Advertisment

ସାଇବର ଠକଙ୍କ ଟାର୍ଗେଟରେ ପେନସନ ଯୋଜନା: ସତର୍କ କରାଇଲେ ସରକାର

କେନ୍ଦ୍ର ସରକାରଙ୍କ ଜୀବନ ପ୍ରମାଣ ଯୋଜନାର ବାର୍ଷିକ ଆବେଦନ ତାରିଖ ଶେଷ ହେବାକୁ ଯାଉଥିବାରୁ ସାଇବର ଲୁଟେରାମାନେ ଲୋକଙ୍କୁ ସୋଶାଲ ମିଡିଆ ଜରିଆରେ ଠକିବା ପାଇଁ ପ୍ରୟାସ ଆରମ୍ଭ କରିଦେଇଛନ୍ତି।

author-image
Hemant Lenka
SCAM

SCAM

ପେନସନ ଉପଭୋକ୍ତାଙ୍କୁ ସମ୍ଭାବ୍ୟ ଠକେଇ ନେଇ ସତର୍କ କରାଇଛନ୍ତି ଭାରତ ସରକାର। ହ୍ୱାଟସ ଆପ୍‌ରେ ସାଇବର ଠକମାନେ ପେନସନଧାରୀଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଥିବା ସରକାର କହିଛନ୍ତି।

Advertisment

କେନ୍ଦ୍ର ସରକାରଙ୍କ ଜୀବନ ପ୍ରମାଣ ଯୋଜନାର ବାର୍ଷିକ ଆବେଦନ ତାରିଖ ଶେଷ ହେବାକୁ ଯାଉଥିବାରୁ ସାଇବର ଲୁଟେରାମାନେ ଲୋକଙ୍କୁ ସୋଶାଲ ମିଡିଆ ଜରିଆରେ ଠକିବା ପାଇଁ ପ୍ରୟାସ ଆରମ୍ଭ କରିଦେଇଛନ୍ତି। ତେଣୁ ସରକାର ସମସ୍ତଙ୍କୁ ଏନେଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।

ଜୀବନ ପ୍ରମାଣ ପତ୍ର କ’ଣ?

ସରକାରଙ୍କ ପକ୍ଷରୁ ପେନସନ ପାଉଥିବା ଲୋକଙ୍କ ପାଇଁ ଜୀବନ ପ୍ରମାଣ ପତ୍ର ପ୍ରତିବର୍ଷ ଦାଖଲ କରିବା ବାଧ୍ୟତାମୂଳକ। ଯେଉଁମାନେ ପ୍ରମାଣପତ୍ର ଦାଖଲ ନ କରିବେ, ସେମାନେ ଯୋଜନାରୁ ବଞ୍ଚିତ ହେବେ। ପ୍ରମାଣପତ୍ର ଦାଖଲ କରିବାର ଶେଷ ତାରିଖ ପାଖେଇ ଆସୁଥିବାରୁ ଠକମାନେ ନକଲି ମେସେଜ ପେନସନଧାରୀଙ୍କୁ ପଠାଇବା ଆରମ୍ଭ କରିଛନ୍ତି।

Advertisment

ସେମାନେ ଲିଙ୍କ ପଠାଇ ଲୋକଙ୍କୁ ସେମାନଙ୍କର ଜୀବନ ପ୍ରମାଣ ପତ୍ର ଅପଡେଟ କରିବାକୁ କହୁଛନ୍ତି। ଏଥିସହ ବ୍ୟକ୍ତିଗତ ତଥ୍ୟ ନ ଦେଲେ ସେମାନଙ୍କୁ ସରକାରଙ୍କ ପକ୍ଷରୁ ମିଳୁଥିବା ପେନସନ ବନ୍ଦ ହୋଇଯିବ ବୋଲି ମଧ୍ୟ ଚେତାବନୀ ଦେଉଛନ୍ତି।

ସରକାର କହିଛନ୍ତି ଯେ ଏପରି ମେସେଜ ପଠାଇ ସାଇବର ଠକମାନେ ପେନସନଧାରୀଙ୍କ ବ୍ୟକ୍ତିଗତ ତଥ୍ୟ ଓ ଟଙ୍କା ଲୁଟ କରିବାକୁ ଚେଷ୍ଟା କରୁଛନ୍ତି। ତେଣୁ ଅଜଣା ଲିଙ୍କରେ କେହି ବି କ୍ଲିକ ନ କରିବାରୁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।

କେମିତି ଠକାମୀ ହେଉଛି ?

୧- ପେନସନଧାରୀଙ୍କୁ ହ୍ୱାଟସଆପରେ ମେସେଜ ଆସୁଛି। ସେମାନେ ନିଜକୁ ସରକାରୀ ଅଧିକାରୀ କହୁଛନ୍ତି।

୨-ପୁରୁଣା ଜୀବନ ପ୍ରମାଣ ପତ୍ର ଯୋଗୁ ସେମାନଙ୍କୁ ମିଳୁଥିବା ପେନସନ ବନ୍ଦ ହେବା ସ୍ଥିତିରେ ରହିଛି।

୩- ମେସେଜରେ ଗୋଟିଏ ଲିଙ୍କ ରହୁଛି କିମ୍ବା ପେନସନଧାରୀଙ୍କୁ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ଓ ପିପିଓ ନମ୍ବର ଭଳି ବ୍ୟକ୍ତିଗତ ତଥ୍ୟ ଦେବାକୁ ବାଧ୍ୟ କରାଯାଉଛି।

୪- ଥରେ ତଥ୍ୟ ମିଳିଗଲା ପରେ ଠକମାନେ ଏହାକୁ ଚୋରି କିମ୍ବା ଆର୍ଥିକ ଠକେଇ ପାଇଁ ବ୍ୟବହାର କରୁଛନ୍ତି।

କେମିତି ଠକାମୀରୁ ବର୍ତ୍ତିବେ?

ସରକାର କହିଛନ୍ତି ଯେ ଜୀବନ ପ୍ରମାଣ ପ୍ରମାଣପତ୍ର ପାଇଁ ବିଧିବଦ୍ଧ ଘୋଷଣା କେବେ ହେଲେ ହ୍ୱାଟସଆପ କିମ୍ବା ସୋଶାଲ ମିଡିଆରେ କରାଯାଏ ନାହିଁ। ପେନସନଧାରୀମାନେ ସୋଶାଲ ମିଡିଆରେ ଆସୁଥିବା କୌଣସି ସନ୍ଦିଗ୍ଧ ଲିଙ୍କ କିମ୍ବା ଏଥିରେ ଥିବା କୌଣସି ଫାଇଲକୁ ଡାଉନଲୋଡ କରନ୍ତୁ ନାହିଁ।

ହ୍ୱାଟସଆପ୍‌ରେ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ କିମ୍ବା ପିପିଓ ନମ୍ବର ହ୍ୱାଟସଆପ୍‌ରେ ଶେୟାର କରନ୍ତୁ ନାହିଁ। ଜୀବନ ପ୍ରମାଣ ପ୍ରମାଣପତ୍ର ସଂକ୍ରାନ୍ତ ତଥ୍ୟ ପାଇଁ ଲୋକମାନେ ନିଜର ବ୍ୟାଙ୍କ କିମ୍ବା ସିପିଏଓର ଅଫିସିଆଲ ୱେବସାଇଟକୁ ଯାଇ ପାରିବେ।

ଯଦି କୌଣସି ଲୋକଙ୍କ ପାଖରୁ ସନ୍ଦିଗ୍ଧ ମେସେଜ ଆସୁଛି, ତା’ହେଲେ ତୁରନ୍ତ ସ୍ଥାନୀୟ ଅଧିକାରୀଙ୍କୁ ଜଣାନ୍ତୁ। ଏହାବାଦ ଜଣେ ବ୍ୟକ୍ତି ଚାହିଁଲେ ନ୍ୟାଶନାଲ ସାଇବର କ୍ରାଇମ ରିପୋର୍ଟିଂ ପୋର୍ଟାଲା କିମ୍ବା ସ୍ଥାନୀୟ ପୁଲିସ୍‌କୁ ମଧ୍ୟ ଜଣାଇ ପାରିବେ।

Pension Cyber Crime Cyber Fraud Cyber Loot