Advertisment

୧୫ ହଜାର ନେଇଥିଲେ, ଆଉ ୮ ହଜାର ନେବା ବେଳେ ଧରାପଡ଼ିଲେ

ବାକି ୮ ହଜାର ଟଙ୍କା ନ ଦେଲେ କାମ ହେବ ନାହିଁ ବୋଲି ସେ କହିଥିଲେ।

Accused

Accused

Advertisment

ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କୁଚିଣ୍ଡା ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜଙ୍ଗଲ ଜମି ବିଭାଗର ସଂଯୋଜିକା ନିଘତ ପରବୀନ ଓରଫ ରୋଜା। ଜଙ୍ଗଲ ଜମି ପଟ୍ଟା କରି ଦେବା ପାଇଁ ଜଣେ ହିତାଧିକାରୀଙ୍କ ଠାରୁ ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଧରିଥିଲେ।

Advertisment

କିଛି ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ଦେବା ପାଇଁ ନିଘତ ପରବୀନ ୨୩ ହଜାର ଟଙ୍କା ମାଗିଥିଲେ। ପ୍ରଥମ କିସ୍ତିରେ ସେ ୧୫ ହଜାର ଟଙ୍କା ନେଇଥିଲେ। ଅଭିଯୋଗ ଅନୁଯାୟୀ, ବାକି ୮ ହଜାର ଟଙ୍କା ନଦେଲେ କାମ ହେବ ନାହିଁ ବୋଲି ସେ କହିଥିଲେ।

ଏହି ସମସ୍ତ ହିତାଧିକାରୀ ଗରିବ ଶ୍ରେଣୀର ହୋଇଥିବାରୁ ଏତେ ଟଙ୍କା ଦେବାକୁ ସମର୍ଥ ନଥିଲେ। ତେଣୁ ସେମାନଙ୍କ ମଧ୍ୟରୁ ଜଣେ ଯାଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଏହା ପରେ ଯୋଜନା ମୁତାବକ ସେ ଆଜି ବାକି ୮ ହଜାର ଟଙ୍କା ନେଇ ନିଘତ ପରବୀନଙ୍କୁ ତାଙ୍କ କାର୍ଯ୍ୟାଳୟରେ ଦେଇଥିଲେ। ନିଘତ ପରବୀନ ଲାଞ୍ଚ ଅର୍ଥ ଗ୍ରହଣ କରିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି।

Advertisment

ଲାଞ୍ଚ ନେଇ ଧରାପଡ଼ିବା ପରେ ନିଘତ ପରବୀନଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ ସନ୍ଦେହରେ ଏହି ଚଢ଼ାଉ କରାଯାଇଥିଲା। ଏହି ଘଟଣାରେ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଉଛି।

Odisha Vigilance Vigilance Net Vigilance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe