Advertisment

ଶ୍ରୀନଗରରେ ଗ୍ରେନେଡ ଆକ୍ରମଣ, ୧୦ରୁ ଅଧିକ ଲୋକ ଆହତ

ଶ୍ରୀନଗରରେ ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣ। ବିସ୍ଫୋରଣରେ ୧୦ରୁ ଅଧିକ ନାଗରିକ ଆହତ ହୋଇଥିବା ସୂଚନା। ସର୍ଚ୍ଚ୍ ଅପରେସନ ଆରମ୍ଭ।

author-image
Debadatta Aryashrestha
ଅଦ୍ୟତନ ହୋଇଛି
Grenade Attack In Srinagar

Grenade Attack In Srinagar

ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି। ଶନିବାର ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କ ଗୁଳିରେ 'ଲଶ୍କର-ଏ-ତୋଏବା' ପାକିସ୍ତାନୀ ଆତଙ୍କୀ ସଂଗଠନର ଏକ ଶୀର୍ଷ କମାଣ୍ଡର ଟଳିବା ପରେ ଆଜି (ରବିବାର) ଶ୍ରୀନଗରରେ ଏକ ବଡ଼ ଆକ୍ରମଣ ହୋଇଛି। ଗ୍ରେନେଡ ବିସ୍ଫୋରଣରେ ପ୍ରାୟ ୧୦ରୁ ଅଧିକ ନାଗରିକ ଆହତ ହୋଇଥିବା କୁହାଯାଉଛି।

Advertisment

ଶ୍ରୀନଗରସ୍ଥିତ ପର୍ଯ୍ୟଟକ ସ୍ୱାଗତ କେନ୍ଦ୍ର (Tourist Reception Centre) ବାହାରେ ଥିବା ବଜାରରେ ରବିବାର କାରଣରୁ ବହୁ ସଂଖ୍ୟାରେ ଲୋକଙ୍କ ଗହଳି ରହିଥିଲା। ଏହି ସମୟରେ ଏପରି ଗ୍ରେନେଡ ଆକ୍ରମଣ କାରଣରୁ ଅନେକ ଲୋକ ଆହତ ହୋଇଛନ୍ତି। ପ୍ରାରମ୍ଭିକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ଆକ୍ରମଣରେ ପ୍ରାୟ ୧୦ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଗ୍ରେନେଡ ବିସ୍ଫୋରଣରେ ଆହତ ନାଗରିକଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହା ପରେ କଶ୍ମୀର ପୁଲିସର ସ୍ପେଶାଲ ଅପରେସନ୍ ଗ୍ରୁପକୁ ତଦନ୍ତ ପାଇଁ ନିୟୋଜିତ କରାଯାଇଛି। ଆକ୍ରମଣକାରୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ମଧ୍ୟ ଆରମ୍ଭ ହୋଇଛି।

ପ୍ରକାଶ ଥାଉ, ଗତକାଲି ଅନନ୍ତନାଗ ଏବଂ ଶ୍ରୀନଗରର ଖାନିଆରରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ତୀବ୍ର ଗୁଳିବିନିମୟ ହୋଇଥିଲା। ଏଥିରେ ଉଭୟ ସ୍ଥାନରେ ସୁରକ୍ଷାକର୍ମୀଙ୍କ ଗୁଳିରେ ତିନିଜଣ ଆତଙ୍କବାଦୀ ନିହତ ହୋଇଥିଲେ। ନିହତ ଆତଙ୍କବାଦୀଙ୍କ ମଧ୍ୟରେ ପାକିସ୍ତାନର 'ଲଶ୍କର-ଏ-ତୋଏବା' ପାକିସ୍ତାନୀ ଆତଙ୍କୀ ସଂଗଠନର ଏକ ଶୀର୍ଷ କମାଣ୍ଡର ମଧ୍ୟ ରହିଛି। ଏହାପରେ ପରେ ଆଜିର ଆକ୍ରମଣ ସୁରକ୍ଷାକର୍ମୀଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

Advertisment
Jammu Kashmir Lashkar-e-Taiba Terrorist Terrorist Attack Grenade Attack In Srinagar