ଶବ କହୁଛି, ପୋଷ୍ଟମର୍ଟମର ସତ | Odisha Reporter
କଣ୍ଟାବାଞ୍ଜି ଡାକ୍ତରଖାନାର ଡାକ୍ତରଙ୍କ ବୟାନ। ମୁଁ ମୋ ଜୀବନରେ ନ କାଟିକି ଶବ ବ୍ୟବଚ୍ଛେଦ କରିବା କେବେ ଜାଣିନାହିଁ । ସବୁ ମାମଲାରେ ଶରୀରକୁ କଟାଛଟା କରି ଶବ ବ୍ୟବଚ୍ଛେଦ କରାଯାଇଥାଏ । ମୃତ୍ୟୁର ରହସ୍ୟ ଓ ସନ୍ଦେହକୁ ସାମ୍ନାକୁ ଆଣିବା ପାଇଁ ଶବ ବ୍ୟବଚ୍ଛେଦ କରାଯାଇଥାଏ । ହେଲେ ସାମ୍ନାକୁ ଆସିଛି, କଣ୍ଟାବାଞ୍ଜିର ଅନ୍ୟ ଜଣେ ଡାକ୍ତରଙ୍କ ମିଛ ଦଲିଲର ସତ ପ୍ରମାଣ । ସୂଚନା ଥାଉକି, ଜୁଲାଇ ୧୩ ତାରିଖରେ କଣ୍ଟାବାଞ୍ଜିର ଲଳିତ ଜୈନ(୧୫) ଘରୁ କେଉଁ ଆଡ଼େ ନିଖୋଜ ଥିଲେ। ସେହିଦିନ ଅପରାହ୍ନରେ ତାଙ୍କ ମୃତଦେହ ବଲାଙ୍ଗିର କୁକୁଡ଼ାହାଡ଼ ନିକଟସ୍ଥ ରେଳ ଧାରଣାରୁ ମିଳିବା ପରେ ବ୍ୟବଚ୍ଛେଦ କିମ୍ବା ତଦନ୍ତ ନକରି ମୃତଦେହକୁ ପୋତି ଦେଇଥିଲା ଜିଆରପି ପୁଲିସ୍।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us