Advertisment

ସାବଧାନ! ଅନଲାଇନ୍ ଡେଟିଂ ଓ ମାଟ୍ରିମୋନିଆଲ୍‌ ସାଇଟ୍‌ ଜରିଆରେ ଚାଲିଛି ଠକେଇ!

ଏବେ ସାଇବର୍ ଲୁଟେରାଙ୍କ ଟାର୍ଗେଟରେ ଡେଟିଂ ଓ ମ୍ୟାଟ୍ରିମୋନିଆଲ୍ ପ୍ଲାଟଫର୍ମ ବ୍ୟବହାରକାରୀ। ପ୍ରେମ ଜାଲରେ ଫସାଇ ଦାମୀ ଗିଫ୍ଟ ଦେଇ ଲୁଟି ନେଉଛନ୍ତି ଟଙ୍କା।

ଅଦ୍ୟତନ ହୋଇଛି
Representative image created using AI

Representative image created using AI

Advertisment

ପୂର୍ବରୁ ଲୁଟ୍, ଛିନ୍‌ତାଇ, ଅପହରଣ ଭଳି ଅପରାଧ ଘଟୁଥିଲା। ଏବେ କିନ୍ତୁ ଏକ ନୂଆ ଅପରାଧ ମୁଣ୍ଡ ଟେକିଛି। ଆଉ ଯାହାକୁ ଧରିବା ପୁଲିସ ପକ୍ଷେ ବି କଷ୍ଟକର ହୋଇପଡୁଛି। ସେହି ଅପରାଧ ହେଉଛି ଅନ୍ଧାରୀ ଅପରାଧ। ଅର୍ଥାତ୍ ଅନଲାଇନ୍ ସ୍କାମ୍ ବା ସାଇବର୍ କ୍ରାଇମ୍। ଅନଲାଇନ୍ ଆପ୍ ବ୍ୟବହାରକାରୀଙ୍କୁ ନୂଆ ନୂଆ ଉପାୟ ଆପଣାଇ ଠକି ଚାଲିଛନ୍ତି ସାଇବର୍ ଲୁଟେରା। ଗତ କିଛି ମାସ ହେବ ଦେଶରେ ଏପରି ଅପରାଧ ଦ୍ରୁତ ଗତିରେ ବୃଦ୍ଧି ଘଟିଛି। ଲୁଟେରାମାନେ UPI ଆପ୍, ୟୁଟ୍ୟୁବ୍, ଇନଷ୍ଟାଗ୍ରାମ, ଟେଲିଗ୍ରାମ, ଟ୍ରାଭେଲ୍ ୱେବସାଇଟ୍ ଆଦି ବ୍ୟବହାରକାରୀଙ୍କୁ ଠକିବା ସହିତ ଅନ୍‌ଲାଇନ୍‌ ଡେଟିଂ ଓ ମାଟ୍ରିମୋନିଆଲ୍‌ ସାଇଟ୍‌ ଜରିଆରେ ବି ନୂଆ ଧରଣର ଠକେଇ ଆରମ୍ଭ କରିଛନ୍ତି।

Advertisment

ଏବେ ସାଇବର୍ ଲୁଟେରାଙ୍କ ଟାର୍ଗେଟରେ ଡେଟିଂ ଓ ମ୍ୟାଟ୍ରିମୋନିଆଲ୍ ପ୍ଲାଟଫର୍ମ ବ୍ୟବହାରକାରୀ। ଏହିସବୁ ପ୍ଲାଟଫର୍ମରେ ଲୁଟେରାମାନେ ବେଶ୍ ହୁସିଆରରେ ଲୁଟ୍ କରିଚାଲିଛନ୍ତି। ବ୍ୟବହାରକାରୀଙ୍କୁ ମିଛ ପ୍ରେମ ଜାଲରେ ଫସାଇ ସେମାନଙ୍କୁ ଦାମୀ ଦାମୀ ଉପହାର ପଠାଇବା ଆଳରେ ଠକି ଚାଲିଛନ୍ତି। ଉପହାର ବାହାନାରେ କିଛି ଲିଙ୍କ୍ ପଠାଉଛନ୍ତି। ଆଉ ଏହି ଲିଙ୍କକୁ କ୍ଲିକ୍ କରିବା ମାତ୍ରେ ହିଁ ଆକାଣ୍ଟରୁ ଡେବିଟ୍ ହେଇଯାଉଛି ବାଲାନ୍ସ। ଖବର ଅନୁଯାୟୀ, ପ୍ରାୟ ଦୁଇ-ତୃତୀୟାଂଶ ଭାରତୀୟ ବୟସ୍କ (୬୬ ପ୍ରତିଶତ) ଅନଲାଇନ୍ ଡେଟିଂ/ରୋମାନ୍ସ ସ୍କାମର ଶିକାର ହୋଇଛନ୍ତି ଏବଂ ପ୍ରତି ବ୍ୟକ୍ତି ହାରାହାରି ୭,୯୬୬ ଟଙ୍କା ହରାଉଛନ୍ତି।

ଏହି ଘୋଟାଲା ଏତେ ବ୍ୟାପକ ହେବାରେ ଲାଗିଛି ଯେ, ନିକଟରେ ଅର୍ଥ ମନ୍ତ୍ରଣାଳୟ ମ୍ୟାଟ୍ରିମୋନିଆଲ୍ ଡେଟିଂ ସ୍କାମ ସହ ଜଡିତ  ଲୋକଙ୍କ ପାଇଁ ଏକ ପରାମର୍ଶ ବାର୍ତ୍ତା ଜାରି କରିଛନ୍ତି। ମନ୍ତ୍ରଣାଳୟର ସୂଚନାନୁସାରେ, ସ୍କାମରମାନେ ବର୍ତ୍ତମାନ ଭାରତୀୟଙ୍କୁ ଏକ ସ୍କାମରେ ଟାର୍ଗେଟ କରୁଛନ୍ତି ଯେଉଁଥିରେ ସେମାନେ ସୋଶାଲ୍ ସାଇଟ୍ ବ୍ୟବହାରକାରୀଙ୍କୁ ପ୍ରେମ ଜାଲରେ ଫସାଇ ଦାମୀ ଉପହାର ଦେଉଛନ୍ତି। ଆଉ ଏହି ଉପହାର ରିସିଭ୍ କରିବାକୁ କଷ୍ଟମ ଡ୍ୟୁଟି ଦେବାକୁ କହି ଲିଙ୍କ୍ ପଠାଉଛନ୍ତି। ଏହି ଲିଙ୍କ୍ ମାଧ୍ୟମରେ ବ୍ୟବହାରକାରୀଙ୍କୁ ଠକୁଛନ୍ତି।

Advertisment

ମନ୍ତ୍ରଣାଳୟ ବ୍ୟକ୍ତିବିଶେଷଙ୍କୁ ଏହି ଘୋଟାଲା ବିଷୟରେ ଚେତାବନୀ ଦେଇଛି ଏବଂ ସେମାନଙ୍କୁ ସଚେତନ ହେବାକୁ କହିଛି। ସରକାର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଭାରତୀୟ କଷ୍ଟମ ବିଭାଗର କୌଣସି ଅଧିକାରୀ ବ୍ୟକ୍ତିଗତ ଆକାଉଣ୍ଟରେ କଷ୍ଟମ ଡ୍ୟୁଟି ଦେୟ ମାଗି SMS ପଠାନ୍ତି ନାହିଁ। ତେଣୁ ଏ ଦିଗ ପ୍ରତି ସଚେତନ ଓ ସାବଧାନ ରୁହନ୍ତୁ। ଏକ ଟ୍ୱିଟ୍ ଯୋଗେ କଷ୍ଟମ୍ ବିଭାଗର ପରାମର୍ଶଦାତା କହିଛନ୍ତି ଯେ, ବ୍ୟକ୍ତିଗତ ବ୍ୟାଙ୍କ ଆକାଉଣ୍ଟରେ କଷ୍ଟମ୍ ଡ୍ୟୁଟି ପଇଠ କରିବା ପାଇଁ ଭାରତୀୟ କଷ୍ଟମ୍ସ କଦାପି କଲ୍ କରେ ନାହିଁ। କୌଣସି SMS ମଧ୍ୟ ପଠାଏ ନାହିଁ। ଭାରତୀୟ କଷ୍ଟମ୍ସ ସମସ୍ତ ଯୋଗାଯୋଗରେ ଏକ DIN ଥାଏ, ଯାହା ସିବିଆଇସି ୱେବସାଇଟରେ ଯାଞ୍ଚ କରାଯାଇପାରିବ।" ତେଣୁ ଏ ଦିଗ ପ୍ରତି ସାବଧାନ ରୁହନ୍ତୁ। 

Dating App Crime News Custom Duty Custom Dept Cyber Crime Online Scam Matrimonial App
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe