Advertisment

ରାତି ଅଧରେ ଗାଁ ପାଲଟିଥିଲା ଋଣକ୍ଷେତ୍ର, ଫୁଟିଲା ବୋମା

ଗତ ରାତିରେ କୌଣସି କାରଣରୁ ଉଭୟ ପକ୍ଷ ମଧ୍ୟରେ ପ୍ରଥମେ ବଚସା ଓ ହାତାହାତି ହୋଇଥିଲା।

Group Clash

Group Clash

Advertisment

ରାତି ଅଧରେ ଗାଁ ପାଲଟିଥିଲା ଋଣକ୍ଷେତ୍ର । ମୁହାଁମୁହିଁ ହୋଇଥିଲେ ଦୁଇ ଗୋଷ୍ଠୀ। ଫୁଟିଲା ବୋମା ଓ ବୁଲିଲା ମାରଣାସ୍ତ୍ର। ଏପରି ଏକ ଅଭାବନୀୟ ଘଟଣା ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ତରାବଇ ଗାଁରେ ଘଟିଛି।

Advertisment

ତରାବଇ ଗାଁର ୨ ଗୋଷ୍ଠୀ ମଧ୍ୟରେ ଦୀର୍ଘଦିନ ହେବ ବିବାଦ ଲାଗି ରହିଥିଲା। ଗତ ରାତିରେ କୌଣସି କାରଣରୁ ଉଭୟ ପକ୍ଷ ମଧ୍ୟରେ ପ୍ରଥମେ ବଚସା ଓ ହାତାହାତି ହୋଇଥିଲା।

ଏହାପରେ ବିବାଦ କ୍ରମଶଃ ଉଗ୍ର ରୂପ ନେବାକୁ ଲାଗିଲା। ଫଳରେ ଉଭୟ ପକ୍ଷଙ୍କ ବୋମାମାଡ଼ରେ ୩ଟି ବାଇକ୍‌ କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି। ଏଥିସହ ଉଭୟ ପକ୍ଷ ମାରଣାସ୍ତ୍ରରେ ପରସ୍ପରଙ୍କୁ ଆକ୍ରମଣ କଲେ। ଫଳରେ ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି।

Advertisment

ସେମାନଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ପ୍ରଥମେ ସ୍ଥାନୀୟ ମେଡିକାଲ ଓ ପରେ ଭୁବନେଶ୍ୱର ପଠାଯାଇଛି। ସେମାନଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ କାହାକୁ ଗିରଫ କରାଯାଇ ନ ଥିବା ଜଣାଯାଇଛି

Communal Violence Khorda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe