଚୁଡ଼ି ମଧ୍ୟ ରହିଛି। ହାଇଦ୍ରାବାଦ ସିଜିଏସଟି ଏବଂ କଷ୍ଟମ୍ସ ଜୋନ୍ ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି। ବିଭାଗ ଏ ଉପରେ ଅଧିକ ତଦନ୍ତ କରୁଥିବା କୁହାଯାଇଛି।

Advertisment

ଉଲ୍ଲେଖଯୋଗ୍ୟ, ରୋଡିୟମ୍ ପ୍ଲେଟିଂ ହେଉଛି ଏକ ପ୍ରକ୍ରିୟା, ଅଳଙ୍କାରକୁ କ୍ଷୟ ନ ହେବା ପାଇଁ ଏହାକୁ ପତଳା ଆସ୍ତରଣ ଭାବେ ଦିଆଯାଇଥାଏ। ଏହା ଅଳଙ୍କାରକୁ ଚକ୍ ଚକ୍ ଓ ଆକର୍ଷଣୀୟ କରିଥାଏ। ବିଶେଷ ଭାବେ ହ୍ୱାଇଟ୍ ଗୋଲ୍ଡ ଜ୍ୱେଲାରୀରେ ରୋଡିୟମ୍ ପ୍ଲେଟିଂ କୌଶଳ ବ୍ୟବହାର କରାଯାଏ। ଗତ ମେ ୧୬ରେ ମଧ୍ୟ ରାଜୀବ ଗାନ୍ଧି ବିମାନବନ୍ଦରରୁ ଏହିପରି ଭାବେ ଆସିଥିବା ସୁନା ଅଳଙ୍କାର ଜବତ କରିଥିଲା କଷ୍ଟମ୍ ବିଭାଗ। ସେତେବେଳେ ଜେଢାରୁ ଆସୁଥିବା ଜଣେ ଯାତ୍ରୀଙ୍କଠାରୁ ୪୦୩ ଗ୍ରାମ ଅର୍ଥାତ୍ ୨୧ ଲକ୍ଷ ଟଙ୍କା ମୂଲ୍ୟର ସୁନା ଜବତ ହୋଇଥିଲା।

Gold Concealed In Hair Clip Gold Smuggling Hyderabad Airport
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe