Advertisment

କାହିଁକି ଶିଳ୍ପପତିଙ୍କୁ ୭୩ ଥର ଛୁରୀ ଭୁଷି ମାରି ଦେଲା ନାତି?

ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି ଯେ ହାଇବ୍ରାବାଦ ଭିତ୍ତିକ ଶିଳ୍ପପତି ଚନ୍ଦ୍ରଶେଖରଙ୍କ ଦେହରେ ୭୦ରୁ ଅଧିକ କ୍ଷତ ଚିହ୍ନ ରହିଛି। ଅଭିଯୁକ୍ତ ଜଣଙ୍କ ତାଙ୍କୁ ୭୦ରୁ ଅଧିକ ଥର ଛୁରୀ ଭୁଷି ହତ୍ୟା କରିଛି।

Teja

Teja

Advertisment

ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଘଟଣା। ୮୬ ବର୍ଷୀୟ ଶିଳ୍ପପତି ଭି ଚନ୍ଦ୍ରଶେଖର ଜନାର୍ଦ୍ଧନ ରାଓଙ୍କୁ ୩ ଦିନ ତଳେ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଛି। ୪୬୦ କୋଟି ଟଙ୍କାର ଭେଲଜାନ ଗ୍ରୁପ ଅଫ ଇଣ୍ଡଷ୍ଟ୍ରିଜର ପ୍ରତିଷ୍ଠାତା ହେଉଛନ୍ତି ଚନ୍ଦ୍ରଶେଖର। ହତ୍ୟା ଘଟଣାର ୩ ଦିନ ପରେ ପୁଲିସ୍‌ ଅର୍ଥାତ ରବିବାର ଦିନ ରାତିରେ ପୁଲିସ୍‌ ଚନ୍ଦ୍ରଶେଖରଙ୍କ ନାତି କିଲାରୁ କୀର୍ତ୍ତି ତେଜାଙ୍କୁ ଗିରଫ କରିଛି। ସେ ହିଁ ଚନ୍ଦ୍ରଶେଖରଙ୍କୁ ଘର ଭିତରେ ୭୩ ଥର ଛୁରୀ ଭୁଷି ହତ୍ୟା କରିଥିଲେ। ଏହା ପଛର କାରଣ ହେଲା ସମ୍ପତ୍ତିକୁ ନେଇ ଅଜା ଓ ନାତିଙ୍କ ମଧ୍ୟରେ ଥିବା ବିବାଦ।

Advertisment

ଏଯାଏ ପୁଲିସ୍‌କୁ ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିନାହିଁ। କିନ୍ତୁ ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି ଯେ ହାଇବ୍ରାବାଦ ଭିତ୍ତିକ ଶିଳ୍ପପତି ଚନ୍ଦ୍ରଶେଖରଙ୍କ ଦେହରେ ୭୦ରୁ ଅଧିକ କ୍ଷତ ଚିହ୍ନ ରହିଛି। ଅଭିଯୁକ୍ତ ଜଣଙ୍କ ତାଙ୍କୁ ୭୦ରୁ ଅଧିକ ଥର ଛୁରୀ ଭୁଷି ହତ୍ୟା କରିଛି। ପୁଲିସ୍‌ ରବିବାର ତେଜାଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ହତ୍ୟାରେ ବ୍ୟବହୃତ ଛୁରୀକୁ ଜବତ କରିଛି। ସମ୍ପତ୍ତି ପାଇଁ ତେଜା ନିଜ ଜନ୍ମ କଲା ମା’ ସରୋଜିନୀଙ୍କୁ ବି ଛାଡ଼ି ନାହାନ୍ତି। ତେଜାଙ୍କ ଛୁରୀ ମାଡ଼ରେ ଆହତ ହୋଇ ସରୋଜିନୀ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଦେହରେ ୪ଟି କ୍ଷତ ଚିହ୍ନ ରହିଛି। 

ପଞ୍ଜାଗୁଟ୍ଟା ଇନସପେକ୍ଟର ବି ଶୋଭନ କହିଛନ୍ତି, “ଗୁରୁବାର ରାତି(ଫେବୃଆରୀ ୬) ୨୯ ବର୍ଷୀୟ ତେଜା ଓ ଚନ୍ଦ୍ରଶେଖରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରିବାର ଲୋକଙ୍କ ମଧ୍ୟରେ ଚନ୍ଦ୍ରଶେଖର ସମ୍ପତ୍ତି ଠିକ ଭାବେ ବାଣ୍ଟି ନଥିବାରୁ ତେଜା ପାଟିତୁଣ୍ଡ କରିଥିଲେ। ସମୟ ବଢ଼ିବା ସହ ଯୁକ୍ତିତର୍କ ମଧ୍ୟ ବଢ଼ିବାରେ ଲାଗିଥିଲା। ଏଥିରେ ରାଗି ଯାଇ ତେଜା ତାଙ୍କ ଅଜାଙ୍କୁ ଆକ୍ରମଣ କରିଥିଲେ। ସେ ତଳେ ପଡ଼ିଯିବାରୁ ତେଜା ତାଙ୍କ ଉପରେ ବସି ବାରମ୍ବାର ଛୁରୀ ଭୁଷି ଚାଲିଥିଲେ। ଚନ୍ଦ୍ରଶେଖରଙ୍କୁ ମାରିବା ପରେ ସେ ନିଜର ରକ୍ତ ଭିଜା ଶାର୍ଟକୁ ବଦଳାଇଥିଲେ। ଏହାପରେ ସୋମାଜିଗୁଡ଼ା ସ୍ଥିତ ନିଜ ଅଜାଙ୍କ ଘରୁ ଫେରାର ହୋଇଯାଇଥିଲେ।”

Advertisment

ପୁଲିସ୍‌ର କହିବା କଥା ଯେ ଚନ୍ଦ୍ରଶେଖରଙ୍କ ଦେହରେ ୭୦ରୁ ଅଧିକ ଛୁରୀ ଭୁଷା ଚିହ୍ନ ରହିଛି। କିନ୍ତୁ ପ୍ରକୃତ ସଂଖ୍ୟା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ଜଣାପଡ଼ିବ। ଘଟଣା ପରେ ତେଜା ସହର ଛାଡ଼ି ଦେଇଥିବା କୁହାଯାଉଥିଲା। କିନ୍ତୁ ପୁଲିସ୍‌ ତାଙ୍କୁ ରବିବାର ପଞ୍ଜାଗୁଟ୍ଟା ଫ୍ଲାଏ ଓଭର ନିକଟରୁ ଗିରଫ କରିଛି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ତେଜା ନିକଟରେ ଆମେରିକାରେ ନିଜର ମାଷ୍ଟର ଡିଗ୍ରୀ ଶେଷ କରିବା ପରେ ହାଇଦ୍ରାବାଦ ଫେରିଥିଲେ। ହାଇଦ୍ରାବାଦର ୱେଷ୍ଟର୍ଣ୍ଣ କରିଡରରେ ଥିବା ଲାନକୋ ହିଲ୍ସ ସ୍ଥିତ ସେ ଘରେ ରହୁଥିଲେ। କିନ୍ତୁ ତେଜା ସବୁବେଳେ ଆଶଙ୍କା କରୁଥିଲେ ଯେ ଅଜା ଚନ୍ଦ୍ରଶେଖର ତାଙ୍କ ସହ ପାତର ଅନ୍ତର କରୁଛନ୍ତି। ପରିବାରର ଅନ୍ୟ ଲୋକଙ୍କ ତୁଳନାରେ ତାଙ୍କୁ ଅଣଦେଖା କରଯାଉଥିବା ସେ ଅନୁଭବ କରୁଥିଲେ।

ଚନ୍ଦ୍ରଶେଖରଙ୍କର ୩ ଝିଅ ଓ ଗୋଟିଏ ପୁଅ ରହିଛନ୍ତି। ୩ ଝିଅଙ୍କ ମଧ୍ୟରୁ ତେଜାଙ୍କ ମା’ ଅନ୍ୟତମ। ନିକଟରେ ଚନ୍ଦ୍ରଶେଖର ତାଙ୍କ ବଡ଼ ଝିଅର ପୁଅ ଶ୍ରୀକ୍ରିଷ୍ଣାଙ୍କୁ ଭେଲଜାନ ଗ୍ରୁପର ଏମଡି ଭାବେ ନିଯୁକ୍ତ କରିଥିଲେ। ସେହିପରି ୪ କୋଟି ଟଙ୍କାର ଶେୟାରକୁ ତେଜାଙ୍କ ନାଁରେ କରି ଦେଇଥିଲେ। କିନ୍ତୁ ଶ୍ରୀକ୍ରିଷ୍ଣାଙ୍କୁ ଏମଡି କରାଯିବା ଘଟଣାକୁ ସହି ପାରୁ ନଥିଲେ ତେଜା। 

ଘଟଣା ଦିନ ସେ ମା’ ସରୋଜିନୀଙ୍କ ସହ ଅଜା ଚନ୍ଦ୍ରଶେଖରଙ୍କୁ ଘରକୁ ଯାଇଥିଲେ। ତେଜା ଓ ଚନ୍ଦ୍ରଶେଖର କଥା ହେଉଥିବା ବେଳେ ସରୋଜିନୀ ଚା’ କରିବାକୁ ଚାଲି ଯାଇଥିଲେ। କଥାବାର୍ତ୍ତା ଚାଲିଥିବା ବେଳେ କମ୍ପାନୀର ନିର୍ଦ୍ଦେଶକ ପଦକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଯାଇଥିଲା। ଅଜା ସବୁବେଳେ ତାଙ୍କ ସହ ପାତରଅନ୍ତର କରୁଥିବା ତେଜା କହିଥିଲେ। ପିଲାଟି ବେଳୁ ତାଙ୍କୁ ଅଣଦେଖା କରାଯାଉଥିବା ସେ ଅଭିଯୋଗ କରିଥିଲେ। 

ଏଥିରେ ରାଗି ଯାଇ ତେଜା ଛୁରୀରେ ଅଜାଙ୍କୁ ଆକ୍ରମଣ କରିଥିଲେ। ତେଜାଙ୍କ ମା’ ଚିତ୍କାର ଶୁଣି ରୋଷେଇ ଘରକୁ ଦୌଡ଼ି ଆସିଥିଲେ। ସେ ଘଟଣାରେ ହସ୍ତକ୍ଷେପ କରିବା ସହ ପୁଅକୁ ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ରାଗରେ ପାଚି ଯାଇଥିବା ତେଜା ନିଜ ମା’ଙ୍କୁ ମଧ୍ୟ ଆକ୍ରମଣ କରିବାକୁ ପଛାଇ ନଥିଲେ। ଏଥିରେ ତାଙ୍କ ମା’ ଆହତ ହୋଇଛନ୍ତି। ଆହତ ଅବସ୍ଥାରେ ମା’ ପଡ଼ିଥିଲେ ହେଁ ତେଜା ଫେରାର ହୋଇଯାଇଥିଲେ। ତେବେ ରକ୍ତାକ୍ତ ଅବସ୍ଥାରେ ତେଜା ମା’ଙ୍କ ତାଙ୍କ ଜଣେ ଭାଇଙ୍କୁ ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ଦେଇଥିଲେ। ଏହାପରେ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।

ହତ୍ୟା ପରେ ଘରର ସିକ୍ୟୁରିଟୀ ଗାର୍ଡଙ୍କୁ ତେଜା ଧମକ ଦେଇଥିଲେ। ଏହାପରେ ସେଠରୁ ଫେରାର ହୋଇଯାଇଥିଲେ। ପରବର୍ତ୍ତୀ ଅବସ୍ଥାରେ ପୁଲିସ୍‌ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରିଛି। କୋର୍ଟ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇ ଦେଇଛି। ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ତେଜା ନିୟମିତ ଡ୍ରଗ୍ସ ନେଉଥିବା ଜାଣିବାକୁ ପାଇଛି। 

Crime Hyderabad
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe