BDO
ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ପୂର୍ତ୍ତ ବିଭାଗର ମୁଖ୍ୟଯନ୍ତ୍ରୀ ପ୍ରଦୀପ କୁମାର ରଥ ଓ ଗୋଲମୁଣ୍ଡା ବ୍ଲକ ବିଡିଓ ଅକ୍ଷମିତା କାର୍ତ୍ତିକଙ୍କୁ ରାଜ୍ୟ ସରକାର ଚାକିରିରୁ ନିଲମ୍ବନ କରିଛନ୍ତି । ୪୮ଘଣ୍ଟାରୁ ଅଧିକ ସମୟ ଧରି ନ୍ୟାୟିକ ହାଜତରେ ରହିଥିବା ଯୋଗୁ ରାଜ୍ୟ ସରକାର ଏହି ଦୁଇ ଅଧିକାରୀଙ୍କୁ ସରକାରୀ ଚାକିରିରୁ ନିଲମ୍ବନ କରିଛନ୍ତି ।
୧୦ କୋଟି ଟଙ୍କାରୁ ଅଧିକ ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ କଟକରେ କାର୍ଯ୍ୟରତ ମୁଖ୍ୟଯନ୍ତ୍ରୀ ଶ୍ରୀ ରଥଙ୍କୁ ଚଳିତମାସ ୬ତାରିଖରେ ଭିଜିଲାନ୍ସ ଗିରଫ କରିଥିଲା । ୧୭ତାରିଖ ପର୍ଯ୍ୟନ୍ତ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ପୂର୍ତ୍ତ ବିଭାଗ ଆଜି ଶ୍ରୀ ରଥଙ୍କୁ ଚାକିରିରୁ ନିଲମ୍ବନ କରିବା ସହ ବିନା ଅନୁମତିରେ ସେ ଭୁବନେଶ୍ୱର ଛାଡ଼ିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛି ।
ସେହିପରି କଳାହାଣ୍ଡି ଜିଲ୍ଲାର ଗୋଲମୁଣ୍ଡା ବ୍ଲକ ବିଡିଓ ଅକ୍ଷମିତା କାର୍ତ୍ତିକଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଗଷ୍ଟ ୨ ତାରିଖରେ ଭିଜିଲାନ୍ସ ଗିରଫ କରିଥିଲା । ତାଙ୍କୁ ୧୪ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଓଡ଼ିଶା ପ୍ରଶାସନିକ ସେବା ରୁଲସ-୧୯୬୨ର ଧାରା ୧୨(୨) ର ପ୍ରାବଧାନ ଆଧାରରେ ପଂଚାୟତିରାଜ ବିଭାଗ ତାଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି । ନିଲମ୍ବନ ଅବଧିରେ ସେ କଳାହାଣ୍ଡି ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପ୍ରଶାସନିକ ନିୟନ୍ତ୍ରଣରେ ରହିବେ ଓ ତାଙ୍କ ବିନା ଅନୁମତିରେ ସଦର ମହକୁମା ଛାଡ଼ିପାରିବେ ନାହିଁ ।
ଏହି ଦୁଇ ଅଧିକାରୀଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଗିରଫ କରିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/BDO_1723309006.jpg)