Advertisment

ଅଳିଆ ପକାଇବାକୁ ନେଇ ତୁମୁଳକାଣ୍ଡ, ୩ ଗୁରୁତର

ଅଳିଆ ପକାଇବାକୁ ନେଇ ଦୁଇ ଗାଁ ଲୋକ ହାତାହାତି ହେବା ସହ ଟେକା ପଥର ମାଡ ହୋଇଥିଲା।

ଅଦ୍ୟତନ ହୋଇଛି
tension

tension

Advertisment

ଅଳିଆ ପକାଇବାକୁ ନେଇ ହେଲା ତୁମୁଳକାଣ୍ଡ। ଦୁଇ ଗାଁ ଭିତରେ ଘଟିଲା ଗୋଷ୍ଠୀ ସଂଘର୍ଷ। ଗାଁରେ ବୁଲିଲା ଠେଙ୍ଗା, ହେଲା ପଥର ମାଡ଼ । ଏଥିରେ ୩ ଜଣ ଆହତ ହୋଇଛନ୍ତି । ଏପରି ଏକ ଘଟଣା ଗତ ରାତିରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ପଥରା ଗାଁର କଣ୍ଡରା ସାହି ଏବଂମ ଓଡ଼ିଆ ଆଲପୁର ଗାଁ ଭିତରେ ଘଟିଛି ।

Advertisment

ଏହି ସଂଘର୍ଷରେ ଓଡ଼ିଆ ଆଲପୁର ଗାଁର ୩ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି। ଗୋଟିଏ ବାଇକ ଭଙ୍ଗାରୁଜା ସହ କିଛି ଘର ଆଜେବେଷ୍ଟ ଭାଙ୍ଗିଥିବା ଅଭିଯୋଗ ହୋଇଛି।

ଅଭିଯୋଗ ହୋଇଛି, ଗତ ରାତିରେ ପଥରା କଣ୍ଡରା ସାହିର କିଛି ବ୍ୟକ୍ତି ଟ୍ରାକ୍ଟରରେ ଅଳିଆ ଆବର୍ଜନା ଆଣି ଓଡ଼ିଆ ଆଲପୁର ଗାଁରେ ପକାଇଥିଲେ। ଓଡ଼ିଆ ଆଲପୁର ଗାଁ ଲୋକେ ଏହାକୁ ତୀବ୍ର ବିରୋଧ କରିଥିଲେ। ଏହାକୁ କେନ୍ଦ୍ର କରି ଦୁଇ ଗାଁ ଲୋକ ହାତାହାତି ହେବା ସହ ଟେକା ପଥର ମାଡ ହୋଇଥିଲା।

Advertisment

ଖଲ୍ଲିକୋଟ ଥାନା ଭେଜିପୁଟ ଫାଣ୍ଡି ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛି। ଏଥିସହ ଆହତଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରିବା ସହ ଗାଁରେ ପଇଁତରା ମାରୁଛି।

Ganjam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe