Advertisment

ଗୋଲାମୁଣ୍ଡା ବ୍ଲକ୍ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଗିରଫ

ସେ ନକଲି ଡକ୍ୟୁମେଣ୍ଟ ତିଆରି କରି ଇନ୍ସ୍ୟୁରାନ୍ସ କରି ୨୫ ଲକ୍ଷ ଟଙ୍କା ଆତ୍ମସାତ୍ କରିଛନ୍ତି।

author-image
Jitendra Garnayak
Bindu Mahananda

Bindu Mahananda

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କୁ ଆଜି ସନ୍ଧ୍ୟାରେ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏକ ଠକେଇ ମାମଲାରେ ତାଙ୍କୁ ଗିରଫ କରାଯାଇଛି।

Advertisment

ଧର୍ମଗଡ଼ ଏସ୍‌ଡିପିଓ ଧୀରଜ ଚୋପଦାରଙ୍କ ସୂଚନା ଅନୁଯାୟୀ, ଗୋଲାମୁଣ୍ଡା ବ୍ଲକର ମକରାଗୁଡ଼ା ଅଞ୍ଚଳର କ୍ଷେତ୍ରମୋହନ ବାଗ କେଗାଁ ଥାନାରେ ଅଭିଯୋଗ କରିଥିଲେ ଯେ ତାଙ୍କ ଗାଁର ଚାଷୀଙ୍କ ଅଜାଣତରେ ସେମାନଙ୍କ ଜମିପଟ୍ଟା ବ୍ୟବହାର କରି ଅନ୍ୟମାନେ କୄଷିବୀମା କରି ଟଙ୍କା ନେଇ ଯାଇଛନ୍ତି।

ଏହି ଘଟଣାର ତଦନ୍ତ ସମୟରେ ବିନ୍ଦୁ ମହାନନ୍ଦ ଏଥିରେ ସଂପୃକ୍ତ ଥିବା ଜଣାପଡ଼ିଥିଲା। ସେ ନକଲି ଡକ୍ୟୁମେଣ୍ଟ ତିଆରି କରି ଇନ୍ସ୍ୟୁରାନ୍ସ କରି ୨୫ ଲକ୍ଷ ଟଙ୍କା ଆତ୍ମସାତ୍ କରିଛନ୍ତି। ଯେଉଁମାନଙ୍କର ପଟ୍ଟା ନାହିଁ ସେମାନଙ୍କ ନାଁରେ ବି ନକଲି ଡକ୍ୟୁମେଣ୍ଟ ପ୍ରସ୍ତୁତ କରି ବୀମା କରି ବିନ୍ଦୁ ମହାନନ୍ଦ ଟଙ୍କା ଆତ୍ମସାତ୍ କରିଥିବା କହିଛନ୍ତି ଏସ୍‌ଡିପିଓ।

Advertisment
BjD