କିଟ୍ ବିବାଦରେ ଓଡ଼ିଶା ନିନ୍ଦିତ: ବିଧାନସଭାରେ ଉଦ୍‌ବେଗ, ଉଚ୍ଚସ୍ତରୀୟ କମିଟି ଗଢ଼ିଲେ ସରକାର

ଫେବୃୟାରୀ ୧୬ତାରିଖ ଅପରାହ୍ନ ୪ଟାରେ ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ପରଠୁ ୧୭ତାରିଖ ଦିନ ୧୦ଟା ପର୍ଯ୍ୟନ୍ତ କିଟ୍ କର୍ତ୍ତୃପକ୍ଷ କ୍ୟାମ୍ପସ ମଧ୍ୟରେ ନିଜର ‘ହିଟଲରୀ ଶାସନ’ ଜାରି ରଖିଥିଲେ । ଆଉ କମିଶନରେଟ ପୁଲିସ୍ ଓ ସ୍ଥାନୀୟ ଥାନା  ଅଧିକାରୀ ଏହି ଅରାଜକତାର ୧୬ଘଣ୍ଟାକୁ ଦେଖି ବି ନଦେଖିଲା ଭଳି ହୋଇଥିଲେ ।

KIIT

କିଟ୍ ବିଶ୍ୱବିଦ୍ୟାଳୟ

Ordigital Desk
  • Published: Tuesday, 18 February 2025
  • Updated: 18 February 2025, 06:17 PM IST

Sports

Latest News

କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ନୂଆ ନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି । କିଟ୍ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଓ ଅହଙ୍କାର ଯୋଗୁ ଓଡ଼ିଶାକୁ ବିଶ୍ୱ ଦରବାରରେ ପୁଣିଥରେ ନିନ୍ଦିତ ହେବାକୁ ପଡ଼ିଛି । ସବୁପ୍ରକାରର ମାନବିକତାକୁ ଭୁଲି ସ୍ଥାନୀୟ ଗୁଣ୍ଡାବାହିନୀକୁ ଲଗାଇ କିଭଳି ନେପାଳୀ ଛାତ୍ରଛାତ୍ରୀମାନଙ୍କୁ ଜୋରଜବରଦସ୍ତ ବସରେ ବସାଇ ଷ୍ଟେସନରେ ଅସହାୟ ଅବସ୍ଥାରେ ଛାଡ଼ିଦିଆଗଲା ତାକୁ ନେଇ ପ୍ରଶ୍ନ ଉଠିଛି । ଆଉ ଏହି ସମସ୍ତ ଘଟଣାରେ ନେପାଳ ସରକାର ଉଦବେଗ ବ୍ୟକ୍ତ କରିବା ସତ୍ତ୍ୱେ ପିଲାମାନଙ୍କ ସହ ଏସବୁ ଅପ୍ରୀତିକର ଓ ଅମାନବୀୟ ଆଚରଣ କରିଥିବା କିଟ୍ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଓଡ଼ିଶା ସରକାର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ସକ୍ଷମ ହୋଇନାହାନ୍ତି । ସବୁଠୁ ଆଶ୍ଚର୍ଯ୍ୟର କଥା ମାତ୍ର ୧୦୦ମିଟର ଦୂରରେ ପୁଲିସ ଥାନା ଥିଲେ ମଧ୍ୟ ନେପାଳୀ ଛାତ୍ରଛାତ୍ରୀଙ୍କୁ କିଟ୍ ସୁରକ୍ଷାକର୍ମୀ  ଓ ସ୍ଥାନୀୟ ଗୁଣ୍ଡାବାହିନୀ ମରଣାନ୍ତକ ଆକ୍ରମଣ କରୁଥିବାବେଳେ ପୁଲିସ ନିରବଦ୍ରଷ୍ଟା ସାଜିଥିଲା । କିଟ୍ କର୍ତ୍ତୃପକ୍ଷଙ୍କ ଏଭଳି କାର୍ଯ୍ୟ ଯୋଗୁ ଓଡ଼ିଶା ନିନ୍ଦିତ ହୋଇଥିବାବେଳେ ମଙ୍ଗଳବାର ବିଧାନସଭାର ଶୂନ୍ୟକାଳରେ ଦଳମତ ନିର୍ବିଶେଷରେ ସମସ୍ତେ କିଟ୍ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ସମସ୍ତଙ୍କୁ ମ୍ୟାନେଜ୍ କରିବାର ଫର୍ମୂଲା ଏବେ ଫେଲ୍ ମାରିବା ପରେ କିଟ୍ କର୍ତ୍ତୃପକ୍ଷ ବାଧ୍ୟ ହୋଇ ନିଜେ ପକାଇଥିବା ଛେପ ଢ଼ୋକିବାରେ ଲାଗିଛନ୍ତି । ଆଉ କ୍ରମାଗତ ଭାବେ ନିଜର ତ୍ରୁଟିକୁ ନିଜେ ସ୍ୱୀକାର କରିବାକୁ ବାଧ୍ୟ ହୋଇଛନ୍ତି । ବିଧାନସଭାରେ ଉଦବେଗ ପରେ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି।

ସରକାର-କିଟ୍ କର୍ତ୍ତୃପକ୍ଷ ବୈଠକ

କିଟ୍ ବିଶ୍ୱବିଦ୍ୟାଳୟଙ୍କ ଦ୍ୱାରା ନେପାଳୀ ଛାତ୍ରଛାତ୍ରୀଙ୍କ ସହ ଅମାନବୀୟ ଆଚରଣ ପରେ ଭାରତ-ନେପାଳ ସମ୍ପର୍କ ପ୍ରଭାବିତ ହୋଇଛି । ମଙ୍ଗଳବାର ଗୃହ ସଚିବ ସତ୍ୟବ୍ରତ ସାହୁଙ୍କ ଚାମ୍ବରରେ କିଟ୍ ବିଶ୍ୱବିଦ୍ୟାଳୟର ବରିଷ୍ଠ ପଦାଧିକାରୀମାନଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ କିଟ୍ କୁଳପତି ଓ କୁଳସଚିବଙ୍କ ସମେତ ୪ଜଣ ପଦାଧିକାରୀ ଯୋଗ ଦେଇଥିଲେ । ଏହି ବୈଠକ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦିଆଯାଇନାହିଁ । ମାତ୍ର ବୈଠକରେ ଆନ୍ତର୍ଜାତିକ ସମ୍ପର୍କ ପ୍ରଭାବିତ ହେବାର ଆଶଙ୍କା ରହିଥିବାରୁ ତୁରନ୍ତ ବିବାଦର ସମାଧାନ ପାଇଁ ସରକାରଙ୍କ ପକ୍ଷରୁ ତାଗିଦ୍ କରାଯାଇଥିବା ଜଣାପଡ଼ିଛି । ଆଉ ସରକାରଙ୍କ ତାଗିଦ୍ ପରେ କିଟ୍ କୁଳପତି ଶରଣଜିତ୍ ସିଂ ମଙ୍ଗଳବାର ପୁଣି ଏକ ‘ କ୍ଷମା ପ୍ରାର୍ଥନା’ ପତ୍ର ଜାରି କରିଛନ୍ତି । ଯେଉଁଥିରେ ୨୦୨୫ ଫେବୃୟାରୀ ୧୬ତାରିଖ ସନ୍ଧ୍ୟାରେ କିଟ୍ କ୍ୟାମ୍ପସରେ ଅପ୍ରୀତିକର ଘଟଣା ପାଇଁ ଗଭୀର ଦୁଃଖ ବ୍ୟକ୍ତ କରିବା ସହ ନେପାଳୀ ଛାତ୍ରୀଙ୍କ ପ୍ରତି ଓ ନେପାଳ ସମ୍ପର୍କରେ ଅରୁଚିକର ଟିପ୍ପଣୀ ଦେଇଥିବା ଦୁଇଜଣ ମହିଳା କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିବା ସୂଚନା ଦେଇଛନ୍ତି । ଉକ୍ତ ଦୁଇ ମହିଳା କର୍ମଚାରୀ ଯାହା କହିଛନ୍ତି ସେମାନେ ସେଥିପାଇଁ କ୍ଷମା ମାଗିସାରିଛନ୍ତି ଓ ସେମାନଙ୍କର କଥାକୁ କିଟ୍ ସମର୍ଥନ କରୁନାହିଁ ବୋଲି କହିବା ସହ ନେପାଳବାସୀଙ୍କ ପ୍ରତି ଭଲପାଇବା ରହିଛି ବୋଲି କହିଛନ୍ତି । ଏହାସହିତ ନେପାଳୀ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ନିଜର ନିୟମିତ କ୍ଲାସରେ ଯୋଗ ଦେବାକୁ ଅନୁରୋଧ କରିଛନ୍ତି ।

ସରକାର ଗଢ଼ିଲେ ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ କମିଟି

ଆଜି ପୂର୍ବାହ୍ନରେ କିଟ୍ କର୍ତ୍ତୃପକ୍ଷଙ୍କ ସହ ଗୃହ ସଚିବଙ୍କ ବୈଠକ ପରେ ଏହି ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ ହୋଇଛି । ବିଶେଷକରି ବିଧାନସଭାରେ ସବୁ ଦଳର ଉଦବେଗ ଓ ଆନ୍ତର୍ଜାତିକସ୍ତରରେ ଓଡ଼ିଶାର ଛବି ଧୂମିଳ ହେବାରେ ଲାଗିଛି । ଯାହାଫଳରେ ନେପାଳୀ ଛାତ୍ରଛାତ୍ରୀଙ୍କ ଉପରେ ଅମାନବୀୟ ଆକ୍ରମଣ ଘଟଣାକୁ ନେଇ ବିଭିନ୍ନ ମହଲରେ ଚାପ ବଢ଼ିବା ପରେ ରାଜ୍ୟ ସରକାର ଆଜି ଆକ୍ସନମୋଡକୁ ଆସିଛନ୍ତି । କିଟ୍ ବିଶ୍ୱବିଦ୍ୟାଳୟକୁ ନୋଟିସ୍ ଜାରି କରାଯିବା ସହ ଏକ ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ ହୋଇଛି । ଗୃହ ସଚିବ ସତ୍ୟବ୍ରତ ସାହୁ, ମହିଳା ଓ ଶିଶୁବିକାଶ ବିଭାଗ ସଚିବ ଶୁଭା ଶର୍ମା ଓ ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି । କମିଟିର ରିପୋର୍ଟ ଆଧାରରେ ଆବଶ୍ୟକ ଆଇନଗତ ଓ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ସୂଚନା ଦେଇଛନ୍ତି । ଏହାସହିତ ଛାତ୍ରଛାତ୍ରୀଙ୍କ ଉପରେ ସ୍ଥାନୀୟ ବ୍ୟକ୍ତିମାନଙ୍କ ଦ୍ୱାରା ବଳପ୍ରୟୋଗ କରାଯିବାର ମଧ୍ୟ ତଦନ୍ତ କରାଯାଉଛି । ଯେଉଁମାନେ ଦୋଷୀ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ନିରାପତ୍ତା, ସମ୍ମାନ ଓ ଭଲ ରହିବା ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାର ପ୍ରତିଶ୍ରୁତିବଦ୍ଧ । ତ୍ୱରିତ୍ ଓ ଯଥାର୍ଥ ନ୍ୟାୟ ପ୍ରଦାନ ପାଇଁ ରାଜ୍ୟ ସରକାର ସମସ୍ତ ପଦକ୍ଷେପ ସୁନିଶ୍ଚତ କରାଇବେ ବୋଲି ସୂଚନା ଦେଇଛନ୍ତି ।

ବିଧାନସଭାରେ ଉଦବେଗ, ଅଚ୍ୟୁତଙ୍କ ଗିରଫ ଦାବି

ବିଧାନସଭାରେ ମଙ୍ଗଳବାର ଶୂନ୍ୟକାଳରେ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ନେପାଳୀ ଛାତ୍ରଛାତ୍ରୀଙ୍କ ପ୍ରତି ଅମାନବୀୟ ଆଚରଣକୁ ନେଇ ଉଦବେଗ ବ୍ୟକ୍ତ କରାଯାଇଛି । ସବୁ ଦଳ ଏହି ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ ସରକାର ଏଥିପ୍ରତି ତୁରନ୍ତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବି କରିଛନ୍ତି । କଂଗ୍ରେସ ଏହି ଘଟଣାର ବିଚାରବିଭାଗୀୟ ତଦନ୍ତ ଦାବି କରିଥିବାବେଳେ ବିଜେପି ଏହି ଘଟଣାରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଗିରଫ ଦାବି କରିଛି ।

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ, କିଟରେ ଯେଉଁ ଅଭାବନୀୟ ଘଟଣା ଘଟିଛି ସେଥିପାଇଁ ସାରା ବିଶ୍ୱରେ ଓଡ଼ିଶା ନିନ୍ଦିତ ହେଲା । ଯେଉଁ ସବୁ ଭିଡିଓ ଭାଇରାଲ ହେଉଛି ତାକୁ ଦେଖିଲେ କାନ୍ଦ ଲାଗୁଛି । ନେପାଳୀ ପିଲାମାନଙ୍କୁ କିଭଳି ଅମାନବୀୟ ଭାବେ ମାରପିଟ୍ କରାଯାଉଛି । ନେପାଳ ସହ ଆମ ସମ୍ପର୍କ ଅତି ଘନିଷ୍ଠ । ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ କସ୍ତୁରୀ ସେଠାରୁ ଆସିଥାଏ । କିନ୍ତୁ ଯେଉଁମାନେ ନେପାଳୀ ଛାତ୍ରଛାତ୍ରୀଙ୍କୁ କିଟ୍ କର୍ତ୍ତୃପକ୍ଷ ବାଡ଼େଇଲେ ତାହା ନିନ୍ଦନୀୟ । ଦିଲ୍ଲୀ ଆଜି ଏହି ଘଟଣାରେ ଉଠୁଛି ପଡ଼ୁଛି । ତେଣୁ ଏହାର ବିଚାରବିଭାଗୀୟ ତଦନ୍ତ କରାଯାଉ, ନଚେତ୍ ଗୃହରେ ଧାରଣାରେ ବସିବି ବୋଲି ତାରା ଚେତାବନୀ ଦେଇଛନ୍ତି ।

ବିଜେଡି ଉପମୁଖ୍ୟ ସଚେତକ ପ୍ରତାପ କେଶରୀ ଦେବ ମଧ୍ୟ ଏହି ଘଟଣାରେ ଉଦବେଗ ବ୍ୟକ୍ତ କରିଛନ୍ତି । ଓଡ଼ିଆ ଅସ୍ମିତା କଥା କହି ସରକାରକୁ ଆସିଥିବା ବିଜେପି ଏବେ ଆଇନଶୃଙ୍ଖଳା ରକ୍ଷା କରିବାରେ ବିଫଳ । କିଟ୍ ବିଶ୍ୱବିଦ୍ୟାଳୟର ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ଓଡ଼ିଶା ବିଶ୍ୱରେ ନିନ୍ଦିତ ହୋଇଛି ।

ବିଜେପି ବିଧାୟକ ବାବୁ ସିଂ ଏହି ଘଟଣାରେ ତୁରନ୍ତ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଗିରଫ ଦାବି କରିଛନ୍ତି । ଅଚ୍ୟୁତଙ୍କ ବିନା ଅନୁମତିରେ କିଟ୍ ପରିସରରେ କିଛି ହୁଏନି ଓ ସବୁଥିରେ ତାଙ୍କର ହସ୍ତକ୍ଷେପ ଥାଏ । ତେଣୁ ନେପାଳୀ ଛାତ୍ରଛାତ୍ରୀଙ୍କ ସହ ଯେଉଁଭଳି କାର୍ଯ୍ୟ କରାଗଲା ତାହା ଅତ୍ୟନ୍ତ ନିନ୍ଦନୀୟ । ଏଭଳି ଘଟଣାରେ ଯଦି ଅଚ୍ୟୁତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନହୁଏ ତା’ହେଲେ ତାହା ଠିକ୍ ହେବନି । ୨୫ଜଣ ଗୁଣ୍ଡାଙ୍କୁ ଲଗାଇ ନେପାଳୀ ଛାତ୍ରଛାତ୍ରୀମାନଙ୍କୁ ମାରପିଟ୍ କରାଯାଉଛି । ଏହା ସୁସ୍ଥ ଗଣତନ୍ତ୍ର ନୁହେଁ । ଅଚ୍ୟୁତଙ୍କ ବିରୁଦ୍ଧରେ ଯଦି ଏବେ କାର୍ଯ୍ୟାନୁଷ୍ଠାନ ନହେବ ତା’ହେଲେ ଆମେ ଲଜ୍ଜିତ ହେବୁ । କାରଣ ଏଥର ସେ ସବୁ ସୀମା ଟପି ଯାଇଛନ୍ତି । ଏହା ଓଡ଼ିଶା ମାଟିର ସମ୍ମାନର କଥା । ସେସବୁ କଥାକୁ ମ୍ୟାନେଜ୍ କରି ଦିଅନ୍ତି । ଭାବୁଛନ୍ତି ଏଥର ବି କରିଦେବେ । କିନ୍ତୁ ଏଭଳି ସମ୍ବେଦନଶୀଳ ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ହେବ ଓ ସେଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି କରିବେ ବୋଲି କହିଛନ୍ତି । ବାବୁ ସିଂ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ,  ଗରିବ ଲୋକମାନଙ୍କ ଜମିକୁ ହଡ଼ପ କରିବା ଜଙ୍ଗଲ ଜମିକୁ ଦଖଲ କରି କୋଠା ଓ ମନ୍ଦିର ନିର୍ମାଣ ଆଦି କରିଛନ୍ତି । ହଜାର ହଜାର ଏକର ଜମିକୁ କିଟ୍ ଜବରଦଖଲ କରିଛି । ଯେଉଁମାନେ କିଟରେ ଠିକାଦାରୀ କାର୍ଯ୍ୟ କରୁଛନ୍ତି ସେମାନେ କେଉଁ ଦଳର ତାହା ତଦନ୍ତ ହେବା ଦରକାର । ଗୁଣ୍ଡାବାହିନୀ ଲଗାଇ ଜମି ମାଲିକମାନଙ୍କଠୁ କିଟ୍ ଏସବୁ ଜମି ହାତେଇଛି । କାହାର ଧର୍ମପତ୍ନୀ, କାହାର ଶାଳକ ଓ କାହାର ବନ୍ଧୁବାନ୍ଧବଙ୍କୁ କିଟରେ ଚାକିରି ମିଳିଛି ତା’ର ଖୋଳତାଡ଼ ହେବା ବି ଦରକାର ।

ସନ୍ଦେହଘେରରେ ପୁଲିସ

ଫେବୃୟାରୀ ୧୬ତାରିଖ ଅପରାହ୍ନ ୪ଟାରେ ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ପରଠୁ ୧୭ତାରିଖ ଦିନ ୧୦ଟା ପର୍ଯ୍ୟନ୍ତ କିଟ୍ କର୍ତ୍ତୃପକ୍ଷ କ୍ୟାମ୍ପସ ମଧ୍ୟରେ ନିଜର ‘ହିଟଲରୀ ଶାସନ’ ଜାରି ରଖିଥିଲେ । ଆଉ କମିଶନରେଟ ପୁଲିସ୍ ଓ ସ୍ଥାନୀୟ ଥାନା  ଅଧିକାରୀ ଏହି ଅରାଜକତାର ୧୬ଘଣ୍ଟାକୁ ଦେଖି ବି ନଦେଖିଲା ଭଳି ହୋଇଥିଲେ ।  କିଟ୍ କଲେଜ ଛାତ୍ରଛାତ୍ରୀଙ୍କ ଦ୍ୱାରା ଗଣମାଧ୍ୟମକୁ ଦିଆଯାଇଥିବା ବୟାନରୁ ଜଣାପଡ଼ୁଛି ଯେ, ନେପାଳୀ ଛାତ୍ରୀଜଣକ ୧୬ତାରିଖ ଅପରାହ୍ନ ୪ଟାରେ ନିଜ ରୁମରେ ଆତ୍ମହତ୍ୟା କରିଛନ୍ତି । ସେ ବାସ୍ତବରେ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ ହତ୍ୟା କରାଯାଇଛି ତାହା ବି ସନ୍ଦେହଘେରରେ । କାରଣ ହଷ୍ଟେଲର ଅନ୍ୟ ଛାତ୍ରୀମାନେ ସେହିସମୟରେ କ୍ୟାମ୍ପସରେ ଚାଲିଥିବା ‘କିଟ୍ ଫେଷ୍ଟ’ ଓ ମ୍ୟୁଜିକାଲ ନାଇଟ୍ ଦେଖିବାକୁ ଯାଇଥିଲେ । ଆଉ ଏହି ସୁଯୋଗରେ ପୁଲିସକୁ ନଜଣାଇ ଉକ୍ତ ରୁମ୍ ଭିତରୁ ଛାତ୍ରୀଙ୍କ ମୃତଦେହକୁ କାହିଁକି ଅନ୍ୟତ୍ର ସ୍ଥାନାନ୍ତର କରାଗଲା, ତାଙ୍କର ମୋବାଇଲ୍ ଓ ଲ୍ୟାପଟପକୁ ହଷ୍ଟେଲ କର୍ତ୍ତୃପକ୍ଷ କାହିଁକି ନିଜ ନିୟନ୍ତ୍ରଣକୁ ନେଲେ ତାହାବି ବଡ଼ ପ୍ରଶ୍ନ ।

ତା’ଛଡ଼ା ୧୬ତାରିଖ ରାତିରେ ‘ମ୍ୟୁଜିକାଲ ନାଇଟ୍ ’ପାଇଁ ସୁରକ୍ଷା ଓ ନେପାଳୀ ଛାତ୍ରଛାତ୍ରୀମାନଙ୍କ ଧାରଣା ସ୍ଥଳରେ ଥିବା କମିଶନରେଟ ପୁଲିସ୍ ଉପସ୍ଥିତିରେ କିଟ୍ ପ୍ରତିଷ୍ଠାତାଙ୍କ ଭଡ଼ାଟିଆ ଗୁଣ୍ଡାବାହିନୀ ୧୭ତାରିଖ ସକାଳ ୮ଟାରୁ ୯ ସମୟରେ ହଷ୍ଟେଲରେ ଜୋରଜବରଦସ୍ତି ପଶି ପିଲାମାନଙ୍କ ମୋବାଇଲକୁ ସିଜ୍ କରି ସେଥିରୁ ସବୁ ଡାଟା ଡିଲିଟ୍ କରିବା ସହ ବସରେ ବସାଇ କଟକ,ପୁରୀ ଓ ଭୁବନେଶ୍ୱର ଷ୍ଟେସନକୁ ଛାଡ଼ିଲେ ତାହା ହିଁ ପୁଲିସର ଭୂମିକାକୁ ସନ୍ଦେହଘେରକୁ ଟାଣିଛି ।

ନିଜର ଜଣେ ସହପାଠୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ନ୍ୟାୟ ଦାବି କରି ୧୬ତାରିଖ ରାତିତମାମ ଧାରଣାରେ ବସିଥିବା ଛାତ୍ରଛାତ୍ରୀମାନଙ୍କ ଉପରେ ରାତି ପ୍ରାୟ ସାଢ଼େ ୧୧ଟାରେ ଲାଠି ମାଡ଼ କରାଯାଇଥିବା ସୂଚନା ମିଳିଛି । କ୍ୟାମ୍ପସରେ ଥିବା ସେଂଟ୍ରାଲ ଲାଇବ୍ରେରୀ ପାଖରେ ପିଲାମାନଙ୍କୁ ଘଉଡ଼ାଇବା ପାଇଁ କିଟ୍ ସୁରକ୍ଷାକର୍ମୀମାନେ ଏହି ଲାଠିମାଡ଼ କରିଥିଲେ । ଆଉ ପୁଲିସ ମଧ୍ୟ ସେଠାରେ ଉପସ୍ଥିତ ଥିଲା । କାହା ନିର୍ଦ୍ଦେଶରେ ସେମାନେ ପିଲାମାନଙ୍କ ଉପରେ ଲାଠିମାଡ଼ କଲେ, ଆଉ ପୁଲିସ କାହିଁକି ନିରବଦ୍ରଷ୍ଟା ସାଜିଲା ତାହା ବି ତଦନ୍ତ ହେବା ଜରୁରୀ ।

ଅଚ୍ୟୁତଙ୍କ ଧମକ ପରେ ଆରମ୍ଭ ହେଲା ଅକଥନୀୟ ଅତ୍ୟାଚାର

କେଉଁ କାରଣରୁ ନେପାଳୀ ଛାତ୍ରୀ ଆତ୍ମହତ୍ୟା କଲେ, ତାଙ୍କର ମୋବାଇଲ୍ ଓ ଲ୍ୟାପଟପ୍ କେଉଁଠି ଅଛି ଏବଂ ପୁଲିସ ଏଫଆଇଆର କପି ଦାବି କରି ଶହ ଶହ ଛାତ୍ରଛାତ୍ରୀ ୧୬ତାରିଖ ରାତିରୁ ସେଂଟ୍ରାଲ ଲାଇବ୍ରେରୀ ହଲ୍ ପାଖରେ ଧାରଣାରେ ବସିଥିଲେ । ୧୭ତାରିଖ ସକାଳ ପ୍ରାୟ ୬ଟାରେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଧାରଣାସ୍ଥଳକୁ ଆସି ପିଲାମାନଙ୍କ ସହ ଆଲୋଚନା ପରିବର୍ତ୍ତେ ଧମକଚମକ ଦେଇଥିବା ପୀଡ଼ିତ ଛାତ୍ରମାନେ ସୂଚନା ଦେଇଛନ୍ତି । ଆଉ ନେପାଳୀ ଛାତ୍ରଛାତ୍ରୀଙ୍କ ସହ ଯୁକ୍ତିତର୍କ ଯୋଗୁ ଶ୍ରୀ ସାମନ୍ତ ଘଟଣାସ୍ଥଳରେ ଭାରସାମ୍ୟ ହରାଇ ପଡ଼ିଯାଇଥିଲେ । ଆଉ ଏହା ପରେ ସେ ଉକ୍ତ ସ୍ଥାନ ଛାଡ଼ି ଚାଲିଯାଇଥିଲେ ଏବଂ ମାତ୍ର ୧୫-୨୦ମିନିଟ୍ ପରେ ଧାରଣାରତ ପିଲାମାନଙ୍କ ଉପରେ ସ୍ଥାନୀୟ ସୁରକ୍ଷାକର୍ମୀଙ୍କ ଲାଠିମାଡ଼ ଆରମ୍ଭ ହୋଇଯାଇଥିଲା । ଆଉ ପ୍ରାୟ ଏକ ଘଂଟା ମଧ୍ୟରେ ପାଖାପାଖି ୫୦ଜଣ ସ୍ଥାନୀୟ ଗୁଣ୍ଡା ସେଠାକୁ ଆସି ନେପାଳୀ ଛାତ୍ରଛାତ୍ରୀମାନଙ୍କ ମୋବାଇଲ୍ ଫୋନକୁ ଜବତ କରି ସେଥିରେ ଥିବା ଡାଟାକୁ ଡିଲିଟ୍ କରିଥିଲେ । ଏହାସହିତ ସେମାନଙ୍କୁ ହଷ୍ଟେଲରୁ ଜୋରଜବରଦସ୍ତ ବାହାର କରି କିଟ୍ ବସରେ ବସାଇ ରେଳଷ୍ଟେସନକୁ ପଠାଇ ଦେଇଥିଲେ । ଅଚ୍ୟୁତଙ୍କ ସହ କାହିଁକି ଏଭଳି ବଚସା କଲ ବୋଲି କହି ସେହି ଗୁଣ୍ଡାଶ୍ରେଣୀୟ ବ୍ୟକ୍ତିମାନେ ପିଲାମାନଙ୍କୁ ମାରପିଟ୍ ଓ ହଇରାଣ କରିଥିବା ପୀଡ଼ିତା ଛାତ୍ରଛାତ୍ରୀମାନେ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story