Advertisment

ଅନଲାଇନରେ ଗୁଗୁଲ ମ୍ୟାପିଂ ଦ୍ୱାରା ଚିହ୍ନଟ ହେବେ ଅଭିଯୁକ୍ତ

ଚଳିତବର୍ଷ ସାଇବର ଅପରାଧୀଙ୍କୁ ଚ୍ୟାଲେଞ୍ଜ ଦେବାକୁ ଯାଇ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଡିପ୍‌ଫେକ୍‌ ଭିଡିଓ ଘଟଣାରେ ତଦନ୍ତ ପାଇଁ ମଧ୍ୟ ଆଇଟି ଏକ୍ସପର୍ଟଙ୍କ ସହ କମିଶନରେଟ ପୁଲିସ ଯୋଗାଯୋଗ କରିବ।

author-image
Manoranjan Sial
undefined

Crime

ଅନଲାଇନରେ ଗୁଗୁଲ ମ୍ୟାପିଂ ଦ୍ୱାରା ଚିହ୍ନଟ ହେବେ ଅଭିଯୁକ୍ତ। ଆପ୍ଲିକେସନ ଜରିଆରେ କ୍ରାଇମ୍‌ ପ୍ଲଟକୁ ଠାବ କରିବ କମିଶନରେଟ୍‌ ପୁଲିସ। କ୍ରାଇମ୍‌ ହଟସ୍ପଟ ଚିହ୍ନଟ କରାଯିବା ସହ ଅପରାଧୀଙ୍କ ଉପରେ ପୁଲିସ କଡ଼ା ନଜର ରଖିବ। କମିଶନରେଟ ପୁଲିସ ପ୍ରତିଷ୍ଠା ଦିବସରେ ଉଦଘାଟିତ ହୋଇଛି ୟୁନିଫାଏଡ଼ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର।

Advertisment

ପ୍ରଥମ ପର୍ଯ୍ୟାୟରେ କେବଳ ଅଳଙ୍କାର ଲୁଟ୍ ଘଟଣା ଗୁଡ଼ିକର ଅନୁଧ୍ୟାନ କରାଯିବ। କେମିତି ଅପରାଧୀମାନେ ଅପରାଧ ଘଟାଉଛନ୍ତି? ସେମାନେ କେଉଁ ଶୈଳୀରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି? ଅପରାଧୀଙ୍କ ଗତିବିଧିର ବିଶ୍ଳେଷଣ କରାଯିବ। ବିଗତ ଦିନରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଘଟିଥିବା ଅପରାଧ ଓ ଅପରାଧୀଙ୍କୁ ଗୁଗଲ ମ୍ୟାପିଂ ଜରିଆରେ ନଜର ରଖାଯିବ। କମିଶନରେଟ ପୁଲିସ ସଫଳ ହେବା ପରେ ବିଭିନ୍ନ ଜିଲ୍ଲାରେ ଥିବା ଏସ୍‌ପି ଅଫିସରୁ ମନିଟର କରାଯିବ। ରାଜ୍ୟର ସବୁ ଥାନା ଉପରେ ତୀକ୍ଷ୍ଣ ନଜର ରଖିବା ସହ ଗୁଗୁଲ ମ୍ୟାପିଂ ଜରିଆରେ ଅପରାଧର ଶୈଳୀ ଅନୁଧ୍ୟାନ କରିବ ପୁଲିସ।

ଚଳିତବର୍ଷ ସାଇବର ଅପରାଧୀଙ୍କୁ ଚ୍ୟାଲେଞ୍ଜ ଦେବାକୁ ଯାଇ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଡିପ୍‌ଫେକ୍‌ ଭିଡିଓ ଘଟଣାରେ ତଦନ୍ତ ପାଇଁ ମଧ୍ୟ ଆଇଟି ଏକ୍ସପର୍ଟଙ୍କ ସହ କମିଶନରେଟ ପୁଲିସ ଯୋଗାଯୋଗ କରିବ।

Advertisment
Bhubaneswar Bhubaneswar News Cuttack