ଲିଜଧାରୀଙ୍କଠାରୁ ୭.୨୫କୋଟି ଜୋରିମାନା ଆଦାୟ ସହ ଟାଙ୍ଗୀ ତହସିଲଦାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଅ: ଗ୍ରୀନ ଟ୍ରିବ୍ୟୁନାଲ୍‌

ସମ୍ପୃକ୍ତ ଖଣି ଅଂଚଳରେ ୧୪୪ ଧାରା ରୁଜୁ କରି ୩ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଗ୍ରୀନ ଟ୍ରିବ୍ୟୁନାଲ।

NGT

NGT Office

Jitendra Garnayak
  • Published: Friday, 14 July 2023
  • Updated: 14 July 2023, 10:12 PM IST

Sports

Latest News

ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ତହସିଲ ଅନ୍ତର୍ଗତ ସାହାଡ଼ାଘାଇଠାରେ ବେଆଇନ ମାଙ୍କଡ଼ା ପଥର ଖନନ କରିବା ଅଭିଯୋଗରେ ଲିଜଧାରୀ ପତିତପାବନ ବାରିକଙ୍କଠୁ ୭.୨୫କୋଟି ଟଙ୍କାର ଜୋରିମାନା ଆଦାୟ କରିବା ସହ ୨୦୨୧ରୁ ୨୦୨୨ ନଭେମ୍ବର ପର୍ଯ୍ୟନ୍ତ କାର୍ଯ୍ୟ କରିଥିବା ଟାଙ୍ଗୀ ତହସିଲଦାରଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ସମ୍ପୃକ୍ତ ଖଣି ଅଂଚଳରେ ୧୪୪ ଧାରା ରୁଜୁ କରି ୩ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ(ଏନଜିଟି) ଆଜି ଏକ ମାମଲାର ଶୁଣାଣି କରି ଟାଙ୍ଗୀ ତହସିଲରେ ଜଙ୍ଗଲ ଜମି ସମେତ ଲିଜ୍ ଅଂଚଳ ବାହାରେ ବେଆଇନ ମାଙ୍କଡ଼ା ପଥର ଖନନ ଯୋଗୁ ବ୍ୟାପକ ଭାବେ ପରିବେଶ କ୍ଷତିଗ୍ରସ୍ତ ହୋଇଛି ବୋଲି କହିଛନ୍ତି। ଏଥିପାଇଁ ଟ୍ରିବ୍ୟୁନାଲ ଖଣି ଲିଜଧାରୀଙ୍କଠୁ ଜୋରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦେବା ସହ ସେହିସମୟରେ ଦାୟିତ୍ୱରେ ଥିବା ତହସିଲଦାରଙ୍କ ବିରୁଦ୍ଧରେ କାର୍ଯ୍ୟରେ ଅବହେଳା ଯୋଗୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ବେଆଇନ ଖଣି ଖନନକୁ ରୋକିବା ପାଇଁ ସାହାଡ଼ାଘାଇ ମୌଜାରେ ତୁରନ୍ତ ୧୪୪ ଧାରା ରୁଜୁ କରିବା ନିମନ୍ତେ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଟ୍ରିବ୍ୟୁନାଲ ୩ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ପାଇଁ ତଲବ କରିଛନ୍ତି ।

Also Read

ସୂଚନା ଅନୁସାରେ, ୨୦୨୧ ମସିହାରେ ସାହାଡ଼ାଘାଇ ମାଙ୍କଡାପଥର ଖଣି ନିଲାମ ହୋଇଥିଲା ଓ ଏହି ଲିଜ୍ ପତିତପାବନ ବାରିକଙ୍କୁ ମିଳିଥିଲା । ମାତ୍ର ଲିଜ୍ ଅଂଚଳ ବାହାରେ ଶ୍ରୀ ବାରିକ ଖନନ କରିବା ଯୋଗୁ ରାଜ୍ୟ ସରକାରଙ୍କୁ ୭.୮୧କୋଟି ଟଙ୍କାର ରାଜସ୍ୱ କ୍ଷତି ହୋଇଛି । ଏପରିକି ଏହି ମାଙ୍କଡ଼ା ଖଣି ପାଇଁ ସେ ୨୦୨୨ ମେ’ ୧୧ତାରିଖରେ ପରିବେଶ ଅନୁମତି ପାଇବା ପୂର୍ବରୁ ସେ ୬.୩୨ଏକର ଅଂଚଳରେ ଖନନ କାର୍ଯ୍ୟ ଆରମ୍ଭ କରିସାରିଥିଲେ । ୨୦୨୨ ମାର୍ଚ୍ଚ ୯ତାରିଖରେ ବେଆଇନ ଖଣି ଖନନ ଯୋଗୁ ତାଙ୍କୁ ‘ୱାଇ’ ଫର୍ମ ଜାରି ହୋଇଥିଲା । ଲିଜ୍ ଅଂଚଳ ବାହାରେ ଜଙ୍ଗଲ ଜମି ସମେତ ଅନ୍ୟାନ୍ୟ ୫ଟି ପ୍ଲଟରେ ଶ୍ରୀ ବାରିକ ବେଆଇନ ଖନନ କରିଥିଲେ । ସେଥିପାଇଁ ତାଙ୍କ ବିରୁଦ୍ଧରେ ୩ଟି ଏଫଆଇଆର ରୁଜୁ ହେବା ସହ ୭ଟି ଗାଡ଼ି, ୨ଟି ପାୱାର ଟ୍ରିଲର, ଗୋଟିଏ ମୋଟର ସାଇକେଲ୍ ଜବତ ହୋଇଥିଲା । ଶ୍ରୀ ବାରିକ ଯେଉଁ ଅଂଚଳରେ ଖଣି ଖନନ କରୁଥିଲେ ସେହି ଅଂଚଳରେ କାଜୁ, ଆକାଶିଆ ଓ ଅନ୍ୟାନ୍ୟ ଗଛ ରହିଛି ତଥା ଉକ୍ତ ଅଂଚଳ ସାବିକ ରେକର୍ଡରେ ‘ଜଙ୍ଗଲ ଜମି’ ବୋଲି ଉଲ୍ଲେଖ ଅଛି । ଏହା ସତ୍ତ୍ୱେ ଶ୍ରୀ ବାରିକ ସ୍ଥାନୀୟ ପ୍ରଶାସନ ସହାୟତାରେ ବେଆଇନ ଖଣି ଖନନ କରିଥିବାରୁ ଗ୍ରୀନ୍ ଟ୍ରିବ୍ୟୁନାଲ କଠୋର ଆଭିମୁଖ୍ୟ ପୋଷଣ କରି କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story