Advertisment

ନକଲି ସାର୍ଟିଫିକେଟ ଦେଇ ହୋଇଥିଲେ ଶିକ୍ଷୟିତ୍ରୀ, ୧୧ ବର୍ଷ ପରେ ବହିଷ୍କୃତ

ମନ୍ଦାକିନୀ ନାହାକ ଓଟିଇଟି ପାସ୍ କରିବା ପରେ ଚାକିରି ନିୟମିତ କରିବା ନିମନ୍ତେ ଆବେଦନ କରିଥିଲେ।

author-image
Jitendra Garnayak
Fake Teacher

Fake Teacher

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ସ୍ଥିତ ଏନ୍.ବି.ବିଦ୍ୟାପୀଠର ଠିକା କନିଷ୍ଠ ଶିକ୍ଷୟିତ୍ରୀ (କଣ୍ଟ୍ରାକଚୁଆଲ ଜୁନିୟର ଟିଚର) ମନ୍ଦାକିନୀ ନାହାକଙ୍କୁ ବହିଷ୍କାର କରାଯାଇଛି। ନକଲି ସାର୍ଟିଫିକେଟ ଦେଇ ଚାକିରି କରିଥିବା ମନ୍ଦାକିନୀ ନାହାକଙ୍କୁ ଗଞ୍ଜାମ ଜିଲ୍ଲାପାଳ ବହିଷ୍କାର କରିଛନ୍ତି।

Advertisment

୨୦୧୨ ମସିହାରେ ଚାକିରିରେ ଯୋଗ ଦେଇଥିଲେ ମନ୍ଦାକିନୀ ନାହାକ। ସେତେବେଳେ ସେ ତାଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ଜାଲ୍ ସାର୍ଟିଫିକେଟ୍ ଦେଇଥିଲେ। ସେ ଯୁକ୍ତ ଦୁଇ ପାସ୍ କରି ନାହାନ୍ତି। କିନ୍ତୁ ଯୁକ୍ତ ଦୁଇ ପାସ୍ କରିଥିବା ନେଇ ନକଲି ସାର୍ଟିଫିକେଟ୍ ଓ ମାର୍କଶିଟ୍ ଦାଖଲ କରିଥିଲେ।

ମନ୍ଦାକିନୀ ନାହାକ ଓଟିଇଟି ପାସ୍ କରିବା ପରେ ଚାକିରି ନିୟମିତ କରିବା ନିମନ୍ତେ ଆବେଦନ କରିଥିଲେ। ଏହା ପରେ ତାଙ୍କ ସମସ୍ତ ସାର୍ଟିଫିକେଟ୍ ଯାଞ୍ଚ କରାଯାଇଥିଲା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଯାଞ୍ଚ କରାଯାଇ ତାଙ୍କ ଯୁକ୍ତ ଦୁଇ ସାର୍ଟିଫିକେଟ ଜାଲ୍ ବୋଲି ସ୍ପଷ୍ଟ କରାଯାଇଥିଲା।

Advertisment

ମନ୍ଦାକିନୀ ନାହାକ ଜାଲ୍ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଜଣାପଡ଼ିବା ପରେ ତାଙ୍କ ବିରୋଧରେ ପାଟପୁର ଥାନାରେ ଏତଲା ଦିଆଯାଇଛି। ଏହା ସହିତ ଗଞ୍ଜାମ ଜିଲ୍ଲାପାଳ ତାଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି। ଅନ୍ୟପକ୍ଷରେ ଗତ କିଛି ଦିନ ହେଲାଣି ସ୍କୁଲ ଆସୁ ନଥିବା ମନ୍ଦାକିନୀ ନାହାକ ଫେରାର ହୋଇଯାଇଥିବା ଜଣାଯାଇଛି।

Fake Teacher