/odisha-reporter/media/post_attachments/uploadimage/library/16_9/16_9_0/Panchayat_1720003967.jpeg)
Panchayat
ବିଳମ୍ବିତ ରାତିରେ ପଞ୍ଚାୟତ କାର୍ଯ୍ୟାଳୟ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ। ଘଟଣାଟି ହେଉଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ସାଆନ୍ଦା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ।
Advertisment
ଗତକାଲି (ମଙ୍ଗଳବାର) ବିଳମ୍ବିତ ରାତିରେ ପଞ୍ଚାୟତ କାର୍ଯ୍ୟାଳୟର ତାଲା ଭାଙ୍ଗି ଦୁର୍ବୁତ୍ତ ମାନେ ଲୁଟ କରିଥିବା ଅଭିଯୋଗ ହୋଇଛି। ଆଜି ସରପଞ୍ଚ ଜୟନ୍ତୀ ଦାସ କାର୍ଯ୍ୟାଳୟକୁ ଆସିବା ପରେ ସାମ୍ନାପଟ ଗେଟ୍ ର ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ପରେ କାର୍ଯ୍ୟାଳୟର ଭିତରକୁ ଯାଇ ଦେଖିଲେ ଏସି, ଟିଭି, ଇନଭର୍ଟର, ଦୁଇଟା ଫ୍ୟାନ ସମେତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ ହୋଇଛିl
ଏନେଇ ସରପଞ୍ଚ ଜୟନ୍ତୀ ଦାସ ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପରଜଙ୍ଗ ଥାନା ଓ ସାଆନ୍ଦା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
