Advertisment

ଭତ୍ତା ଟଙ୍କା ପାଇଁ ଜେଜେ ମାଆଙ୍କୁ ପିଟି ପିଟି ମାରିଦେଲା ନାତି

ଗାଁ ଲୋକେ ଗୋଡ଼ାଇ ଗୋଡ଼ାଇ ରାଜକୁ କାବୁ କରିଥିଲେ। ଏ ନେଇ ପୁଲିସ୍‌କୁ ଖବର ଦେଇଥିଲେ। ବେଲପଡ଼ା ଥାନା ପୁଲିସ୍‌ ଗାଁରେ ପହଞ୍ଚି ରାଜଙ୍କୁ ହେପାଜତକୁ ନେଇ ପଚରା ଉଚରା କରୁଛି।

ଅଦ୍ୟତନ ହୋଇଛି
Accuse

Accuse

Advertisment

ରକ୍ତର ସମ୍ପର୍କ ଭୁଲିଗଲା ନାତି। ଭତ୍ତା ଟଙ୍କା ପାଇଁ ଜେଜେ ମାଆଙ୍କୁ ଠେଙ୍ଗାରେ ପିଟି ପିଟି ମାରିଦେଲା। ଆଜି ଏପରି ହୃଦୟବିଦାରକ ଘଟଣା ବଲାଙ୍ଗିର ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି।

Advertisment

ବେଲପଡା ଥାନା ଭାଲୁଖାଇ ଗାଁର ଯୋଗ ଭୁଏ ପାଇଥିବା ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ପାଖରେ ରଖିଥିଲେ। ସେହି ଟଙ୍କା ମାଗିଥିଲେ ତାଙ୍କ ନାତି ରାଜ ଭୁଏ। ହେଲେ ଜେଜେ ମାଆଙ୍କୁ ଟଙ୍କା ଦେବାକୁ ତାଙ୍କୁ ମନା କରିଥିଲେ। ଯେଉଁଥିପାଇଁ ରାଗି ଯାଇଥିଲେ ରାଜ। ଆଉ ଉତ୍‌କ୍ଷିପ୍ତ ହୋଇ ଏକ ଠେଙ୍ଗାରେ ଜେଜେ ମାଆଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଜେଜେ ମାଆଙ୍କୁ ହତ୍ୟା କରିବା ପରେ ରାଜ ଦୌଡ଼ି ପଳାଇ ଯାଇଥିଲେ।

ଗାଁ ଲୋକେ ଗୋଡ଼ାଇ ଗୋଡ଼ାଇ ରାଜକୁ କାବୁ କରିଥିଲେ। ଏ ନେଇ ପୁଲିସ୍‌କୁ ଖବର ଦେଇଥିଲେ। ବେଲପଡ଼ା ଥାନା ପୁଲିସ୍‌ ଗାଁରେ ପହଞ୍ଚି ରାଜଙ୍କୁ ହେପାଜତକୁ ନେଇ ପଚରା ଉଚରା କରୁଛି। ଅନ୍ୟପକ୍ଷରେ ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

Advertisment

ରିପୋର୍ଟ- ପାଟଣାଗଡ଼ରୁ କରୁଣାକର ବୁଡେକ୍‌

Crime Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe