Advertisment

ଘରେ ପଶି ମହିଳାଙ୍କୁ ଆଖିବୁଜା ଗୁଳିମାଡ଼

ଗତକାଲି ବିଳମ୍ବିତ ରାତିରେ ଏହି ଗୁଳିମାଡ଼ ହୋଇଛି।

Firing

Firing

Advertisment

ଘରେ ପଶି ମହିଳାଙ୍କୁ ଅଖିବୁଜା ଗୁଳିମାଡ଼ କରି ଛୁ ମାରିଲେ ଦୁ‍ର୍ବୃତ୍ତ। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବରହମପୁର ଥାନା ଅନ୍ତର୍ଗତ ରାଇପାଳ ଗାଁରେ। ମହିଳାଙ୍କ ଜଣଙ୍କ ହେଲେ ଲକ୍ଷ୍ମୀ ମୁର୍ମୁ। ତାଙ୍କ ଦେହରେ ୩ଟି ଗୁଳି ବାଜିଛି। ତାଙ୍କ ଅବସ୍ଥା ଗୁରୁତର ରହିଛି।

Advertisment

ଗତକାଲି ବିଳମ୍ବିତ ରାତିରେ ଲକ୍ଷ୍ମୀ ତାଙ୍କ ସ୍ୱାମୀ ଓ ତାଙ୍କ ପୁଅ ଘରେ ଶୋଇଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ଘରେ ପଶି ଲକ୍ଷ୍ମୀଙ୍କ ଉପରେ ୩ ରାଉଣ୍ଡ ଗୁଳି ଚାଳନା କରିଥିଲେ। ଲକ୍ଷ୍ମୀଙ୍କର ଅଣ୍ଟା, ପେଟ ଓ ହାତରେ ୩ଟି ଗୁଳି ବାଜିଥିଲା। ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

ପରିବାର ଲୋକେ ପ୍ରଥମେ ଲକ୍ଷ୍ମୀଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।  ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି। କେଉଁ କାରଣ ପାଇଁ ଲକ୍ଷ୍ମୀଙ୍କ ଉପରେ ଦୁର୍ବୃତ୍ତମାନେ ଗୁଳିମାଡ଼ କଲେ ତାର କାରଣ ଜଣାପଡ଼ି ନାହିଁ। ପୂର୍ବ ଶତ୍ରୁତା ନା ଆଉ କଛି କାରଣ ଅଛି ତାହା ଜଣାପଡ଼ି ନାହିଁ।  ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe